/odisha-reporter/media/post_attachments/uploads/2020/06/samir-1-1-1.jpg)
samir-1-1
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ମାସରେ ହିଁ ରାଜ୍ୟରେ ଖୋଲିବ ସ୍କୁଲ। ୫ଟି ବର୍ଗର ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ସ୍କୁଲ ଖୋଲିବା ନେଇ ଏସ୍ଓପି ଏବେ ଡ୍ରାଫ୍ଟ ଷ୍ଟେଜରେ ଅଛି ।
Advertisment
ମନ୍ତ୍ରୀ କହିଛନ୍ତି, ନବମରୁ ଦ୍ୱାଦଶ ଯାଏ ସଂପୂର୍ଣ୍ଣ କ୍ଲାସ ହେବ। ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନହେଲେ ଅନଲାଇନ ବ୍ୟବସ୍ଥା ହେବ। ସ୍କୁଲ ଖୋଲିବା ନେଇ SOP ପ୍ରସ୍ତୁତି ଚାଲିଥିବା ବେଳେ ଏନେଇ ଜିଲ୍ଲାପାଳ ଓ DEOଙ୍କ ସହ ଆଲୋଚନା କରାଯିବ ।
ମନ୍ତ୍ରୀ ଆହୁରି କହିଛନ୍ତି, ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ। କରୋନା ପାଇଁ ୩୦% ସିଲାବସ୍ ହ୍ରାସ ହୋଇଛି। ଆଉ କମିବନି। ବାକି ୭୦% ସିଲାବସ୍ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
