ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଝୁଣି ମାରିଦେଲେ ବୁଲା କୁକୁର

ବାରିପଦା (ମାନିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବାଲିସୁତୁରା ଗାଁରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବୁଲା କୁକୁର ଝୁଣି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ରିଙ୍କୁ ମହାରଣା। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି। ଅଭିଯୋଗ ଅନୁସାରେ, ରାହାଙ୍ଗା ୟୁପି ସ୍କୁଲରେ ପଢୁଥିବା ରିଙ୍କୁ ପ୍ରତିଦିନ ପରି ଆଜି ମଧ୍ୟ ସ୍କୁଲ ଯିବାକୁ ଘରୁ ବାହାରି ଥିଲା। […]

baripada

Rakesh Mallick
  • Published: Monday, 21 January 2019
  • , Updated: 21 January 2019, 07:13 PM IST

ବାରିପଦା (ମାନିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବାଲିସୁତୁରା ଗାଁରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବୁଲା କୁକୁର ଝୁଣି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ରିଙ୍କୁ ମହାରଣା। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି।

ଅଭିଯୋଗ ଅନୁସାରେ, ରାହାଙ୍ଗା ୟୁପି ସ୍କୁଲରେ ପଢୁଥିବା ରିଙ୍କୁ ପ୍ରତିଦିନ ପରି ଆଜି ମଧ୍ୟ ସ୍କୁଲ ଯିବାକୁ ଘରୁ ବାହାରି ଥିଲା। ବିଲ ରାସ୍ତାରେ ସେ ସ୍କୁଲକୁ ଯାଉଥିବା ବେଳେ ବୁଲା କୁକୁର ପଲ ହାବୁଡ଼ରେ ପଡ଼ି ଯାଇଥିଲା। ୧୦ରୁ ୧୨ଟି କୁକୁର ଥିବା ଏହି ପଲ ରିଙ୍କୁକୁ ଗୋଡ଼ାଇ ଗୋଡ଼ାଇ ବିଲ ଭିତରକୁ ନେଇଯିବା ସହ ଆକ୍ରମଣ କରିଥିଲେ। କୁକୁର ପଲ ତା’ ପେଟକୁ ଚିରି ଦେବା ସହ ବିଭିନ୍ନ ସ୍ଥାନକୁ କାମୁଡ଼ି ଖଣ୍ଡିଆ କରିପକାଇଥିଲେ। ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା।

Related story