Advertisment

ସ୍କୁଲ ଫି ନଦେଇପାରିବାରୁ ସାର୍ଟିଫିକେଟ ଦେଉ ନାହାନ୍ତି କର୍ତ୍ତୃପକ୍ଷ

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର) : ସ୍କୁଲର ବକେୟା ଫିସ୍‌ ନ ଦେଲେ ସାର୍ଟିଫିକେଟ୍‌ ଦିଆଯିବନି। ଏଥିପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶୀ ସିଂହ। ଏପରି ଏକ ଘଟଣା ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ୍‌ରେ ଦେଖିବାକୁ ମିଳିଛି। ଦୁଇ ଭଉଣୀ ଭାଗ୍ୟଶ୍ରୀ ଓ ଜୟଶ୍ରୀ ୨୦୧୭ରେ ରାଉରକେଲାର ସେଣ୍ଟ ମେରି ସ୍କୁଲରୁ ପାସ୍‌ କରିଥିଲେ। କିନ୍ତୁ ଟଙ୍କା ଅଭାବରୁ ସ୍କୁଲର ବକେୟା ଫିସ୍‌ ଦେଇପାରିନଥିଲେ। ଯେଉଁଥିପାଇଁ ତାଙ୍କ ହାଇସ୍କୁଲ ସାର୍ଟିଫିକେଟ୍‌ ଦେବାକୁ ମନା କରିଛନ୍ତି […]

author-image
Puspanjali Panda
ସ୍କୁଲ ଫି ନଦେଇପାରିବାରୁ ସାର୍ଟିଫିକେଟ ଦେଉ ନାହାନ୍ତି କର୍ତ୍ତୃପକ୍ଷ

sis

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର) : ସ୍କୁଲର ବକେୟା ଫିସ୍‌ ନ ଦେଲେ ସାର୍ଟିଫିକେଟ୍‌ ଦିଆଯିବନି। ଏଥିପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶୀ ସିଂହ। ଏପରି ଏକ ଘଟଣା ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ୍‌ରେ ଦେଖିବାକୁ ମିଳିଛି।

Advertisment

ଦୁଇ ଭଉଣୀ ଭାଗ୍ୟଶ୍ରୀ ଓ ଜୟଶ୍ରୀ ୨୦୧୭ରେ ରାଉରକେଲାର ସେଣ୍ଟ ମେରି ସ୍କୁଲରୁ ପାସ୍‌ କରିଥିଲେ। କିନ୍ତୁ ଟଙ୍କା ଅଭାବରୁ ସ୍କୁଲର ବକେୟା ଫିସ୍‌ ଦେଇପାରିନଥିଲେ। ଯେଉଁଥିପାଇଁ ତାଙ୍କ ହାଇସ୍କୁଲ ସାର୍ଟିଫିକେଟ୍‌ ଦେବାକୁ ମନା କରିଛନ୍ତି ସ୍କୁଲର କର୍ତ୍ତୃପକ୍ଷ।

ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ  ସେ କହିଛନ୍ତି, ‘ସାର୍ଟିଫିକେଟ ଦେବା ପାଇଁ ଜିଲ୍ଲାପାଳ କହିଛନ୍ତି’। ଅନ୍ୟପଟେ ଏହି ବିଷୟକୁ ନେଇ ତଦନ୍ତ କରାଯିବ ଏବଂ ଏହାପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି।

Advertisment

ତେବେ ବିପିଏଲ୍‌ କାର୍ଡ ଥାଇ ମଧ୍ୟ ଘରୋଇ ସ୍କୁଲରେ ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ କାହିଁକି ଏପରି ବ୍ୟବହାର କରୁଛନ୍ତି, ସେ ନେଇ ପ୍ରଶ୍ନ ଉଠିଛି।