Advertisment

ସ୍କୁଲରେ ତାଲା ପକାଇ ଚାଲିଚାଲି ଜିଲାପାଳଙ୍କୁ ଭେଟିବାକୁ ଗଲେ ଛାତ୍ରଛାତ୍ରୀ

‍‍‍ବାରିପଦା (ମାନିକ୍ ଲାଲ୍‌ ପାଣି): ‘ଶିକ୍ଷକ ନାହାନ୍ତି। ପାଠପଢ଼ା ହୋଇପାରୁନି। ତେଣୁ ତୁରନ୍ତ ଶିକ୍ଷକ ଦିଅ। ନହେଲେ ସ୍କୁଲ ଗେଟ୍ ଖୋଲିବନି।’ ଏଭଳି ଦାବି କରି ସ୍କୁଲ୍‌ରେ ତାଲା ପକାଇ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଉଥିଲେ ଛାତ୍ରଛାତ୍ରୀ। ହେଲେ ବାଟ ଓଗାଳିଲେ ପୁଲିସ୍ ଓ ଶିକ୍ଷକ,ଶିକ୍ଷୟିତ୍ରୀ। ସେଥିପାଇଁ କିଛି ସମୟ ପାଇଁ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ପରେ ଅବଶ୍ୟ ଜିଲ୍ଲାପାଳ ଭିସି ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ […]

ଅଦ୍ୟତନ ହୋଇଛି
ସ୍କୁଲରେ ତାଲା ପକାଇ ଚାଲିଚାଲି ଜିଲାପାଳଙ୍କୁ ଭେଟିବାକୁ ଗଲେ ଛାତ୍ରଛାତ୍ରୀ

school-student

Advertisment

‍‍‍ବାରିପଦା (ମାନିକ୍ ଲାଲ୍‌ ପାଣି): ‘ଶିକ୍ଷକ ନାହାନ୍ତି। ପାଠପଢ଼ା ହୋଇପାରୁନି। ତେଣୁ ତୁରନ୍ତ ଶିକ୍ଷକ ଦିଅ। ନହେଲେ ସ୍କୁଲ ଗେଟ୍ ଖୋଲିବନି।’ ଏଭଳି ଦାବି କରି ସ୍କୁଲ୍‌ରେ ତାଲା ପକାଇ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଉଥିଲେ ଛାତ୍ରଛାତ୍ରୀ। ହେଲେ ବାଟ ଓଗାଳିଲେ ପୁଲିସ୍ ଓ ଶିକ୍ଷକ,ଶିକ୍ଷୟିତ୍ରୀ। ସେଥିପାଇଁ କିଛି ସମୟ ପାଇଁ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ପରେ ଅବଶ୍ୟ ଜିଲ୍ଲାପାଳ ଭିସି ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି।

Advertisment

ଏହି ସ୍କୁଲରେ ପ୍ରାୟ ୨୦୦ ପିଲା ପଢ଼ୁଛନ୍ତି। ସେମାନଙ୍କୁ ଏଠାରେ ପାଠପଢ଼ିବାରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ୁଛି। ବିଭିନ୍ନ ସମସ୍ୟା ମଧ୍ୟରୁ ପ୍ରମୁଖ ହେଉଛି ଶିକ୍ଷକଙ୍କ ଅଭାବ। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଠିକ୍‌ରେ ପାଠପଢ଼ା ହୋଇପାରୁ ନାହିଁ। କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ତେଣୁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଥିଲେ। ସେହିପରି ପ୍ରଧାନଶିକ୍ଷକ ନିଜ ସମ୍ପର୍କୀୟମାନଙ୍କୁ ସ୍କୁଲ୍‌ରେ ଠିକା ଶିକ୍ଷକ ଭାବେ ନିଯୁକ୍ତି ଦେଉଥିବା ଓ ହଷ୍ଟେଲରେ ଅନ୍ତେବାସୀଙ୍କୁ ଭଲ ଖାଦ୍ୟ ଦିଆଯାଉ ନଥିବା ନେଇ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଥିଲେ। ଆଉ ଆଜି ଏହି ଅସନ୍ତୋଷ ସୀମା ଟପିଥିଲା।

ସ୍ଥାୟୀ ଶିକ୍ଷକ ନିଯୁକ୍ତି ସହିତ ଅନ୍ୟାନ୍ୟ ଦାବି ନେଇ ଆଜି ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଖବର ପାଇ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀମାନେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଛାତ୍ରଛାତ୍ରୀମାନେ ସେମାନଙ୍କ କଥାରେ ବିଶ୍ୱାସ କରି ନଥିଲେ। ଏହା ପରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିବାକୁ ୪୦ କିଲୋମିଟର ଦୂରରେ ଥିବା ତାଙ୍କ ଅଫିସ୍‌କୁ ଚାଲି ଚାଲି ବାହାରିଥିଲେ। ବାଟରେ ସେମାନଙ୍କୁ ପୁଲିସ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଅଟକାଇ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସ୍ଥିତି ଉତ୍ତେଜନାର ରୂପ ନେଇଥିଲା। ପରେ ବିଡିଓ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ଓ ସ୍କୁଲ୍‌ ଠାରୁ ୪ କିଲୋମିଟର ଦୂର ତାଙ୍କ ଅଫିସ୍‌କୁ ନେଇ ଥିଲେ। ସେଠାରେ ଭିସି ଜରିଆରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହିତ ସମସ୍ୟାର ସମାଧାନ କରିବାକୁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe