ସେବା ସମବାୟ ସମିତିରେ ହିତାଧିକାରୀଙ୍କ ଟଙ୍କା ହରିଲୁଟ୍‌

ଅନୁଗୋଳ (ବିରଜାପ୍ରସାଦ ଦାଶ): ପରାବିଲ ସେବା ସମବାୟ ସମିତି କଣିହାଁ ଶାଖାରେ ହିତାଧିକାରୀଙ୍କ ଟଙ୍କା ହରିଲୁଟ୍‌ ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କ ଚେକ୍‌ରେ ହିତାଧିକାରୀଙ୍କ ଦସ୍ତଖତ ନେଇ ଦଲାଲ ଓ କିଛି ଅସାଧୁ କର୍ମଚାରୀ ଏହି ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ହିତାଧିକାରୀ ଏପରି ଠକାମିର ଶିକାର ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି ଘଟଣାର ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ […]

angul

Rakesh Mallick
  • Published: Tuesday, 05 February 2019
  • , Updated: 05 February 2019, 03:24 PM IST

ଅନୁଗୋଳ (ବିରଜାପ୍ରସାଦ ଦାଶ): ପରାବିଲ ସେବା ସମବାୟ ସମିତି କଣିହାଁ ଶାଖାରେ ହିତାଧିକାରୀଙ୍କ ଟଙ୍କା ହରିଲୁଟ୍‌ ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କ ଚେକ୍‌ରେ ହିତାଧିକାରୀଙ୍କ ଦସ୍ତଖତ ନେଇ ଦଲାଲ ଓ କିଛି ଅସାଧୁ କର୍ମଚାରୀ ଏହି ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ହିତାଧିକାରୀ ଏପରି ଠକାମିର ଶିକାର ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି ଘଟଣାର ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ହିତାଧିକାରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପରାବିଲ ସେବା ସମବାୟ ସମିତିରେ ହିତାଧିକାରୀଙ୍କ ନାଁରେ ଦସ୍ତଖତ କରାଇ ଅଧିକ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ସମିତି ଅଧୀନରେ ଆସୁଥିବା ବିଜିଗୋଲା, ବିରୁ, ପରାବିଲ ପଞ୍ଚାୟତର ଶତାଧିକ ଗରିବ ଖଟିଖିଆଙ୍କୁ ମିଳିଥିବା ଋଣ ଟଙ୍କାକୁ ଦଲାଲ ଲୁଟି ନେଇଥିବା ସେମାନେ କହିଛନ୍ତି।

ଲୋକଙ୍କୁ ଋଣ ଦେବା ନାଁରେ ବ୍ୟାଙ୍କ୍ ଚେକ୍‌ରେ ଦସ୍ତଖତ ନେଇ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଅଧିକ ଟଙ୍କା ଉଠାଯାଇ କମ ଅର୍ଥ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଏପରିକି କିଛି ମୃତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଶହ ଶହ ସଂଖ୍ୟାରେ ହିତାଧିକାରୀ ନ୍ୟାୟ ଦାବି କରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ପ୍ରାୟ ୫୦ ଲକ୍ଷ ଟଙ୍କାର ଏହି ଠକେଇର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ହିତାଧିକାରୀ।

ମାମଲାର ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲ କହିଛନ୍ତି।

Related story