Advertisment

ଏହି ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ନଦୀ ଏବେ ବିପଦ ସଙ୍କେତ ପାର କରିଛି। ଜଗତସିଂହପୁର ଜିଲ୍ଲାର ଦେବୀନଦୀର ଦଳେଇ ଘାଇ ବିପଦ ସଂକେତ ଟପିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପର୍ଯ୍ୟନ୍ତ  ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ଯେଉଁ ସ୍କୁଲରେ ବନ୍ୟା ପାଣି ପ୍ରବେଶ କରିଛି ବା ଯେଉଁଥିରେ ପାଣି […]

ଅଦ୍ୟତନ ହୋଇଛି
ଫେବୃଆରୀରେ ଆସିବ ତୃତୀୟ ଲହର! କାହା ପରାମର୍ଶରେ ସ୍କୁଲ ଖୋଲୁଛନ୍ତି ସରକାର?

school

Advertisment

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ନଦୀ ଏବେ ବିପଦ ସଙ୍କେତ ପାର କରିଛି। ଜଗତସିଂହପୁର ଜିଲ୍ଲାର ଦେବୀନଦୀର ଦଳେଇ ଘାଇ ବିପଦ ସଂକେତ ଟପିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପର୍ଯ୍ୟନ୍ତ  ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ଯେଉଁ ସ୍କୁଲରେ ବନ୍ୟା ପାଣି ପ୍ରବେଶ କରିଛି ବା ଯେଉଁଥିରେ ପାଣି ପଶିବା ଆଶଙ୍କା ରହିଛି ତାହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Advertisment

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟ ପାଣି ପ୍ରବେଶ କରିଥିବାରୁ ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ବହୁ ତଳିଆ ଅଞ୍ଚଳ ସ୍କୁଲରେ ଅଣ୍ଟାଏ ଲେଖା ବନ୍ୟା ପାଣି ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଅଘଟଣ ଆଶଙ୍କାକୁ ଏଡ଼ାଇବାକୁ  ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏନେଇ ସବୁ ବିଇଓମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବନ୍ୟା ପାଣି ପ୍ରବେଶ କଲେ ସ୍କୁଲର ମଧ୍ୟାହ୍ନ ଭୋଜନ ସାମଗ୍ରୀ ସମେତ ମୂଲ୍ୟବାନ ଜିନିଷକୁ କିପରି ସୁରକ୍ଷିତ ରଖାଯିବ ସେଥିପ୍ରତି ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe