Advertisment

ଆଜି ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ବରଗଡ(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି।  ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଲାଣି। ବିଭିନ୍ନ ନଦୀ ଉଛୁଳି ରାସ୍ତା ଧୋଇ ହେବା ସହ ବହୁ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ବରଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁ ରାସ୍ତାରେ ଅଣ୍ଟାଏ ପାଣି ଜମି ରହିବା ସହ  ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବହୁ ଦୟନୀୟ ଅବସ୍ଥାରେ ଲୋକେ ଏଠାରେ ରହିଛନ୍ତି।  ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି  ଏଠାକାର […]

author-image
Biswobandita Swain
ଆଜି ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

DSC_1489

ବରଗଡ(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି।  ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଲାଣି। ବିଭିନ୍ନ ନଦୀ ଉଛୁଳି ରାସ୍ତା ଧୋଇ ହେବା ସହ ବହୁ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି।

Advertisment

ବରଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁ ରାସ୍ତାରେ ଅଣ୍ଟାଏ ପାଣି ଜମି ରହିବା ସହ  ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବହୁ ଦୟନୀୟ ଅବସ୍ଥାରେ ଲୋକେ ଏଠାରେ ରହିଛନ୍ତି।  ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି  ଏଠାକାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।  ଆଜି  ମଧ୍ୟ ବର୍ଷା ଜାରି ରହିଥିବାରୁ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବରଗଡ଼ ଜିଲ୍ଲାର ପାଇକମାଲ ଓ ପଦମପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି।  ଗତକାଲି ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା। ସହରର ବିଭିନ ସ୍ଥାନରେ ପାଣି ଜମିରହିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment