ଏସସିବି ୱେବସାଇଟ୍ ହ୍ୟାକ୍‌

କଟକ(ଓଡ଼ିଶା ରିପୋର୍ଟର): ଆଜି ସକାଳୁ ସକାଳୁ  କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ୍‌ ହୋଇଯାଇଥିଲା । ତେବେ ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ଉକ୍ତ ୱେବସାଇଟ୍‌ରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ରିଷ୍ଟୋର କରି ଦିଆଯାଇଛି। ଏଥିଯୋଗୁ ୱେବସାଇଟ୍ ଦ୍ୱାରା ଚାଲୁଥିବା ଦୈନନ୍ଦିନ ସେବା ବାଧାପ୍ରାପ୍ତ ହୋଇଥିଲେ ବି ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନି। ଆଜି ସକାଳେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ଖୋଲିବା ପରେ […]

scb-medical

scb-medical

Niharika Rout
  • Published: Thursday, 23 December 2021
  • Updated: 23 December 2021, 06:12 PM IST

କଟକ(ଓଡ଼ିଶା ରିପୋର୍ଟର): ଆଜି ସକାଳୁ ସକାଳୁ  କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ୍‌ ହୋଇଯାଇଥିଲା । ତେବେ ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ଉକ୍ତ ୱେବସାଇଟ୍‌ରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ରିଷ୍ଟୋର କରି ଦିଆଯାଇଛି। ଏଥିଯୋଗୁ ୱେବସାଇଟ୍ ଦ୍ୱାରା ଚାଲୁଥିବା ଦୈନନ୍ଦିନ ସେବା ବାଧାପ୍ରାପ୍ତ ହୋଇଥିଲେ ବି ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନି।

ଆଜି ସକାଳେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ଖୋଲିବା ପରେ ତାହା ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା। ମେଡିକାଲ କଲେଜ ଓ ହସ୍ପିଟାଲର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ୱେବସାଇଟ୍‌ରେ ଥିଲା । ଟେଲି ମେଡିସିନ ସେବା ମଧ୍ୟ ଏହା ମାଧ୍ୟମରେ ଯୋଗାଇ ଦିଆଯାଉଥିଲା।

ୱେବସାଇଟ୍‌ ହ୍ୟାକ୍‌ ହେବା ଜଣାପଡ଼ିବା ପରେ ତତ୍‌କ୍ଷଣାତ ୱେବସାଇଟ୍ ରିଷ୍ଟୋର କରିବା ଲାଗି ପଦକ୍ଷେପ ନିଆଯାଇଥିଲା। ତେବେ ସାଇବର ଏକ୍ସପର୍ଟଙ୍କ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟର ପରିଶ୍ରମ ପରେ ୱେବସାଇଟ୍‌କୁ ରିଷ୍ଟୋର କରାଯାଇଛି। ହେଲେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos