Advertisment

ଦିଲ୍ଲୀ ଗଲେ ବଲାଙ୍ଗିରର ୧୪ ଛାତ୍ରଛାତ୍ରୀ

ବଲାଙ୍ଗିର (ସସ୍ମିତା ସାହୁ): ବଚ୍‌ପନ୍‌ ସ୍କୁଲ ପକ୍ଷରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ପଞ୍ଚମ ସର୍ବ ଭାରତୀୟ ପ୍ରତିଯୋଗିତା। ଏଥିରେ ଭାଗନେବା ପାଇଁ ବଲାଙ୍ଗିରସ୍ଥିତ ଏକାଡେମୀ ହାଇଟ୍ସ ପବ୍ଲିକ୍ ସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଯାତ୍ରା କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ସକାଳୁ ସମଲେଶ୍ୱରୀଙ୍କ ମନ୍ଦିର ଯାଇ ମାଆଙ୍କ ଆଶୀର୍ବାଦ ନେବାପରେ ଟିଟିଲାଗଡ଼ ଯାଇ ସେଠାରୁ ଟ୍ରେନ୍ ଯୋଗେ ଦିଲ୍ଳୀ ଯାତ୍ରା କରିଛନ୍ତି। ଏହି ମେଗା ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଅଜୁର୍ନ ପୁରସ୍କାରପ୍ରାପ୍ତ ପଦ୍ମଶ୍ରୀ ପି.ଭି.ସିନ୍ଧୁ ଛାତ୍ରଛାତ୍ରୀଙ୍କୁ […]

ଦିଲ୍ଲୀ ଗଲେ ବଲାଙ୍ଗିରର ୧୪ ଛାତ୍ରଛାତ୍ରୀ

school

Advertisment

ବଲାଙ୍ଗିର (ସସ୍ମିତା ସାହୁ): ବଚ୍‌ପନ୍‌ ସ୍କୁଲ ପକ୍ଷରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ପଞ୍ଚମ ସର୍ବ ଭାରତୀୟ ପ୍ରତିଯୋଗିତା। ଏଥିରେ ଭାଗନେବା ପାଇଁ ବଲାଙ୍ଗିରସ୍ଥିତ ଏକାଡେମୀ ହାଇଟ୍ସ ପବ୍ଲିକ୍ ସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଯାତ୍ରା କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ସକାଳୁ ସମଲେଶ୍ୱରୀଙ୍କ ମନ୍ଦିର ଯାଇ ମାଆଙ୍କ ଆଶୀର୍ବାଦ ନେବାପରେ ଟିଟିଲାଗଡ଼ ଯାଇ ସେଠାରୁ ଟ୍ରେନ୍ ଯୋଗେ ଦିଲ୍ଳୀ ଯାତ୍ରା କରିଛନ୍ତି।

Advertisment

ଏହି ମେଗା ଇଭେଣ୍ଟରେ ମୁଖ୍ୟ ଅତିଥି ଭାବେ ଅଜୁର୍ନ ପୁରସ୍କାରପ୍ରାପ୍ତ ପଦ୍ମଶ୍ରୀ ପି.ଭି.ସିନ୍ଧୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି। ସ୍କୁଲ ପକ୍ଷରୁ ସନ୍ତରଣରେ ଆରିନ୍ ଜୈନ, ଯୋଗରେ ଦିବ୍ୟରଞ୍ଜନ ଚୌଧୁରୀ, ବ୍ୟାଡ୍‌ମିଣ୍ଟନରେ ଦେବ କେଜ୍ରିୱାଲ, ହିନ୍ଦୀ ବକ୍ତୃତାରେ ଜାହ୍ନବୀ ଭମର, ଇଂରାଜୀ ବକ୍ତୃତାରେ ନିୟତି ଭମର, ଇଂରାଜୀ କବିତାପାଠରେ ପ୍ରେରଣା ଭରଦ୍ୱାଜ୍, ଏକାକୀ ନୃତ୍ୟରେ ହର୍ସିତା କର, ନୃତ୍ୟରେ ସମ୍ବଲପୁରୀ ଗ୍ରୁପ୍ ଡ୍ୟାନ୍ସର କେସବ ଗୋୟଲ, ଅାହାନା ଅାକୃତି ସାହୁ, ସାନ୍‌ଭୀ ସମ୍ଭବା, ରିଶିକା ଅଗ୍ରୱାଲ, ଆନନ୍ଦିତା ପଟ୍ଟନାୟକ, ପୂରବୀ ଅଗ୍ରୱାଲ ଓ ଚିତ୍ରାଙ୍କନାରେ ଶୁଭମ ଗୋୟଲ ପ୍ରତିନିଧିତ୍ୱ କରୁଛନ୍ତି।

publive-image

ସ୍କୁଲର ଶିକ୍ଷୟତ୍ରୀ ରଂଜିତା ପଟ୍ଟାନାୟକ ଓ ରଶ୍ମିତା ଦାସ ପିଲାମାନଙ୍କ ସହ ଦିଲ୍ଳୀ ଗ୍ରସ୍ତ କରିଛନ୍ତି। ଡାଇରେକ୍ଟର ଅର୍ଚ୍ଚନା ଶତପଥୀ, ଅଧ୍ୟକ୍ଷ ଶ୍ରୀ ଅନନ୍ତ ଗିରି, ଅର୍ଦ୍ଧେନ୍ଦୁ ମେହେର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe