Advertisment

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ‘କରୋନା’ ସ୍ଥିତି ସାଂଘାତିକ

କଟକ(ଓଡ଼ିଶା ରିପୋର୍ଟର): କଟକର ଦୁଇଟି ହସ୍ପିଟାଲରେ ୬୬ ‘କରୋନା’ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ ଓ SCB ହସ୍ପିଟାଲରୁ ୧୧ ଜଣ ଅଛନ୍ତି। ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଚିହ୍ନଟ ହୋଇଥିବା ୫୫ଙ୍କ ‘କରୋନା’ ଆକ୍ରାନ୍ତଙ୍କ ଭିତରେ ଜଣେ ନର୍ସ ଥିବା ବେଳେ ୧୮ ଜଣ ରୋଗୀ ଓ ୩୬ ଜଣ ସମ୍ପର୍କୀୟ ଅଛନ୍ତି। ଏଠାରୁ ୯ ଦିନରେ ୭୧ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ‘କରୋନା’ ସ୍ଥିତି ସାଂଘାତିକ

cuttack

କଟକ(ଓଡ଼ିଶା ରିପୋର୍ଟର): କଟକର ଦୁଇଟି ହସ୍ପିଟାଲରେ ୬୬ ‘କରୋନା’ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ ଓ SCB ହସ୍ପିଟାଲରୁ ୧୧ ଜଣ ଅଛନ୍ତି। ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଚିହ୍ନଟ ହୋଇଥିବା ୫୫ଙ୍କ ‘କରୋନା’ ଆକ୍ରାନ୍ତଙ୍କ ଭିତରେ ଜଣେ ନର୍ସ ଥିବା ବେଳେ ୧୮ ଜଣ ରୋଗୀ ଓ ୩୬ ଜଣ ସମ୍ପର୍କୀୟ ଅଛନ୍ତି। ଏଠାରୁ ୯ ଦିନରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଜଣେ ରୋଗୀଙ୍କ ରକ୍ତ ଓ ସ୍ୱାବରୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ମେଡିକାର ଅନ୍ୟ ଷ୍ଟାଫ୍‌ଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ହୋଇଥିଲା। ସେଥିରେ ୨ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ମେଡିକାଲ୍‌କୁ ସାନିଟାଇଜ୍‌ କରାଯାଇ ଅନ୍ୟ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯାଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ଏପରି କର୍ଯ୍ୟକୁ ଅନ୍ୟ ଷ୍ଟାଫ୍‌ ନର୍ସମାନେ ବିରୋଧ କରିଥିଲେ। ମେଡିକାଲ୍‌ରେ କାର୍ଯ୍ୟରତ ସମସ୍ତ ଷ୍ଟାଫ୍‌ଙ୍କ କରୋନା ଟେଷ୍ଟ ପାଇଁ ଦାବି କରିଥିଲେ। ଏପରିକି ନର୍ସମାନେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଘେରାଉ କରିଥିଲେ। ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Advertisment

ମହାମାରୀ ‘କରୋନା’ରେ ଆଜି ସୁଦ୍ଧା ୭୬୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୫୦୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୧୦୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୮ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।