Advertisment

ସ୍କୋର୍ପିଓ ସହିତ ଗଞ୍ଜେଇ ଜବତ, ୩ ଜଣ କୋର୍ଟ ଚାଲାଣ

ଲମତାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ପୁଲିସ ଓ ବିଏସଏଫ ଯବାନମାନେ ଆଜି ଭୋର ପ୍ରାୟ ୫ଟା ବେଳେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ସ୍କୋର୍ପିଓ (ଓଆର ୧୫ ଏସ ୪୧୪୨)କୁ ଧରି ଥିଲେ। ଉକ୍ତ ଗାଡ଼ିରୁ ବିପୁଳ ପରିମାଣରେ ଗଂଜେଇ ଜବତ କରାଯାଇଛି। ଏହା ସହିତ ତିନି ଜଣଙ୍କୁ ଗଂଜେଇ ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ ଗଞ୍ଜେଇ ବେପାରୀମାନେ ହେଲେ ଆହ୍ଲାବା ଜିଲ୍ଲାର ତିଆରକଲ ଗାଁର ନିରଜ ମିଶ୍ରା (୩୦), ମାଦାରି ଗାଁର […]

ସ୍କୋର୍ପିଓ ସହିତ ଗଞ୍ଜେଇ ଜବତ, ୩ ଜଣ କୋର୍ଟ ଚାଲାଣ

ganja

Advertisment

ଲମତାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ପୁଲିସ ଓ ବିଏସଏଫ ଯବାନମାନେ ଆଜି ଭୋର ପ୍ରାୟ ୫ଟା ବେଳେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ସ୍କୋର୍ପିଓ (ଓଆର ୧୫ ଏସ ୪୧୪୨)କୁ ଧରି ଥିଲେ। ଉକ୍ତ ଗାଡ଼ିରୁ ବିପୁଳ ପରିମାଣରେ ଗଂଜେଇ ଜବତ କରାଯାଇଛି। ଏହା ସହିତ ତିନି ଜଣଙ୍କୁ ଗଂଜେଇ ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ ଗଞ୍ଜେଇ ବେପାରୀମାନେ ହେଲେ ଆହ୍ଲାବା ଜିଲ୍ଲାର ତିଆରକଲ ଗାଁର ନିରଜ ମିଶ୍ରା (୩୦), ମାଦାରି ଗାଁର କମଳ ମିଶ୍ରା (୨୬) ଓ କୋରାପୁଟ ଜିଲ୍ଲା ଜୟପୁର ଇରିଗେସନ୍ କୋଲନୀର ବାବୁ ପାତ୍ର। ମାଛକୁଣ୍ଡ ଥାନା ଅଧିକାରୀ କୁଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଏହି ଘଟଣାର ଖବର ପାଇ ନନ୍ଦପୁର ଏସଡିପିଓ ଶିବରାମ ନାୟକ ଲମତାପୁଟ ଥାନାକୁ ତଦନ୍ତ କରିଥିଲେ। ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

Advertisment

ଏହି ଚୋରା ଗଂଜେଇ ଚାଲାଣ ନେଇ ମାଛକୁଣ୍ଡ ପୁଲିସ ଗତକାଲି ବିଳମ୍ବିତ ରାତିରେ ସୂଚନା ପାଇଥିଲା। ଜଲାପୁଟ ଅଞ୍ଚଳକୁ ଚୋରାଚାଲାଣ କରୁଥିବା ଏକ ସ୍କୋର୍ପିଓ ଯାଇଥିବା ପୁଲିସ ସୂଚନା ପାଇଥିଲା। ଆଉ ଏହା ପରେ ଲମତାପୁଟ ପୁଲିସକୁ ଦିଆଯାଇଥିଲା ସୂଚନା ଓ ପାଟ୍ରୋଲିଂ କରିବାକୁ କୁହାଯାଇଥିଲା। ଲମତାପୁଟ ପୁଲିସ୍ ବିଏସଏଫ୍ ଯବାନମାନଙ୍କର ସହାୟତା ନେଇଥିଲେ। ଭୋର ପ୍ରାୟ ୫ଟା ବେଳକୁ ଜଲାପୁଟ ଆଡୁ ଆସୁଥିବା ଏହି ସ୍କୋର୍ପିଓକୁ ପୁଲିସ୍ ଓ ବିଏସଏଫ୍ ଯବାନମାନେ ଅଟକାଇ ଥିଲେ। ଯାଞ୍ଚ ବେଳେ ସେଥିରୁ ମିଳିଥିଲା ଗଂଜେଇ। ଅଭିଯୁକ୍ତମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଯବାନମାନେ ସେମାନଙ୍କୁ କାବୁ କରି ନେଇଥିଲେ।  ପୁଲିସର ତଦନ୍ତରୁ ଜଣାପଡ଼ିଛି ସ୍କୋର୍ପିଓର ନମ୍ବରଟି ନକଲି। ପ୍ରକୃତରେ ଏହା ଉତ୍ତର ପ୍ରଦେଶର ଗାଡ଼ି। ଏହାର ପ୍ରକୃତ ନମ୍ବର ହେଉଛି ୟୁପି ୭୦ବିଜେ୫୨୮୦।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe