Advertisment

ହଠାତ୍ ଗାଏବ ହୋଇଗଲେ କି ମନ୍ତ୍ରୀ ?

ରାଜ୍ୟ ଶାସନରେ ଦିନକୁ ଦିନ ବଦଳି ଚାଲିଛି କି ରୀତିନୀତି। ଗୁରୁବାର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା। ହେଲେ ଗଣଶିକ୍ଷା ମନ୍ତ୍ରୀଙ୍କୁ କେଉଁଠି ବି ଟିକେ ଦେଖିବାକୁ ମିଳିଲାନି। ପୂର୍ବରୁ ଯେବେ ପରୀକ୍ଷା ଫଳ ବାହାରେ ପ୍ରତିଥର ବିଭାଗୀୟ ମନ୍ତ୍ରୀ ନିଜେ ସାମ୍ନାକୁ ଆସି ପ୍ରେସମିଟ କରି ସୂଚନା ଦିଅନ୍ତି।

author-image
Manoj Swain

ରାଜ୍ୟ ଶାସନରେ ଦିନକୁ ଦିନ ବଦଳି ଚାଲିଛି କି ରୀତିନୀତି। ଗୁରୁବାର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା। ହେଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କେଉଁଠି ବି ଟିକେ ଦେଖିବାକୁ ମିଳିଲାନି। ପୂର୍ବରୁ ଯେବେ ପରୀକ୍ଷା ଫଳ ବାହାରେ ପ୍ରତିଥର ବିଭାଗୀୟ ମନ୍ତ୍ରୀ ନିଜେ ସାମ୍ନାକୁ ଆସି ପ୍ରେସମିଟ କରି ସୂଚନା ଦିଅନ୍ତି। ସମୀର ଦାଶ ହୁଅନ୍ତୁ ଅବା ପୂର୍ବରୁ ବିଭାଗ ଦାୟିତ୍ୱରେ ଥିବା ଅନ୍ୟ ମନ୍ତ୍ରୀ। ପିଲାଙ୍କ ଭବିଷ୍ୟତକୁ ନେଇ ଘୋଷଣା ହେଉଥିବା ଏତେ ବଡ଼ କାର୍ଯ୍ୟକ୍ରମରେ ନିଜ ଦାୟିତ୍ୱକୁ ଉଚିତ ଭାବେ ବୁଝି ମନ୍ତ୍ରୀ ଉପସ୍ଥିତ ରୁହନ୍ତି। ହେଲେ ଚଳିତ ଥର କିନ୍ତୁ ହଠାତ୍ ଗାଏବ ହୋଇଯାଇଛନ୍ତି ମନ୍ତ୍ରୀ।

Advertisment
Odisha Education