କୋରାପୁଟ(ଓଡ଼ିଶା ରିପୋର୍ଟର): ଫିଟନେସ୍ ଯାଞ୍ଚ ବେଳେ ସ୍କୁଲ ବସ୍କୁ ଜରିମାନା। ସ୍କୁଲ ବସ୍ ଉପରେ ୪ ଲକ୍ଷ ଫାଇନ୍ କାଟିଲା ପରିବହନ ବିଭାଗ। ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍କୁ ଏହି ଫାଇନ୍ ହୋଇଛି। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରିଛି ପରିବହନ ବିଭାଗ।
ସେପଟେ ଆଜିଠାରୁ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନକୁ କଡ଼ାକଡ଼ି କରିଛି ପରିବହନ ବିଭାଗ। ଏହି ସମୟରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଓ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯାଉଛି। ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ STAର ଗୁରୁତ୍ୱ ଦେଇ ଏପରି କଡ଼ାକଡ଼ି ଯାଞ୍ଚ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
Crime
ରାଜଧାନୀରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ହାଣି ଯୁବତୀଙ୍କୁ ଟେକିନେଲେ
ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
Crime
ମନ୍ଦିର ହୁଣ୍ଡି ଭାଙ୍ଗିଲେ, କଳାକନା ବୁଲାଇଦେଲେ ଲୁଟେରା
ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା।
Crime
ବ୍ରାଉନସୁଗର ନା ମୁଲତାନୀ ମାଟି; ଜବତ ସାମଗ୍ରୀକୁ ନେଇ ପ୍ରବଳ ଉତ୍ତେଜନା
ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି। ମିଛ କେସ୍ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି।
Crime
ବାପପୁଅ ପାଲଟିଗଲେ ଜହ୍ଲାଦ; ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ଜଣେ ମୃତ
ଚୋରି ସନ୍ଦେହରେ ବାପପୁଅ ପାଲଟିଗଲେ ଜହ୍ଲାଦ । ଘଟାଇଲେ ତାଲବାନୀ ବର୍ବରତା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଖୁଣ୍ଟରେ ବାନ୍ଧି ନିଷ୍ଣୁର ପିଟିଲେ। ସେମାନଙ୍କ ଚିତ୍କାର ବି ବାପପୁଅଙ୍କ ମନକୁ ତରଳାଇ ପାରିଲାନି।