Advertisment

Student Protest: ସ୍କୁଲ ପିଲାଙ୍କ ବିଦ୍ରୋହ, ଏଥର ଶୁଣିବେ ତ ସରକାର

ସ୍କୁଲ ବାରଣ୍ଡାରେ ପିଲା ଫିଙ୍ଗି ଦେଲେ ୟୁନିଫର୍ମ। ସାଙ୍ଗରେ ଆଣିଥିବା ସ୍କୁଲ ୟୁନିଫର୍ମକୁ ଜଣକ ପରେ ଜଣେ ଫୋପାଡି ଦେଲେ।  କାହା ଦେହରେ ନଥିଲା ୟୁନିଫର୍ମ ନାହିଁ। ସେହିଭଳି ସ୍କୁଲ ପିଣ୍ଢାରେ ଥାଳିରେ ବଢା ହୋଇଥିଲା ମଧ୍ୟାହ୍ନ ଭୋଜନ। କିନ୍ତୁ ପିଲାଏ ମୋଡ଼ିଦେଲେ ମୁହଁ। କେହି ଜଣେ  ଖାଇଲେ ନାହିଁ।

Student Strike

ୟୁନିଫର୍ମ ଫୋପାଡ଼ିଲେ, ମଧ୍ୟାହ୍ନ ଭୋଜନରୁ ମୁହଁ ଫେରାଇନେଲେ

Advertisment

ସ୍କୁଲ ବାରଣ୍ଡାରେ ପିଲା ଫିଙ୍ଗି ଦେଲେ ୟୁନିଫର୍ମ। ସାଙ୍ଗରେ ଆଣିଥିବା ସ୍କୁଲ ୟୁନିଫର୍ମକୁ ଜଣକ ପରେ ଜଣେ ଫୋପାଡି ଦେଲେ।  କାହା ଦେହରେ ନଥିଲା ୟୁନିଫର୍ମ ନାହିଁ। ସେହିଭଳି ସ୍କୁଲ ପିଣ୍ଢାରେ ଥାଳିରେ ବଢା ହୋଇଥିଲା ମଧ୍ୟାହ୍ନ ଭୋଜନ। କିନ୍ତୁ ପିଲାଏ ମୋଡ଼ିଦେଲେ ମୁହଁ। କେହି ଜଣେ  ଖାଇଲେ ନାହିଁ। ପ୍ରଧାନ ଶିକ୍ଷକ ଯେତେ କହିଲେ ବି ଜିଦରେ ଅଟଳ ରହିଥିଲେ ଛାତ୍ରଛାତ୍ରୀ। ପାଠପଢା ସମୟର ଚିତ୍ର ମଧ୍ୟ ଥିଲା କିଛି ଏହିଭଳି।  ପଢିବାକୁ ଅମଙ୍ଗ ଥିଲେ ପିଲା। ସେମାନେ ଦେଇଥିଲେ ଗୋଟିଏ ନାରା। ସେମାନଙ୍କ ଦାବି ପୂରଣ ହେଉ। ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ଏ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କଖାରୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

Advertisment

ଏହି ସ୍କୁଲରେ ରହିଛି ୮ଟି ଶ୍ରେଣୀ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୦୦ରୁ ଅଧିକ। ଏତେ ସଂଖ୍ୟକ ପିଲାଙ୍କୁ ପାଠ ପଢ଼ାଇବାକୁ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ପ୍ରକୃତରେ ସ୍କୁଲରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସଂଖ୍ୟା ୭। ସେଥିରୁ ଜଣେ ସିଆରସିଏସ୍ ହୋଇ ଚାଲିଯାଇଛନ୍ତି। ୨ ଜଣ ଶିକ୍ଷୟିତ୍ରୀ ମ୍ୟାଟରନିଟି ଲିଭରେ ଅଛନ୍ତି। ଏଭଳି ସ୍ଥିତିରେ ଗତ ୬ ମାସ ହେଲା ୪ ଜଣ ଶିକ୍ଷକରେ ଚାଲିଛି ପାଠପଢା। ଖୋଦ୍ ପ୍ରଧାନଶିକ୍ଷକ ସ୍କୁଲରେ ଶିକ୍ଷକ ଅଭାବକୁ ସ୍ବୀକାର କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। 

କେତେବେଳେ ଶିକ୍ଷକ ଅଭାବ ତ କେତେବେଳେ ଶିକ୍ଷକଙ୍କ ବଦଳି, ନିମ୍ନମାନର ମଧ୍ୟାହ୍ନ ଭୋଜନ ହେଉ ଅବା ସ୍କୁଲରେ ଆନୁଷଙ୍ଗିକ ବ୍ୟବସ୍ଥା ଦାବି- ରାଜ୍ୟର ଅନେକ ସ୍ଥାନରେ ପ୍ରତିବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ। ହେଲେ କେନ୍ଦ୍ରାପଡ଼ାର ଏହି ସ୍କୁଲରେ ଶିକ୍ଷକ ଅଭାବକୁ ନେଇ କୋମଳମତି ଶିଶୁମାନେ ଯେଉଁ ଢଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି, ତାହା ଶିକ୍ଷା ବ୍ୟବସ୍ଥାର ଏକ ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି। ସ୍ଥାନୀୟ ପ୍ରଶାସନ ସହିତ ସରକାର ତୁରନ୍ତ ଏହି ସ୍କୁଲର ସମସ୍ୟା ପ୍ରତି ଧ୍ୟାନ ଦେବା ଆବଶ୍ୟକ। 

Advertisment

ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe