Advertisment

ମନ୍ତ୍ରୀଙ୍କ ‘ତୁଣ୍ଡ’ରେ ଲଗାମ ଲଗାଇଲା ସଚିବଙ୍କ ନିର୍ଦ୍ଦେଶ: ଡିସେମ୍ବର ୩୧ ପର୍ଯ୍ୟନ୍ତ ଖୋଲିବନି ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଋତୁରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଆଜି ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗତ କିଛିଦିନ ଧରି ବାରମ୍ବାର ବଦଳାଉଥିବା ବୟାନ ଉପରେ […]

ଅଦ୍ୟତନ ହୋଇଛି
ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କଲା ଅଭିଭାବକ ମହାସଂଘ

school

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଋତୁରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଆଜି ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗତ କିଛିଦିନ ଧରି ବାରମ୍ବାର ବଦଳାଉଥିବା ବୟାନ ଉପରେ ବି ସଚିବଙ୍କ ନିର୍ଦ୍ଦେଶ ଏକପ୍ରକାର ଲଗାମ ଲଗାଇବାରେ ସକ୍ଷମ ହୋଇଛି।

Advertisment

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, କେତେକ ରାଜ୍ୟରେ ସ୍କୁଲ ଖୋଲାଯାଇ ଥିବାବେଳେ ସେଠାରେ କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆସିଥିବାର ପ୍ରମାଣ ମିଳିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୧୫ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିମନ୍ତେ କ୍ଷମତା ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ସ୍ୱତନ୍ତ୍ର ରିଲିଫ କମିଶନର ଦେଇଥିଲେ ମଧ୍ୟ ବିଭିନ୍ନ ଷ୍ଟେକହୋଲଡରଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଡିସେମ୍ବର ୩୧ପର୍ଯ୍ୟନ୍ତ ସ୍କୁଲ ଖୋଲା ନଗଲେ ମଧ୍ୟ ପରୀକ୍ଷା ପରିଚାଳନା, ଏଣ୍ଟ୍ରାନ୍ସ ଟେଷ୍ଟ, ପରୀକ୍ଷା ଖାତା ମୂଲ୍ୟାୟନ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ଯଥାସମ୍ଭବ ହେବ।

ସେହିପରି ଅନଲାଇନ୍ ପାଠପଢ଼ାକୁ ଅଧିକ ପ୍ରୋତ୍ସାହିତ କରାଯିବ। ଶିକ୍ଷକ ଓ ସ୍କୁଲର ଅନ୍ୟ କର୍ମଚାରୀମାନଙ୍କୁ ଅନଲାଇନ୍ ପାଠପଢ଼ା ଅବା ଟେଲି କାଉନସେଲିଂ ନିମନ୍ତେ ସ୍କୁଲକୁ ଆସିବାକୁ କୁହାଯାଇପାରିବ। ତେବେ ସେମାନଙ୍କୁ କରୋନା ଗାଇଡଲାଇନ୍ ପାଳନ କରିବାକୁ ପଡ଼ିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ରାଜ୍ୟରେ ସ୍କୁଲ ନଭେମ୍ବରରୁ ସ୍କୁଲ ଖୋଲିବ ଓ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଥିଲେ। ଆଜି ସକାଳେ ନିଜର ଏହି ବୟାନକୁ ବଦଳାଇ କହିଥିଲେ ଯେ, ସ୍କୁଲ ଖୋଳିବା ନିଷ୍ପତ୍ତିକୁ ଏବେ ସ୍ଥଗିତ ରଖାଯାଇଛି। ଏହା ପୂର୍ବରୁ ମଧ୍ୟ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ ସ୍କୁଲ ଖୋଲିବାକୁ ନେଇ ଭିନ୍ନ ଭିନ୍ନ ମତପୋଷଣ କରିଆସୁଛନ୍ତି। ଯାହାକୁ ନେଇ ଅଭିଭାବକ ମହଲରେ ଦ୍ୱନ୍ଦ୍ୱ ପରିସ୍ଥିତି ଦେଖାଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe