ବଣାଇ (ରଞ୍ଜିତ ଚୌଧୁରୀ): ସାର ପାଇଁ ଲ୍ୟାମ୍ପର ଗେଟ୍ ଭାଙ୍ଗି ଧସେଇ ପଶିଲେ ଚାଷୀ। ଏହି ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲ୍ୟାମ୍ପରେ।
ସୂଚନା ଅନୁଯାୟୀ, ବଣାଇ ଉପଖଣ୍ଡରେ ୟୁରିଆ ସାରର ଅଭାବ ଦେଖା ଦେଇଛି। ତେଣୁ ସରକାରୀ ସାର୍ ଯେତେ ବେଳେ ଆସୁଛି ଚାଷୀମାନେ ନିଜ କାମ ଧନ୍ଦା ଛାଡ଼ି ଲ୍ୟାମ୍ପକୁ ଆସି ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଆଜି ବଣାଇ ଲ୍ୟାମ୍ପ ଓ ଲହୁଣିପଡ଼ା ବ୍ଲକର ରାଜାମୁଣ୍ଡା RCMS ରେ ସାର ମିଳିବ ବୋଲି କୁହାଯାଇଥିଲା। ତେଣୁ ଚାଷୀମାନେ ଗତକାଲି ରାତିରୁ ବଣାଇ ଲ୍ୟାମ୍ପ ଆଗରେ ଲମ୍ୱା ଲାଇନ୍ କରି ଜଗି ରହିଥିଲେ। ଆଜି ସକାଳ ୧୦ଟାରେ ଲ୍ୟାମ୍ପ ଖୋଲିବା କ୍ଷଣି ଚାଷୀମାନେ ଗେଟ୍ ଭାଙ୍ଗି ଏହା ଭିତରକୁ ଧସେଇ ପଶିଥିଲେ।
ଅନ୍ୟପକ୍ଷରେ ଲ୍ୟାମ୍ପରୁ ଯେଉଁ ଚାଷୀ ଲୋନ୍ ନେବେ ସେମାନଙ୍କୁ ପ୍ରଥମେ ସାର ଦିଆଯିବ ବୋଲି ଜଣେ ଲ୍ୟାମ୍ପ ଅଧିକାରୀ କହିଛନ୍ତି। ତା’ପରେ ଅନ୍ୟ ଚାଷୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।
ଏନେଇ ଚାଷୀମାନେ କହିଛନ୍ତି ଯେ, ଯଦି ଲୋନ୍ ନେଇଥିବା ଚାଷୀଙ୍କୁ ସାର ଦିଆଯିବାର ଥିଲା, ତା’ହେଲେ ଅନ୍ୟ ଚାଷୀମାନଙ୍କୁ କ’ଣ ପାଇଁ ଡକାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିସ୍ଫୋରକ ସ୍ଥିତିରେ ବିଜେଡି: ପୁରୁଖାଙ୍କୁ ନାଲିଆଖି ଦେଖାଇ ସୁଜାତାଙ୍କ ହାତରେ ସଂଗଠନ ଟେକିଦେବେ କି ନବୀନ?
ଦଳର ୨୪ବର୍ଷ ଶାସନର ଅପ୍ରତ୍ୟାଶିତ ଅନ୍ତର ପ୍ରମୁଖ କାରଣ ସାଜିଥିବା ପାଣ୍ଡିଆନଙ୍କୁ ଦୀର୍ଘ ୧୦ମାସ ଧରି ନବୀନ ନିଜ ପାଖରୁ କାହିଁକି ଦୂରେଇପାରୁନାହାନ୍ତି ଓ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଯାଇ କିଭଳି ମିଛ କହିବାକୁ ପଛାଉନାହାନ୍ତି ତାହା ଦଳୀୟ ମହଲରେ ନାନାଦି ଚର୍ଚ୍ଚାକୁ ଖୋରାକ ଯୋଗାଇଥିବାବେଳେ ଦଳୀୟ ସଂଗଠନରେ ପାଣ୍ଡିଆନମାର୍କା ନେତାମାନଙ୍କ ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

Special
ପାଣି ସମସ୍ୟା, ବାହା ହୋଇପାରୁନାହାନ୍ତି ଗାଁ ଯୁବକ
ବଡ଼ବାର୍ଲି ଗାଁରେ ୨୧୮ଟି ଘର ଅଛି। ଗାଁର ମୋଟ ଜନସଂଖ୍ୟା ୧୦୦୦ରୁ ଅଧିକ। ସେମାନେ ଆଦିବାସୀ ଓ ଦଳିତ। ପାହାଡ଼, ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତା ଯାଇଛି। ବିଜୁଳି ବି ପହଞ୍ଚି ପାରିଛି। କିନ୍ତୁ ଜଳ ବ୍ୟବସ୍ଥା ହୋଇପାରିନାହିଁ।

Politics
ପୁଣି ପାଣ୍ଡିଆନଙ୍କ ପାଇଁ ଢାଲ ହେଲେ ନବୀନ: ବିଜେଡିରେ ଅରାଜକତା, ମେଳିକୁ ମିଳିଲା ବଳ, ବିଭାଜନ ଆସନ୍ନ
ପାଣ୍ଡିଆନଙ୍କୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ମେଳିକୁ ଦେଖି ଆଜି ସନ୍ଧ୍ୟାରେ ନବୀନ ନାଟକୀୟ ଢଙ୍ଗରେ ଦୁଇଟି ଜାତୀୟ ନ୍ୟୁଜ ଏଜେନ୍ସୀକୁ ଡକାଇ ବୟାନ ଦେଇଛନ୍ତି ।

Politics
କେବେ ଓଡ଼ିଶା ପାଇବ ବକେୟା ଟିକସ?
ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ କାର୍ଯ୍ୟକାରୀ ହେଲେ ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକୁ ବିଭିନ୍ନ ଖଣି-ଭିତ୍ତିକ ରାଜ୍ୟକୁ 70 ହଜାର କୋଟି ଟଙ୍କା ଓ ଘରୋଇ କମ୍ପାନୀଗୁଡ଼ିକୁ 80 ହଜାର କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।

Special
ଚିନ୍ତାରେ ଚିନ୍ତାମଣିପୁର ଗ୍ରାମବାସୀ
୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ।