Advertisment

କାଲି ସିଲ୍‌ ହୋଇଥିଲା, ଆଜି ଚଳଚଞ୍ଚଳ କିଶୋର ଭାଇନା ହୋଟେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପରିଚିତ କିଶୋର ଭାଇନାଙ୍କ ମାଂସ ହୋଟେଲକୁ ଗତକାଲି ସିଲ୍ କରିଥିଲା ବିଏମସି। ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ବିଏମସି ଏପରି ନିଷ୍ପତ୍ତି ନେଇଥିବା ଟ୍ୱିଟି କରିଥିଲା। ହେଲେ ଆଜି ଦେଖିବାକୁ ମିଳିଛି ଓଲଟା ଚିତ୍ର। ସବୁ ଦିନ ପରି ଆଜି ସକାଳୁ ବି ଚଳଚଞ୍ଚଳ ହୋଇ ଉଠିଛି ଦୂରଦର୍ଶନ କେନ୍ଦ୍ର କଡ଼ରେ ଥିବା କିଶୋର ଭାଇନାଙ୍କ ହୋଟେଲ। ତେଣୁ ରାତାରାତି କିପରି ବିଏମସିର କଟକଣା ଉଠିଗଲା ନା ଏହା ପଛରେ […]

author-image
Niharika Rout
ଅଦ୍ୟତନ ହୋଇଛି
କାଲି ସିଲ୍‌ ହୋଇଥିଲା, ଆଜି ଚଳଚଞ୍ଚଳ କିଶୋର ଭାଇନା ହୋଟେଲ

hotel

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପରିଚିତ କିଶୋର ଭାଇନାଙ୍କ ମାଂସ ହୋଟେଲକୁ ଗତକାଲି ସିଲ୍ କରିଥିଲା ବିଏମସି। ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ବିଏମସି ଏପରି ନିଷ୍ପତ୍ତି ନେଇଥିବା ଟ୍ୱିଟି କରିଥିଲା। ହେଲେ ଆଜି ଦେଖିବାକୁ ମିଳିଛି ଓଲଟା ଚିତ୍ର। ସବୁ ଦିନ ପରି ଆଜି ସକାଳୁ ବି ଚଳଚଞ୍ଚଳ ହୋଇ ଉଠିଛି ଦୂରଦର୍ଶନ କେନ୍ଦ୍ର କଡ଼ରେ ଥିବା କିଶୋର ଭାଇନାଙ୍କ ହୋଟେଲ। ତେଣୁ ରାତାରାତି କିପରି ବିଏମସିର କଟକଣା ଉଠିଗଲା ନା ଏହା ପଛରେ ଆଉ କିଛି ଅଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Advertisment

ସୂଚନାଯୋଗ୍ୟ, ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ହୋଟେଲ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ଖୁବ୍‌ ପ୍ରସିଦ୍ଧ। ଏଠାରେ ଦିନକୁ ୨୦୦ କେଜି ଖାସି ମାଂସ ରୋଷେଇ ହେଉଥିବା ବେଳେ ପ୍ରବଳ ଗହଳି ଜମେ। ତେଣୁ ଗ୍ରାହକଙ୍କ ମଧ୍ୟରେ କିଶୋର ଭାଇନାଙ୍କ କ୍ରେଜ୍‌ କାହିଁରେ କେତେ। ଆଜିକାଲି ଫୁଡ ବ୍ଳଗର ବିଭିନ୍ନ ସ୍ଥାନରେ ମିଳୁଥିବା ଭଲ ଖାଦ୍ୟର ଭିଡିଓ ପ୍ରସ୍ତୁତ କରି ସୋଶାଲ ମିଡିଆରେ ଛାଡ଼ୁଥିବା ବେଳେ କିଶୋର ଭାଇନାଙ୍କ ଉପରେ ମଧ୍ୟ ବହୁ ଭିଡିଓ ପ୍ରସ୍ତୁତ ହୋଇ ସାରିଛି।

[caption id="attachment_766584" align="aligncenter" width="650"]hotel କିଶୋର ଭାଇନାଙ୍କ ହୋଟେଲରେ ପ୍ରସ୍ତୁତ ଖାଦ୍ୟ ।[/caption]

Advertisment

ଏହା ମଧ୍ୟରେ ଗତକାଲି ବିଏମ୍‌ସି ଟିମ୍‌ ପକ୍ଷରୁ କିଶୋର ଭାଇନାଙ୍କ ହୋଟେଲ ପରେ ଚଢ଼ାଉ କରାଯାଇଥିଲା। ଖାଦ୍ୟରେ ମିଶୁଥିବା ରଙ୍ଗ, ସସ୍‌ର ଏକ୍ସପାୟାର ଡେଟ୍‌ ପଳାଇଥିବା ଚଢ଼ାଉ ସମୟରେ ଜଣାପଡ଼ିଲା। ଏପରିକି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଦେଖିବାକୁ ମିଳିଥିଲା। ଏଥିନିମନ୍ତେ ଏହାକୁ ସିଲ୍‌ କରାଯାଇଥିବା ନେଇ ବିଏମ୍‌ସି ପକ୍ଷରୁ ଗତକାଲି ଟ୍ୱିଟ କରାଯାଇଥିଲା। ଏଥିନିମନ୍ତେ ହୋଟେଲର ଫୁଡ୍ ରେଜିଷ୍ଟ୍ରେସନକୁ ବାତିଲ କରିବା ସହ ଫାଇନ୍ ବି ପଡ଼ିଥିଲା।

ହେଲେ ଆଜି ସକାଳୁ ହୋଟେଲଟି ଚଳଚଞ୍ଚଳ ହୋଇ ପଡ଼ିଥିବା ବେଳେ ଖାଦ୍ୟ ପ୍ରସ୍ତୁତିରେ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଛନ୍ତି କର୍ମଚାରୀ। ଯଦି ଖାଦ୍ୟର ମାନ ଯୋଗୁ ଏହି ହୋଟେଲକୁ ସିଲ୍‌ କରାଯାଇଥିଲା, ତେବେ ତାହା ପୁଣି କିପରି ଦିନକରେ କାର୍ଯ୍ୟକ୍ଷମ ହେଲା, ଏଥିନିମନ୍ତେ କିଏ ଅନୁମତି ଦେଲା ତାକୁ ନେଇ ଉଠିଛି ପ୍ରଶ୍ନ।

[caption id="attachment_766586" align="aligncenter" width="650"]k-hotel ହସ ହସ ମୁହଁରେ କିଶୋର ଭାଇନା ।[/caption]

ଏନେଇ କିଶୋର ଭାଇନା କହିଛନ୍ତି, କାଲି ବିଏମସି ଟିମ୍‌ ସଦସ୍ୟ ଆସିଥିଲେ। ଫୁଡ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିଛୁ। ଲାଇସେନ୍ସ ରିନ୍ୟୁ ପାଇଁ ବିଏମସି ଅଧିକାରୀ ଇନକ୍ୱାରୀରେ ଆସିଥିଲେ  । ଫୁଟପାଥରେ ଦୋକାନ କରିଛି। ମାର୍ବଲ, ଟାଇଲ ପକାଇ ପାରିବିନି। ସ୍ୱଚ୍ଛତା ନ ଥିଲେ ଲୋକେ କାହିଁକି ଖାଇବାକୁ ଆସୁଛନ୍ତି? ଖାଇବା ନିମ୍ନମାନର ହେଲେ ଲୋକେ ଆସନ୍ତେ ନାହିଁ। ମୋ’ ଖାଦ୍ୟରେ କିଛି ସସ୍‌ ପଡ଼େନି। ତେଣୁ ସସ୍‌ ନିମ୍ନମାନର ହେବାର ପ୍ରଶ୍ନ ଉଠୁନି। ମୋ ଉପରେ କୌଣସି ଫାଇନ୍‌ ପଡ଼ିନି। ପାଖ ହୋଟେଲକୁ ସିଲ୍ କରାଯାଇଛି। ଖାଲି ମାନ ଓ ସ୍ୱଚ୍ଛତା ଠିକ୍ ରଖିବାକୁ ତାଗିଦ କରିଥିଲେ ।

ଅପରପକ୍ଷେ, ଏନେଇ  ବିଏମସି ସିଟି ହେଲଥ ଅଫିସର ଦୀପକ ବିଶୋୟୀ କହିଛନ୍ତି, ଗତକାଲି କିଶୋର ହୋଟେଲରେ ଚଢାଉ କରିଥିଲୁ । ହୋଟେଲରେ ଥିବା ବାସି ଜିନିଷ ନଷ୍ଟ କରିବା ସହ ତାର ରେଜିଷ୍ଟ୍ରେସନ୍ କ୍ୟାନସେଲ କରିଥିଲୁ । ଯଦି ରେଜିଷ୍ଟ୍ରେସନ ବାତିଲ ପରେ ବି ଖୋଲିଛନ୍ତି, ତେବେ ବେଆଇନ ଭାବେ ଖୋଲିଛନ୍ତି । ପୁଣି ଚଢାଉ କରି ଫାଇନ କରିବୁ ।