Advertisment

ସ୍କୁଲରେ ୩୪ ଛାତ୍ରଛାତ୍ରୀଙ୍କୁ ବନ୍ଦୀ ରଖିଲେ, ଜଣେ ଅଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଫି ପୈଠ ନ କରିବା ଯୋଗୁ ଭୁବନେଶ୍ୱର ଘାଟିକିଆ ସ୍ଥିତ ଏକ ଘରୋଇ ସ୍କୁଲରେ ୫ ଘଣ୍ଟା ଧରି ୩୪ ଜଣ ଛାତ୍ରଛାତ୍ରୀଙ୍କୁ ବନ୍ଦୀ ରଖାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ଏହି କାଣ୍ଡ ଘଟାଇଛନ୍ତି। ଗତକାଲି ଘଟିଥିବା ଏହି ଘଟଣାକୁ ନେଇ ଆଜି ଅଭିଭାବକମାନେ ଉକ୍ତ ସ୍କୁଲ ଆଗରେ ଧାରଣା ଦେବା ସହ ଥାନାରେ ଅଭିଯୋଗ କରିଛନ୍ତି। ତେଣେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। […]

ଅଦ୍ୟତନ ହୋଇଛି
ସ୍କୁଲରେ ୩୪ ଛାତ୍ରଛାତ୍ରୀଙ୍କୁ ବନ୍ଦୀ ରଖିଲେ, ଜଣେ ଅଟକ

school

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଫି ପୈଠ ନ କରିବା ଯୋଗୁ ଭୁବନେଶ୍ୱର ଘାଟିକିଆ ସ୍ଥିତ ଏକ ଘରୋଇ ସ୍କୁଲରେ ୫ ଘଣ୍ଟା ଧରି ୩୪ ଜଣ ଛାତ୍ରଛାତ୍ରୀଙ୍କୁ ବନ୍ଦୀ ରଖାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ଏହି କାଣ୍ଡ ଘଟାଇଛନ୍ତି। ଗତକାଲି ଘଟିଥିବା ଏହି ଘଟଣାକୁ ନେଇ ଆଜି ଅଭିଭାବକମାନେ ଉକ୍ତ ସ୍କୁଲ ଆଗରେ ଧାରଣା ଦେବା ସହ ଥାନାରେ ଅଭିଯୋଗ କରିଛନ୍ତି। ତେଣେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ସେ  କହିଛନ୍ତି, ଏହା ଏକ ଧର୍ତ୍ତବ୍ୟ ଅପରାଧ। ଅଭିଯୋଗ ହେଲେ ଶିଶୁ ଆୟୋଗଙ୍କ ପକ୍ଷରୁ ତଦନ୍ତ କରାଯାଇ କଠୋର କାଯର୍ୟାନୁଷ୍ଠାନ ନିଆଯିବ।

Advertisment

ସେପଟେ ଅଭିଭାବକ ସଂଘ ମଧ୍ୟ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଅଭିଭାବକ ସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି, ଏହା ଶିଶୁ ଓ କିଶୋର ନ୍ୟାୟ ଆଇନ ଉପରେ ଆଘାତ ହୋଇଛି। ସଂପୃକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍।

ଧାରଣାରେ ବସିଥିବା ଅଭିଭାବକମାନେ କହିଛନ୍ତି, ଯଦି ପିଲାଙ୍କ ସ୍କୁଲ ଫି ବାକି ଥିଲା ତେବେ ଏନେଇ ତାଙ୍କ ଘର ଲୋକଙ୍କୁ ଜଣାଇବା କଥା। ହେଲେ ପିଲାମାନଙ୍କୁ ଏଭଳି ଦଣ୍ଡ ଦେବା ନିନ୍ଦନୀୟ। ଦଣ୍ଡମୁକ୍ତ ସ୍ଥାନରେ ପିଲାଙ୍କୁ ଦଣ୍ଡ ଦେଇଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍।

Advertisment

ସୂଚନା ଥାଉକି, ସ୍କୁଲ ଫି ନ ଦେବାରୁ ଗତକାଲି ୫ ଘଣ୍ଟା ଧରି ୩୪ ଜଣ ପିଲାଙ୍କୁ ଏହି ଘରୋଇ ସ୍କୁଲର ଏକ ଶ୍ରେଣୀ ଗୃହରେ ସ୍କୁଲ କର୍ତ୍ତୃପକ୍ଷ ବନ୍ଦ କରି ରଖିଥିବା ଅଭିଭାବକମାନେ ଆଜି ଅଭିଯୋଗ କରିଥିଲେ।  ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ମନମୁଖୀ କାରବାରକୁ ନେଇ ଅଭିଭାବକଙ୍କ ଅସନ୍ତୁଷ୍ଟ ହୋଇ ସ୍କୁଲ ଆଗରେ ଧାରଣା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପରେ ଏନେଇ ଭରତପୁର ଥାନାରେ ଅଭିଯୋଗ ସହ ଶିଶୁ ସୁରକ୍ଷା ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି ଅଭିଭାବକ। ସେପଟେ ପୁଲିସ ଘଟଣାର ତଦନ୍ତ କରି ଜଣେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe