Advertisment

ଟଙ୍କାରୁ ଗାନ୍ଧିମୁଣ୍ଡ ଚିରି ସ୍କୁଲ ପ୍ରୋଜେକ୍ଟ କଲା କୁନିଝିଅ !! ମାଆ ଚିତ୍‌ପଟାଙ୍ଗ୍

ଭୁବନେଶ୍ୱର: ଆମର ଏଇ ଖବରରେ ସନ୍ନିବେଶିତ ଫଟୋଟିକୁ ଦେଖନ୍ତୁ। ଭଲ କରି ଲକ୍ଷ୍ୟ କରିବା ପରେ ଆପଣଙ୍କ ହୋସ୍ ଉଡ଼ି ଯାଉଥିବ। ଛୋଟ ଝିଅଟି ତା ସ୍କୁଲ ପ୍ରୋଜେକ୍ଟ ତିଆରି କରୁଛି। ପ୍ରୋଜେକ୍ଟ ହେଲା ‘ଗାନ୍ଧି ଜୟନ୍ତୀ’। ଅର୍ଥାତ ବାପୁଜୀଙ୍କ ଜନ୍ମଦିନ ପାଳିବାକୁ ତାଙ୍କ ମୁହଁର କିଛି ଛବି କାଟି ତାକୁ ହୋମୱାର୍କ ବହିରେ ଅଠାରେ ଲଗେଇବାକୁ ପଡୁଛି। ଝିଅଟି ସେଇଆ ହିଁ କରୁଛି। କିନ୍ତୁ ଗାନ୍ଧିଜୀଙ୍କ ମୁହଁ ସେ କେଉଁଠି କାଟିଛି ତାହା ଦେଖି ଆପଣଙ୍କ […]

ଅଦ୍ୟତନ ହୋଇଛି
ଟଙ୍କାରୁ ଗାନ୍ଧିମୁଣ୍ଡ ଚିରି ସ୍କୁଲ ପ୍ରୋଜେକ୍ଟ କଲା କୁନିଝିଅ !! ମାଆ ଚିତ୍‌ପଟାଙ୍ଗ୍

School Project

Advertisment

ଭୁବନେଶ୍ୱର: ଆମର ଏଇ ଖବରରେ ସନ୍ନିବେଶିତ ଫଟୋଟିକୁ ଦେଖନ୍ତୁ। ଭଲ କରି ଲକ୍ଷ୍ୟ କରିବା ପରେ ଆପଣଙ୍କ ହୋସ୍ ଉଡ଼ି ଯାଉଥିବ। ଛୋଟ ଝିଅଟି ତା ସ୍କୁଲ ପ୍ରୋଜେକ୍ଟ ତିଆରି କରୁଛି। ପ୍ରୋଜେକ୍ଟ ହେଲା 'ଗାନ୍ଧି ଜୟନ୍ତୀ'। ଅର୍ଥାତ ବାପୁଜୀଙ୍କ ଜନ୍ମଦିନ ପାଳିବାକୁ ତାଙ୍କ ମୁହଁର କିଛି ଛବି କାଟି ତାକୁ ହୋମୱାର୍କ ବହିରେ ଅଠାରେ ଲଗେଇବାକୁ ପଡୁଛି। ଝିଅଟି ସେଇଆ ହିଁ କରୁଛି। କିନ୍ତୁ ଗାନ୍ଧିଜୀଙ୍କ ମୁହଁ ସେ କେଉଁଠି କାଟିଛି ତାହା ଦେଖି ଆପଣଙ୍କ ହୋସ୍ ଉଡ଼ି ଯିବଣି। ଝିଅଟି ଘରେ ଥିବା ଦୁଇ ହଜାର ଟଙ୍କିଆ ନୋଟ୍ ସବୁ ଆଣି ସେଥିରୁ ଗାନ୍ଧିଜୀଙ୍କ ଛବିକୁ କାଟି ତା ହୋମଵାର୍କ ବହିରେ ଅଠା ମାରି ଲଗାଇଛି।
ଫଟୋଟି ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିୟ। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନି କି ବିବ୍ରତ ବି ହୁଅନ୍ତୁନି। ବାସ୍ତବରେ ଏହା କେବେ କ'ଣ ସମ୍ଭବ ? ପିଲାଟି ବି ଏତେ ଟଙ୍କା କୋଉଠୁ ପାଇବ? ବାପା ମାଆ ବି ତାକୁ କାହିଁକି ଟଙ୍କା ଦେବେ? ବାସ୍ତବରେ ଏହା ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏକ ଫଟୋ। କେହି ବ୍ୟକ୍ତି ଗାନ୍ଧି ଜୟନ୍ତୀ ଅବସରରେ ମଜା କରିବାକୁ ଏହାକୁ ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି ନିଶ୍ଚୟ। ଫଟୋ ତଳେ ଲେଖାଯାଇଛି- ଗାନ୍ଧି ଜୟନ୍ତୀ ଅବସରରେ ଝିଅର ସ୍କୁଲ ପ୍ରୋଜେକ୍ଟ ଦେଖି ମାଆ ଖୁସି ହେବା ବଦଳରେ ଚିତ୍‌ପଟାଙ୍ଗ୍। ସୋସିଆଲ୍ ମିଡିଆରେ ଏହି ଫଟୋଟି ଭାଇରାଲ ହୋଇଛି।

Advertisment

ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଟଙ୍କା ଚିରିବା ଏକ ଦଣ୍ଡନୀୟ ଅପରାଧ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe