Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ଏସ୍‌ସିବି ନର୍ସିଂ ଛାତ୍ରୀ

ଭୁବନେଶ୍ୱର: ଅଧ୍ୟକ୍ଷାଙ୍କ ଦୁର୍ବବ୍ୟହାର ଅଭିଯୋଗରେ ଏସ୍‌ସିବି ନର୍ସିଂ ଛାତ୍ରୀମାନେ ଦୀର୍ଘ ୧୮ ଦିନ ଧରି ଚଳାଇଥିବା ଆନ୍ଦୋଳନ ଆଜି ସ୍ଥଗିତ ରଖିଛନ୍ତି। ଆଜି ସକାଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଛାତ୍ରୀମାନେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧ୍ୟକ୍ଷାକୁ ବହିଷ୍କାର ଓ ହଷ୍ଟେଲରୁ ସାଇନ-ଡାଏ ପ୍ରତ୍ୟାହାର ଦାବିରେ ଛାତ୍ରୀମାନେ ଆନ୍ଦୋଳନ ଚଳାଇଥିଲେ। ଆନ୍ଦୋଳନରତ ଛାତ୍ରୀ କହିଛନ୍ତି,”ପୂର୍ବରୁ ଆମେ ଉପରିସ୍ଥ ଅଧିକାରୀଙ୍କୁ ଦେଖାକରିଥିଲୁ । କିନ୍ତୁ ସେମାନଙ୍କଠାରୁ ଆମେ ସାନ୍ତନାମୂଳକ ଉତ୍ତର ପାଇ ନ ଥିଲୁ। ଆଜି […]

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ଏସ୍‌ସିବି ନର୍ସିଂ ଛାତ୍ରୀ

adnolan

Advertisment

ଭୁବନେଶ୍ୱର: ଅଧ୍ୟକ୍ଷାଙ୍କ ଦୁର୍ବବ୍ୟହାର ଅଭିଯୋଗରେ ଏସ୍‌ସିବି ନର୍ସିଂ ଛାତ୍ରୀମାନେ ଦୀର୍ଘ ୧୮ ଦିନ ଧରି ଚଳାଇଥିବା ଆନ୍ଦୋଳନ ଆଜି ସ୍ଥଗିତ ରଖିଛନ୍ତି। ଆଜି ସକାଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଛାତ୍ରୀମାନେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧ୍ୟକ୍ଷାକୁ ବହିଷ୍କାର ଓ ହଷ୍ଟେଲରୁ ସାଇନ-ଡାଏ ପ୍ରତ୍ୟାହାର ଦାବିରେ ଛାତ୍ରୀମାନେ ଆନ୍ଦୋଳନ ଚଳାଇଥିଲେ।

Advertisment

ଆନ୍ଦୋଳନରତ ଛାତ୍ରୀ କହିଛନ୍ତି,”ପୂର୍ବରୁ ଆମେ ଉପରିସ୍ଥ ଅଧିକାରୀଙ୍କୁ ଦେଖାକରିଥିଲୁ । କିନ୍ତୁ ସେମାନଙ୍କଠାରୁ ଆମେ ସାନ୍ତନାମୂଳକ ଉତ୍ତର ପାଇ ନ ଥିଲୁ। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଆମକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଖୁବଶୀଘ୍ର ଆମ ଦାବି ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି। ଆମର ବିଶ୍ୱାସ ରହିଛି, ତାଙ୍କ କଥାକୁ ସମ୍ମାନ ଦେଇ  ଆମେ ଆମ ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖୁଛୁ।  ଯଦି କିଛି ପଦକ୍ଷେପ ନିଆ ନ ଯାଏଁ ଆମେ ପୁଣି ଆନ୍ଦୋଳନକୁ ଓହ୍ଲାଇବୁ।”

ଅଧ୍ୟକ୍ଷାଙ୍କୁ ବହିଷ୍କାର କରିବା ଓ ସ୍କୁଲ୍‌ରୁ ସାଇନ-ଏ-ଡାଏ ଉଠାଇବା ଦାବି କରି ଏସ୍‌ସିବି ନର୍ସିଂ ଛାତ୍ରୀ ଗତକାଲି ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଭେଟି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe