sameer
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ରେ ଆଉ ଖୋଲିବନି ସ୍କୁଲ। ଫଳରେ ନୂଆ ବର୍ଷ ଅର୍ଥାତ୍ ଜାନୁଆରୀ ମାସରେ ସ୍କୁଲ୍ ଖୋଲିପାରେ। ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜ୍ୟରେ ଜାନୁଆରୀରେ ସ୍କୁଲ୍ ଖୋଲିବା ପାଇଁ ସରକାର ଯୋଜନା କରିଛନ୍ତି। ଅର୍ଥାତ୍ ଚଳିତ ବର୍ଷ ଡିସେମ୍ବର ମାସରେ ସ୍କୁଲ ଖୋଲିବା ନେଇ ଯେଉଁ ଆଶା ଥିଲା ତା' ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ମନ୍ତ୍ରୀ ସମୀର ଦାଶ।
ପ୍ରଥମେ ଆମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦେବୁ। ବାକି କ୍ଲାସ୍ ଗୁଡ଼ିକ ଖୋଲିବ କି ନାହିଁ, ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ସ୍କୁଲ ଖୋଲିବା ପରେ ଅତିକମରେ ୧୦୦ ଦିନ ଧରି କ୍ଲାସ୍ ହେବ। ଯାହା ପରେ ପରୀକ୍ଷା ହେବ ବୋଲି କହିଛନ୍ତି ମନ୍ତ୍ରୀ।
ମନ୍ତ୍ରୀ ଆହୁରି କହିଛନ୍ତି, ଯଦି ଜାନୁଆରୀରୁ ସ୍କୁଲ ଖୋଲେ, ତାହେଲେ ଛୁଟି ଦିନଗୁଡ଼ିକରେ କ୍ଲାସ୍ ହେବ। କେବଳ ପର୍ବପର୍ବାଣୀ ଗୁଡ଼ିକରେ ଛୁଟି ହେବ ଏବଂ ଅନ୍ୟ ଛୁଟିରେ କ୍ଲାସ୍ ବନ୍ଦ ହେବନି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ପାଇଁ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଛି। କରୋନା ଯୋଗୁ ଏବେ ପିଲାମାନେ ଅନଲାଇନ ପାଠ ପଢ଼ୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/sameer.jpg)