ହସ୍‌ପିଟାଲ୍‌ରେ ଲାଞ୍ଚ କାରବାର: ଏସ୍‌ଡିଏମ୍‌ଓଙ୍କୁ ବଦଳି, ଆଟେଣ୍ଡାଣ୍ଟ ନିଲମ୍ବିତ

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ମହଙ୍ଗା ପଡ଼ିଲା ହସ୍‌ପିଟାଲ୍‌ ଭିତରେ ଲାଞ୍ଚ କାରବାର। ଜଣେ ଏସ୍‌ଡିଏମ୍‌ଓଙ୍କୁ ବଦଳି କରାଯାଇଥିବା ବେଳେ ଜଣେ ଆଟେଣ୍ଡାନ୍ସଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଦୁଇଟି ବଲାଙ୍ଗୀର ଜିଲ୍ଲାର। ପାଟଣାଗଡ଼ ଏସ୍‌ଡିଏମ୍‌ଓ ଡାକ୍ତର ବାଚସ୍ପତି ଦାଶ ଅପରେସନ୍‌ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଓ କିଛି ଟଙ୍କା ପକେଟରେ ଭର୍ତ୍ତି କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ସେହିପରି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଅସ୍ଥିଶଲ୍ୟ ବିଭାଗ ଓପିଡିର ଆଟେଣ୍ଡାଣ୍ଟ ସଚୀକାନ୍ତ ମିଶ୍ର […]

Patanagarh Hospital

Niharika Rout
  • Published: Monday, 10 May 2021
  • , Updated: 10 May 2021, 03:23 PM IST

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ମହଙ୍ଗା ପଡ଼ିଲା ହସ୍‌ପିଟାଲ୍‌ ଭିତରେ ଲାଞ୍ଚ କାରବାର। ଜଣେ ଏସ୍‌ଡିଏମ୍‌ଓଙ୍କୁ ବଦଳି କରାଯାଇଥିବା ବେଳେ ଜଣେ ଆଟେଣ୍ଡାନ୍ସଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଦୁଇଟି ବଲାଙ୍ଗୀର ଜିଲ୍ଲାର।

ପାଟଣାଗଡ଼ ଏସ୍‌ଡିଏମ୍‌ଓ ଡାକ୍ତର ବାଚସ୍ପତି ଦାଶ ଅପରେସନ୍‌ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଓ କିଛି ଟଙ୍କା ପକେଟରେ ଭର୍ତ୍ତି କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ସେହିପରି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଅସ୍ଥିଶଲ୍ୟ ବିଭାଗ ଓପିଡିର ଆଟେଣ୍ଡାଣ୍ଟ ସଚୀକାନ୍ତ ମିଶ୍ର ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ ହୋଇଥିଲା।

ଏ ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗିର ସିଡିଏମ୍‌ଓ ଡାକ୍ତର ଭୀମ ସାହୁ କହିଛନ୍ତି, ପାଟଣାଗଡ଼ ଏସଡିଏମଓ ଡାକ୍ତର ବାଚସ୍ପତି ଦାସଙ୍କୁ ବଲାଙ୍ଗିର ଜିଲ୍ଲା ହସପିଟାଲକୁ ବଦଳି କରାଯାଇଛି। ତା’ସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। ସେହିପରି ଆଟେଣ୍ଡାଣ୍ଟ ସଚୀକାନ୍ତ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ୱନ କରାଯାଇଛି।

Related story