Advertisment

ବନ୍ଧୁ ସାଜିଥିଲା ବନ୍ଧୁକ! ଚା’ ପିଇବା ଆଳରେ ଡାକି ଉଠାଇ ନେଇଥିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଅପହରଣ ମାମଲାରେ ସାମ୍ନାକୁ ଆସିଛି ନୂଆ ଟୁଇଷ୍ଟ। ୩୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡଜାମିନର ସତ ସାମ୍ନାକୁ ଆସିଛି। ଅପହରଣ ପାଇଁ ବନ୍ଧୁ ସାଜିଥିଲା ବନ୍ଧୁକ! ଆଉ ରଚିଥିଲା ଅପହରଣ ଷଡ଼ଯନ୍ତ୍ର। ସିଏ ହେଉଛି ଧନେଶ୍ୱର ପାତ୍ର। ଚା’ ପିଇବା ବାହାନାରେ ଡାକି ଅପହରଣ କରାଇଥିଲା। ଭୁବନେଶ୍ୱର ଲକ୍ଷ୍ମୀସାଗ ଅଞ୍ଚଳର ମେଡିସିନ୍‌ ବ୍ୟବସାୟୀ ରାମରୂପ ଅଗ୍ରୱାଲ୍‌ଙ୍କ ପୁଅ ହେଉଛନ୍ତି ଈଷାନ। କିଛିବର୍ଷ ତଳେ ସେ ପରୀକ୍ଷା ଦେବା ପାଇଁ […]

ଅଦ୍ୟତନ ହୋଇଛି
ବନ୍ଧୁ ସାଜିଥିଲା ବନ୍ଧୁକ! ଚା’ ପିଇବା ଆଳରେ ଡାକି ଉଠାଇ ନେଇଥିଲା

Dhaneswar

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଅପହରଣ ମାମଲାରେ ସାମ୍ନାକୁ ଆସିଛି ନୂଆ ଟୁଇଷ୍ଟ। ୩୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡଜାମିନର ସତ ସାମ୍ନାକୁ ଆସିଛି। ଅପହରଣ ପାଇଁ ବନ୍ଧୁ ସାଜିଥିଲା ବନ୍ଧୁକ! ଆଉ ରଚିଥିଲା ଅପହରଣ ଷଡ଼ଯନ୍ତ୍ର। ସିଏ ହେଉଛି ଧନେଶ୍ୱର ପାତ୍ର। ଚା’ ପିଇବା ବାହାନାରେ ଡାକି ଅପହରଣ କରାଇଥିଲା।

Advertisment

ଭୁବନେଶ୍ୱର ଲକ୍ଷ୍ମୀସାଗ ଅଞ୍ଚଳର ମେଡିସିନ୍‌ ବ୍ୟବସାୟୀ ରାମରୂପ ଅଗ୍ରୱାଲ୍‌ଙ୍କ ପୁଅ ହେଉଛନ୍ତି ଈଷାନ। କିଛିବର୍ଷ ତଳେ ସେ ପରୀକ୍ଷା ଦେବା ପାଇଁ ବ୍ରହ୍ମପୁର ଯାଇଥିଲେ। ସେଠାରେ ତାଙ୍କର ଧନେଶ୍ୱରଙ୍କ ସହିତ ଦେଖା ହୋଇଥିଲା। ଏହା ପରେ ଉଭୟଙ୍କ ଭିତରେ ବନ୍ଧୁତା ଗଢ଼ି ଉଡିଥିଲା। ସେ ଦିନଠୁ ଈଷାନ ଓ ତାଙ୍କ ପରିବାର ବିଷୟରେ ସବୁ ତଥ୍ୟ ପାଇଥିଲା ଧନେଶ୍ୱର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଧନେଶ୍ୱର ପାଠ ପଢ଼ିଛି ମାତ୍ର ଯୁକ୍ତ ଦୁଇ ଯାଏଁ। ଏବେ ସେ ଗ୍ରାଫିକ୍ସ ଡିଜାଇନ୍‌ ଶିଖୁଛି। ହେଲେ ଗ୍ରାଫିକ୍ସ ଡିିଜାଇନ ଶିଖୁ ଶିଖୁ ଏଭଳି ଏକ ଅପରାଧ ନକ୍ସା ଆଙ୍କିଦେବ ବୋଲି ଭାବିନଥିଲେ ଈଷାନ କିମ୍ୱା ତାଙ୍କ ବାପା।

ଅପହରଣ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲା ଧନେଶ୍ୱର। ବ୍ରହ୍ମପୁରର ରାମକ୍ରିଷ୍ଣ, ସମ୍ବଲପୁରର ସନ୍ତୋଷ ରାଉତ ଓ ଖଣ୍ଡଗିରିର ମୁସ୍ତାକ ଅଲ୍ଲିଙ୍କୁ ଅପହରଣର ପୂରା ନକ୍ସା ବୁଝାଇଥିଲା। ଆଉ ତା’ପରେ ଅପହଣ ନାଟକ ରଚିଥିଲା। ଯୋଜନା ମୁତାବକ ଜାନୁଆରୀ ୩୧ ଅପରାହ୍ନରେ ଈଷାନଙ୍କୁ ଚା’ ପିଇବା ପାଇଁ ଫୋନ୍‌ରେ ଡାକିଥିଲା ଧନେଶ୍ୱର। ଆଉ ସାଙ୍ଗଠାରୁ ଡାକରା ପାଇ ଧାଇଁ ଆସିଥିଲେ ଈଷାନ୍‌। ଚା’ ଦୋକାନକୁ ଯାଉଥିବା ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରିନେଇ ଥିଲେ। ପୂରା ଘଟଣାରେ ଧନେଶ୍ୱର ଅଲଗା ରହୁଥିଲା। ୩୬ ଘଣ୍ଟାର ଅପରେସନ୍‌ ପରେ ୪ ଅଭିଯୁକ୍ତଙ୍କୁ ନୟାଗଡ଼ ରାଜସୁନାଖଳାର ଚୁଡ଼ା ଜଙ୍ଗଲ ପାଖରୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌। ଆଜି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ବେଳେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ପୂରା କାହାଣୀ। ଆଉ ଈଷାନ୍‌ ମଧ୍ୟ ଚିହ୍ନିଛନ୍ତି ଧନେଶ୍ୱରଙ୍କୁ। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Advertisment

ସେପଟେ ଆଜି ଏହି ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୁଲିସ। ତେବେ କୁଆଡ଼େ ଗଲେ ଅନ୍ୟ ୨ ସହଯୋଗୀ? ଅଭିଯୁକ୍ତମାନେ ଆଉ କେଉଁ କେଉଁ ଘଟଣାରେ ସଂପୃକ୍ତ ? ଏସବୁର ସତ ଉଗାଳିବାକୁ ପୁଲିସ ରିମାଣ୍ଡରେ ନେବାକୁ ଯୋଜନା ରଖିଛି। ତା’ ପୂର୍ବରୁ କିନ୍ତୁ ୪ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରାଯିବ।

ସେପଟେ ଅପରେସନ ଈଷାନରେ ସାମିଲ ହୋଇଥିବା କମିଶନରେଟ୍‌ ପୁଲିସର ସ୍ୱତନ୍ତ୍ର ଟିମ୍‌କୁ ସମ୍ବର୍ଦ୍ଧିତ କରିଛନ୍ତି ଡିସିପି। ସ୍ପେଶାଲ୍‌ ସ୍କ୍ୱାର୍ଡ ମୁଖ୍ୟ ଏସିପି ସଂଜୀବ ଶତପଥୀଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୪ଟି ଟିମ୍‌। ଯେଉଁଥିରେ ୧୯ ଜଣ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।

Bhubaneswar News Kidnap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe