Advertisment

ଶିକ୍ଷକମାନେ କ’ଣ ପିଆଜ ଛଡ଼ାଇବେ?

ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନିଜ ପାଳି ପଡ଼ିବା ପରେ ମନ୍ତ୍ରୀ ମହାଶୟ ଷ୍ଟେଜ୍‌ ଉପରକୁ ଯାଇଥିଲେ। ଆଉ କର୍ମୀ ସମ୍ମିଳନରେ ଉଦ୍‌ବୋଧନ ଦେଲା ପରି ରାଜନୈତିକ ବୟାନବାଜି ଦେଇଥିଲେ।

Teacher

Teacher

Advertisment

ଚିନ୍ତାମଣି ଉଚ୍ଚ ବିଦ୍ୟାଳୟରେ କେହି ଏ-ୱାନରେ ନାହାନ୍ତି। ତାହାହେଲେ କାହିଁକି ସାର୍‌ମାନେ ରହିବେ। ଏଠି ରହି କ’ଣ କରିବେ? କ’ଣ ପିଆଜ ଛଡାଇବେ? ଚିନ୍ତାମଣି ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଆଜି ଏପରି ବିବାଦୀୟ ବୟାନ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀ ରଞ୍ଜନ ଦାଶ। ଖାଲି ଏତିକି ନୁହେଁ, ଆଉ ଦୁଇ ପାଦ ଆଗକୁ ଯାଇଛନ୍ତି ମନ୍ତ୍ରୀ ମହାଶୟ। ସ୍କୁଲ ଛାତ୍ରଛାତ୍ରୀଙ୍କ ଆଗରେ ରାଜନୈତିକ ବୟାନବାଜୀ ଦେଇଥିଲେ।

Advertisment

ଆଜି ପୁରୀ ଜିଲ୍ଲା ନିମାପଡା ନିର୍ବାଚନମଣ୍ଡଳୀର ଚିନ୍ତାମଣି ସରକାରୀ ନୋଡାଲ୍‌ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହୋଇଛି। ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନିଜ ପାଳି ପଡ଼ିବା ପରେ ମନ୍ତ୍ରୀ ମହାଶୟ ଷ୍ଟେଜ୍‌ ଉପରକୁ ଯାଇଥିଲେ। ଆଉ କର୍ମୀ ସମ୍ମିଳନରେ ଉଦ୍‌ବୋଧନ ଦେଲା ପରି ରାଜନୈତିକ ବୟାନବାଜି ଦେଇଥିଲେ। ସଭାରେ ଉପସ୍ଥିତ ଥିବା ଲୋକସଭା ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ପ୍ରଶଂସା କରିବାରେ ଲାଗିଥିଲେ। ଆଉ କହିଲେ, ୨୦୨୪ ମସିହାରେ ନିର୍ବାଚନ ହେବ। ପୁଣି ଥରେ ଡାକ୍ତର ରାଜଶ୍ରୀ ମଲ୍ଲିକ ନିର୍ବାଚିତ ହୋଇ ଦିଲ୍ଲୀ ଯିବେ।

Mass Education Minister Odisha Education Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe