Advertisment

ଏକାଦଶ ୧୦ଟାରୁ ସାଢ଼େ ଗୋଟେ, ଅଷ୍ଟମ ୯ଟାରୁ ସାଢ଼ ୧୨

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ଗା ପୂଜା ଛୁଟି ପରେ ଏକାଦଶ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିବ। ଏଥିପାଇଁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ତେବେ ସ୍କୁଲ ଖୋଲିବା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ କିପରି ଗୁରୁତ୍ୱ ଦିଆଯିବ, ସେ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ କହିଛନ୍ତି, ପିଲାମାନେ ବହୁତ ଦିନ ଧରି କ୍ୟାମ୍ପସ ବାହାରେ ଥିଲେ। ସ୍କୁଲ ଯିବା ପାଇଁ ପିଲାମାନଙ୍କ ଭିତରେ ପ୍ରବଳ ଆଗ୍ରହ ଅଛି। କିନ୍ତୁ କରୋନା […]

ଅଦ୍ୟତନ ହୋଇଛି
‘କରୋନା କାଳରେ ସ୍କୁଲ୍ ନଖୋଲିବା ଅଧିକ ବିପଦପୂର୍ଣ୍ଣ’

school

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ଗା ପୂଜା ଛୁଟି ପରେ ଏକାଦଶ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିବ। ଏଥିପାଇଁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ତେବେ ସ୍କୁଲ ଖୋଲିବା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ କିପରି ଗୁରୁତ୍ୱ ଦିଆଯିବ, ସେ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ କହିଛନ୍ତି, ପିଲାମାନେ ବହୁତ ଦିନ ଧରି କ୍ୟାମ୍ପସ ବାହାରେ ଥିଲେ। ସ୍କୁଲ ଯିବା ପାଇଁ ପିଲାମାନଙ୍କ ଭିତରେ ପ୍ରବଳ ଆଗ୍ରହ ଅଛି। କିନ୍ତୁ କରୋନା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଯାଇ ନାହିଁ ବୋଲି ଡିଏମଇଟି କହିଛନ୍ତି। ଆମେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସହ ନିୟମିତ ଯୋଗାଯୋଗା ରଖୁଛୁ।

Advertisment

ଆଗରୁ ଆମେ ଶିକ୍ଷକ ମାନଙ୍କୁ ଟିକା ନେବା ପାଇଁ ସ୍ୱତନ୍ତ୍ର ଭାବେ ଆଗ୍ରହ ପ୍ରକାଶ କରିଥିଲୁ। କୌଣସି ଶିକ୍ଷକ ବିନା ଡବଲ୍ ଡୋଜ୍ ଟିକାରେ ଯେପରି ସ୍କୁଲ ପରିସରକୁ ପ୍ରବେଶ ନକରିବେ, ତା ଉପରେ ଆମେ ନଜର ରଖୁଛୁ। ଯଦି ପାଠପଢ଼ା ସମୟରେ କୌଣସି ସମସ୍ୟା ଉପୁଜେ, ତାହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାମ କରିବେ।

ଯେଉଁଠି ଛାତ୍ର ଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ, ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ନେଇ ଗୁରୁତ୍ୱ ଦିଆଯିବ। ତେଣୁ ଶିକ୍ଷା ସମୟରେ ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀ ସବୁ ସମୟରେ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଦୁର୍ଗା ପୂଜା ଛୁଟି ପରେ ଅର୍ଥାତ ୨୧ରେ ଏକାଦଶ ଓ ୨୫ ତାରିଖରେ ଖୋଲିବ ଅଷ୍ଟମ ଶ୍ରେଣୀ। ଏଥିପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଚାଲିବ ଏକାଦଶ କ୍ଲାସ୍‌। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ଚାଲିବ ଅଷ୍ଟମ କ୍ଲାସ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ଦିଆଯିବନି ମଧ୍ୟାହ୍ନ ଭୋଜନ।

ସ୍କୁଲ ଖୋଲିଲେ ମଧ୍ୟ ଅଫଲାଇନ୍‌ ସହ ଅନଲାଇନ୍‌ରେ କ୍ଲାସ ହେବ। ଅଭିଭାବକଙ୍କ ସହ କଥା ହୋଇ ପିଲା ସ୍କୁଲକୁ ଆସି କ୍ଲାସ କରିପାରିବେ। କଣ୍ଟେନମେଣ୍ଟ ଜୋନ୍‌ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ମନା। କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିଛି। ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି। ସ୍କୁଲ ଯାଉ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe