Advertisment

ଡିସେମ୍ୱରରେ ଖୋଲିବ କି ସ୍କୁଲ ଓ କଲେଜ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ନେଇ ଡିସେମ୍ବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। କିନ୍ତୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିଲେ ନାହିଁ। ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ଗଣଶିକ୍ଷା ବିଭାଗ ଉପରେ ଛାଡ଼ି ଦେଇଛନ୍ତି ସରକାର। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ସେହିପରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଠିକ୍‌ କଲେଜ ଓ […]

ଅଦ୍ୟତନ ହୋଇଛି
କାଲିଠାରୁ ସରକାରୀ ସ୍କୁଲରେ ନାମଲେଖା

school

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ନେଇ ଡିସେମ୍ବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। କିନ୍ତୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିଲେ ନାହିଁ। ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ଗଣଶିକ୍ଷା ବିଭାଗ ଉପରେ ଛାଡ଼ି ଦେଇଛନ୍ତି ସରକାର। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ସେହିପରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

Advertisment

ଠିକ୍‌ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ଉଚ୍ଚଶିକ୍ଷା ବିଭାଗ ଉପରେ ଛାଡ଼ିଛନ୍ତି। ଇଂଜିନିୟରିଂ କଲେଜ ଖୋଲିବା ନିଷ୍ପତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ ବିଭାଗ ଉପରେ ଛାଡ଼ିଛନ୍ତି। ଡିସେମ୍ବର ୩୧ ଯାଏ କି କେଉଁ ଯାଏ ବନ୍ଦ ରହିବ, ସେନେଇ ବିଭାଗ ନିଷ୍ପତ୍ତି ନେବ।। ସ୍କୁଲ ଓ କଲେଜ ନଖୋଲୁଥିଲେ ମଧ୍ୟ ପରୀକ୍ଷା ଏବଂ ଖାତାଦେଖା ଚାଲୁ ରହିବ ବୋଲି ଡିସେମ୍ୱର ମାସ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ଉଲ୍ଲେଖ କରିଛନ୍ତି।

ଡିସେମ୍ବର ୩୧ ଯାଏ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର। ହିତାଧିକାରୀଙ୍କୁ ଘରେ ରାସନ ପହଞ୍ଚାଇବା କାର୍ଯ୍ୟ ଜାରି ରହିବ। ଧାର୍ମିକ ଅନୁଷ୍ଠାନକୁ ପ୍ରବେଶ ଅନୁମତି ଦେଇପାରିବେ ସ୍ଥାନୀୟ ପ୍ରଶାସନ। ସିନେମା ହଲ, ସୁଇମିଂ ପୁଲ, ଅଡିଟୋରିୟମ ବନ୍ଦ ରହିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe