Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ବି.ଆର. ଗାଭାଇ ଓ ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ନିର୍ମାଣ ବିରୋଧରେ ଯୁକ୍ତି ବାଢ଼ିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ। […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

supreme-court

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ବି.ଆର. ଗାଭାଇ ଓ ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ।

Advertisment

ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ନିର୍ମାଣ ବିରୋଧରେ ଯୁକ୍ତି ବାଢ଼ିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ। ଏନେଇ ସେ କହିଥିଲେ, ନିଷିଦ୍ଧାଞ୍ଚଳରେ ଆଦୌ କୌଣସି ନିର୍ମାଣ ହୋଇପାରିବନି। ରେଗୁଲେଟଡ ଅଞ୍ଚଳ ପାଇଁ ବି କୌଣସି ଅନୁମତି ଦିଆଯାଇ ନାହିଁ। କୌଣସି ନିର୍ମାଣ କାମକୁ ଅନୁମତି କିମ୍ବା ମଂଜୁରୀ ଦିଆଯାଇନାହିଁ। ପରିକ୍ରମା ପ୍ରକଳ୍ପ ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି NOC ଦିଆଯାଇନାହିଁ। ଏହି ନିର୍ମାଣ ଦ୍ୱାରା ଆମସାର ଆକ୍ଟର ଖୋଲା ଉଲ୍ଲଂଘନ କରାଯାଇଥିବା କହିଲେ ପାଭାନୀ।

ଏନେଇ ଆବେଦନକାରୀଙ୍କ ଓକିଲ ଗୌତମ ଦାସ କହିଛନ୍ତି, ଏଏସଆଇ, ଏଏନଏମର ବିନା ଅନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ ଚାଲୁଛି। ଏହାଦ୍ୱାରା ମନ୍ଦିରର ଐତିହ୍ୟ, ସଂସ୍କୃତି ନଷ୍ଟ ହେବ।   ୨୦୨୧ରେ ଏନଓସି ପାଇଥିବା ସରକାରୀ ପକ୍ଷ ଓକିଲ ଯୁକ୍ତି ବାଢ଼ିଛନ୍ତି। ହେଲେ ସେତେବେଳେ ଯେଉଁ ଡିଜାଇନ ପାଇଁ ଅନୁମତି ପାଇଥିଲେ, ତାହାକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ  କରାଯାଇଛି। ଯଦି ଏନଓସି ନେଇଛନ୍ତି, ତାହାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ବହୁ ତଳକୁ ଖୋଳି ନିର୍ମାଣ କାର୍ଯ୍ୟ କରିଛନ୍ତି। ଏହାଦ୍ୱାରା ମନ୍ଦିରରେ ଫାଟ ସୃଷ୍ଟି ହେବ ବୋଲି କହିଛନ୍ତି ଆଡଭୋକେଟ ଦାସ।

Advertisment

ଏହି ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟ ସରକାରଙ୍କ ପକ୍ଷରେ ଥିବା ସୁପ୍ରିମକୋର୍ଟରେ ପିନାକୀ ମିଶ୍ର କହିଥିବା ବେଳେ ତାହା କିନ୍ତୁ ସମ୍ପୂର୍ଣ୍ଣ ମିଥ୍ୟା। ଏହି ଘଟଣାରେ ସେ ସରକାରଙ୍କ ସହ ନାହାନ୍ତି ବୋଲି ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରି ସାରିଥିବା କହିଛନ୍ତି ଆଡଭୋକେଟ ଗୌତମ ଦାସ।

ଅପରପକ୍ଷେ, ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା। ଏନେଇ ସେ କହିଛନ୍ତି, ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ପ୍ରକଳ୍ପର ମୂଳ ଲକ୍ଷ୍ୟ। ବର୍ତ୍ତମାନ ଆମେ ଯାହା ନିର୍ମାଣ କରୁଛୁ, ପରିକ୍ରମା ଅଞ୍ଚଳର ତାହା ମାତ୍ର ୧%। ଟଏଲେଟ୍, ଇଲେକ୍ଟ୍ରି ରୁମ୍‌ ପାଇଁ ଅନୁମତି ମିଳିଛି। NMA ଅନୁମତି ଦେଇଛି। ପୁରୀକୁ ଦୈନିକ ୬୦ ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କ ନିମନ୍ତେ ଟଏଲେଟ ନିର୍ମାଣ ଜରୁରୀ। ଟଏଲେଟ ପାଇଁ ଆମିକସକ୍ୟୁରୀ କହିବା ପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା, କପିଲ ସିବଲ, ପିନାକୀ ମିଶ୍ର ଲଢ଼ୁଛନ୍ତି। ଆସନ୍ତା କାଲି ରାୟ ଆସିବା ପରେ ସବୁ କଥା ଉପରୁ ପରଦା ଉଠିଯିବ ବୋଲି କହିଛନ୍ତି ପିନାକୀ ମିଶ୍ର। ସେ କହିଛନ୍ତି ଯେ ସୁପ୍ରିମ କୋର୍ଟଙ୍କ ରାୟ ପରେ ଦୁଧରୁ ପାଣି ଅଲଗା ହୋଇଯିବ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଡ଼ ବିବାଦ ଉପୁଜିଥିବା ବେଳେ ASI ନିୟମ ଉଲ୍ଲଙ୍ଘନ କରି ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ରାତିଅଧିଆ GPR ସର୍ଭେ ନେଇ ମଧ୍ୟ ବିବାଦ ଘନେଇଛି। ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe