Advertisment

ଅରିନ୍ଦମଙ୍କ ନାଁରେ ସ୍କଲାରଶିପ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆଜି ଏକାଦଶାହ। ଏହି ଅବସରରେ ଆଜି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍କଲାରସିପ୍ ଘୋଷଣା କରିଛି ଓଟିଭି। ପ୍ରତିବର୍ଷ ସାମ୍ବାଦିକ ପାଠ୍ୟକ୍ରମର ଜଣେ ମେଧାବୀ ଛାତ୍ର କିମ୍ବା ଛାତ୍ରୀଙ୍କୁ ଏହି ବୃତ୍ତି ଦେବାକୁ ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା ଆଜି ଘୋଷଣା କରିଛନ୍ତି। ଓଟିଭି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ମୃତିସଭାରେ ସ୍ୱର୍ଗତ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଓଟିଭି ଏମଡି ଏହି ଘୋଷଣା କରିଛନ୍ତି। ଏହି ଅବସରରେ ଓଟିଭିର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅରିନ୍ଦମଙ୍କ ନାଁରେ ସ୍କଲାରଶିପ୍

arindam das

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆଜି ଏକାଦଶାହ। ଏହି ଅବସରରେ ଆଜି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍କଲାରସିପ୍ ଘୋଷଣା କରିଛି ଓଟିଭି। ପ୍ରତିବର୍ଷ ସାମ୍ବାଦିକ ପାଠ୍ୟକ୍ରମର ଜଣେ ମେଧାବୀ ଛାତ୍ର କିମ୍ବା ଛାତ୍ରୀଙ୍କୁ ଏହି ବୃତ୍ତି ଦେବାକୁ ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା ଆଜି ଘୋଷଣା କରିଛନ୍ତି।

Advertisment

ଓଟିଭି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ମୃତିସଭାରେ ସ୍ୱର୍ଗତ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଓଟିଭି ଏମଡି ଏହି ଘୋଷଣା କରିଛନ୍ତି। ଏହି ଅବସରରେ ଓଟିଭିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ ଅରିନ୍ଦମଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

ତେବେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା ପୂର୍ବରୁ କରିସାରିଛି ଓଟିଭି। ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଏଇ ଘୋଷଣା କରିଥିଲେ। ଶୋକବାର୍ତ୍ତାରେ ଜଗି କହିଥିଲେ ଯେ ଅରିନ୍ଦମଙ୍କ ଅକାଳ ବିୟୋଗ କେବଳ ମୋ ପାଇଁ ନୁହେଁ, ସାରା ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି। ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ, କୌଣସି ଆର୍ଥିକ ସହାୟତା ଏ ଅପୂରଣୟ କ୍ଷତି ଭରଣା କରିପାରିବନି। ଅରିନ୍ଦମଙ୍କ ପରିବାର ଏବେ ଆମ ପରିବାର ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଥିଲେ ଜଗି ମଙ୍ଗତ।

Advertisment

ସୂଚନଯୋଗ୍ୟ, ସେପ୍ଟେମ୍ବର ୨୪ ତାରିଖରେ ମୁଣ୍ଡଳି ବ୍ରିଜ୍ ନିକଟରେ ଏକ ହାତୀ ଫସି ରହିଥିବା ବେଳେ ଅରିନ୍ଦମ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ସେଠାକୁ ରିପୋର୍ଟିଂ କରିବା ପାଇଁ ଯାଇଥିଲେ। ଓଡ୍ରାଫ୍ ଟିମ୍ ବୋଟ୍‌ରେ ହାତୀକୁ ଘଉଡ଼ାଇକୁ ନଦୀ ଭିତରକୁ ଯାଇଥିଲା। ଅରିନ୍ଦମ ଓ ପ୍ରଭାତ ବି ସେମାନଙ୍କ ସହିତ ଯାଇଥିଲେ। ଆଉ ସେହି ସମୟରେ ବୋଟ୍‌ଟି ଓଲଟି ପଡ଼ିଥିଲା। ଏଥିରେ ଅରିନ୍ଦମଙ୍କ ସହ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓଟିଭିର କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ସୁସ୍ଥ ହୋଇଥିଲେ।

ଅରିନ୍ଦମ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ ହୋଇପଡ଼ିଥିଲା। କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଲୋକ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜ ଚେହେରାକୁ ଏବେ ସମସ୍ତେ ଝୁରି ହେଉଛନ୍ତି। ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଥିଲା।ଦଂଁୀସ