ଆସିଲାନି ମଧ୍ୟାହ୍ନ ଭୋଜନ, ଉପାସ ରହିଲେ ପିଲା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମଧ୍ୟାହ୍ନ ଭୋଜନ ବଣ୍ଟନରେ ଆଜି ଘୋର ଅନିୟମିତତା ଦେଖିବାକୁ ମିଳିଛି। ମଧ୍ୟାହ୍ନ ଭୋଜନ ଖାଦ୍ୟ ସାମଗ୍ରୀ ଆସି ନ ପାରିବାରୁ ବଲାଙ୍ଗିରର ଏକାଧିକ ସ୍କୁଲର ପିଲାଙ୍କୁ ଓପାସ ରହିବାକୁ ପଡ଼ିଛି। ବିଶେଷ କରି ମ୍ୟୁନିସିପାଲିଟି ଓ ପୁଇଁତଳା ବ୍ଲକ୍‌ର କୌଣସି ସ୍କୁଲରେ ମଧ୍ୟାହ୍ନ ଭୋଜନ ପହଞ୍ଚି ନଥିବାରୁ ପିଲାମାନେ କିଛି ଖାଇ ନଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବିଲେଇସୁର୍ଡ଼ା ସେଣ୍ଟ୍ରାଲ୍ କିଚେନ୍‌ରୁ ବିଭିନ୍ନ ସ୍କୁଲକୁ ମଧ୍ୟାହ୍ନ ଭୋଜନ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗତକାଲି ସେଣ୍ଟ୍ରାଲ୍ କିଚେନ୍‌କୁ ସାଂସଦ କଳିକେଶ ସିଂହଦେଓ ଉଦ୍‌ଘାଟନ କରିଥିଲେ। […]

bolangiri

bolangiri

Rakesh Mallick
  • Published: Monday, 03 September 2018
  • Updated: 03 September 2018, 12:37 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମଧ୍ୟାହ୍ନ ଭୋଜନ ବଣ୍ଟନରେ ଆଜି ଘୋର ଅନିୟମିତତା ଦେଖିବାକୁ ମିଳିଛି। ମଧ୍ୟାହ୍ନ ଭୋଜନ ଖାଦ୍ୟ ସାମଗ୍ରୀ ଆସି ନ ପାରିବାରୁ ବଲାଙ୍ଗିରର ଏକାଧିକ ସ୍କୁଲର ପିଲାଙ୍କୁ ଓପାସ ରହିବାକୁ ପଡ଼ିଛି।

ବିଶେଷ କରି ମ୍ୟୁନିସିପାଲିଟି ଓ ପୁଇଁତଳା ବ୍ଲକ୍‌ର କୌଣସି ସ୍କୁଲରେ ମଧ୍ୟାହ୍ନ ଭୋଜନ ପହଞ୍ଚି ନଥିବାରୁ ପିଲାମାନେ କିଛି ଖାଇ ନଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ବିଲେଇସୁର୍ଡ଼ା ସେଣ୍ଟ୍ରାଲ୍ କିଚେନ୍‌ରୁ ବିଭିନ୍ନ ସ୍କୁଲକୁ ମଧ୍ୟାହ୍ନ ଭୋଜନ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗତକାଲି ସେଣ୍ଟ୍ରାଲ୍ କିଚେନ୍‌କୁ ସାଂସଦ କଳିକେଶ ସିଂହଦେଓ ଉଦ୍‌ଘାଟନ କରିଥିଲେ।

ଏହି ସେଣ୍ଟ୍ରାଲ୍ କିଚେନ୍‌ ପରିଚାଳନା ଦାୟିତ୍ୱ କ୍ରିଷ୍ଣା କ୍ରିପା ଟ୍ରଷ୍ଟକୁ ଦିଯାଇଛି। ହେଲେ ଟ୍ରଷ୍ଟ ପକ୍ଷରୁ ଏହି ଦୁଇ ବ୍ଲକ୍‌ର କୌଣସି ସ୍କୁଲକୁ ଆଜି ଖାଇବା ପଠାଯାଇ ନଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos