Advertisment

ବାରଙ୍ଗରେ ସିନ୍ ରିକ୍ରିଏଟ୍‌ କଲା ବିବନ

କଟକ(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ଆଜି ଭୋରରୁ ସିନ୍ ରିକ୍ରିଏଟ୍ କରିଛି ସିବିଆଇ । ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ବିବଦକୁ ନେଇ ତନାଘନା ଚଳାଇଛି ତଦନ୍ତକାରୀ ସଂସ୍ଥା । କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ତାହାର ଖୋଳତାଡ଼ କରୁଛି ସିବିଆଇ  । ଚନ୍ଦକା ଥାନା ଅଞ୍ଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ସେଠାକୁ ନେଇ କରୁଛି ଛାନଭିନ୍ ।  ବିବନର ଆଜି […]

ଅଦ୍ୟତନ ହୋଇଛି
ବାରଙ୍ଗରେ ସିନ୍ ରିକ୍ରିଏଟ୍‌ କଲା ବିବନ

Biban Biswal

Advertisment

କଟକ(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ଆଜି ଭୋରରୁ ସିନ୍ ରିକ୍ରିଏଟ୍ କରିଛି ସିବିଆଇ । ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ବିବଦକୁ ନେଇ ତନାଘନା ଚଳାଇଛି ତଦନ୍ତକାରୀ ସଂସ୍ଥା । କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ତାହାର ଖୋଳତାଡ଼ କରୁଛି ସିବିଆଇ  । ଚନ୍ଦକା ଥାନା ଅଞ୍ଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ସେଠାକୁ ନେଇ କରୁଛି ଛାନଭିନ୍ ।  ବିବନର ଆଜି ରିମାଣ୍ଡର ଶେଷ ଦିନ ।

Advertisment

୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ବାହାର କରୁଛି ସିବିଆଇ  । ସେହିଭଳି ଏହି କୁତ୍ସିତ କାଣ୍ଡ ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା? କେମିତି ନାଁ ବଦଳାଇ ଲୁଚି ବୁଲୁଥିଲା? କାହା ପ୍ରରୋଚନାରେ ଭିଆଇଥିଲା ଜଘନ୍ୟ ଅପରାଧ? କେଉଁମାନେ ତାକୁ ଫେରାର୍ କରାଇବାକୁ ସହଯୋଗ କରିଥିଲେ? ଏସବୁ ଦିଗକୁ ଫୋକସ୍‌ରେ ରଖି ବିବନ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରୁଛି ସିବିଆଇ ।

ଅପରାଧ ପଛରେ ଷଡ଼ଯନ୍ତ୍ର ଥିବା ଇଙ୍ଗିତ କରିବା ସହ ଏସବୁ ତଥ୍ୟ ସାମ୍ନାକୁ ଆସୁ ବୋଲି ଅଞ୍ଜନା ଦାବି ଉଠାଇଥିଲେ । ବୁଧବାର ଝାରପଡ଼ା ଜେଲ୍‌ରେ ହୋଇଥିବା ଟିଆଇ ପରେଡ୍‌ରେ ବିବନକୁ ଚିହ୍ନଟ କରିଥିଲେ ଅଞ୍ଜନା ମିଶ୍ର ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe