Advertisment

କାଲି ରାଜଧାନୀର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦୃଷ୍ଟିରୁ କାଲି ଭୁବନେଶ୍ୱରର ସବୁ ସ୍କୁଲ ଛୁଟି ରହିବ। ସେହିପରି ରାଜ୍ୟର ସବୁ ଅଙ୍ଗନବାଡିରେ ମଧ୍ୟ ଛୂଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାର ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏପରି ଛୁଟି ଘୋଷଣା କରିଛନ୍ତି । ଅନ୍ୟ ଜିଲ୍ଲାରେ ପରିସ୍ଥିତି ଦେଖି ସ୍କୁଲ ଛୁଟି ଘୋଷଣା କରିବାର ନିଷ୍ପତ୍ତି ନେବେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ […]

ଅଦ୍ୟତନ ହୋଇଛି
କାଲି ରାଜଧାନୀର ସମସ୍ତ ସ୍କୁଲ ଛୁଟି

HY29-SCHOOLBAGS

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦୃଷ୍ଟିରୁ କାଲି ଭୁବନେଶ୍ୱରର ସବୁ ସ୍କୁଲ ଛୁଟି ରହିବ। ସେହିପରି ରାଜ୍ୟର ସବୁ ଅଙ୍ଗନବାଡିରେ ମଧ୍ୟ ଛୂଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାର ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏପରି ଛୁଟି ଘୋଷଣା କରିଛନ୍ତି । ଅନ୍ୟ ଜିଲ୍ଲାରେ ପରିସ୍ଥିତି ଦେଖି ସ୍କୁଲ ଛୁଟି ଘୋଷଣା କରିବାର ନିଷ୍ପତ୍ତି ନେବେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ।

Advertisment

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ଉତ୍ତର ଓଡ଼ିଶା ସମେତ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୁବନେଶ୍ୱରରେ ସମସ୍ତ ସ୍କୁଲ ଛୁଟି ରଖିବାକୁ ଘୋଷଣା କରିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଲଗାଣ ବର୍ଷାର ମୁକାବିଲା ପାଇଁ ବିଏମ୍‌ସି ୬୭ଟି ଓ୍ୱାର୍ଡରେ ୧୩ଟି ଟିମ୍ ନିୟୋଜିତ ହୋଇଛନ୍ତି। ୪୦ ଇଞ୍ଜନିୟରଙ୍କୁ ହାଇଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ସ୍ୱତନ୍ତ୍ର ଅପରେସନ ସେଣ୍ଟର ମଧ୍ୟ ଖୋଲାଯାଇଛି।

Advertisment

ବିଏମ୍‌ସିର କଣ୍ଟ୍ରୋଲ୍ ରୁମ୍ ନମ୍ବର ହେଉଛି- ୦୬୭୪ ୨୪୩୨୨୮୧। ସେହିପରି ବିଏମ୍‌ସି ଅପରେସନ ସେଣ୍ଟର ନମ୍ବର ହେଉଛି ୧୮୦୦ ୩୪୫୦୦୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe