Advertisment

କାଲି ଜାଗର, ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତାକାଲି ପାଳିତ ହେବ ଜାଗର ଯାତ୍ରା। ହେଲେ ଆଜି ରୋଷହୋମ ପରଠୁ ମହାପ୍ରଭୁ ଲିଙ୍ଗରାଜଙ୍କ  ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ। ମନ୍ଦିରର ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ୨ ପ୍ରମୁଖ ଦାବି ପୂରଣ ନେଇ ପ୍ରଶାସନ ତରଫରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ  ଏପରି ଅସହଯୋଗ କରାଯାଇଛି। ରୋଷ, ହୋମ ପରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ […]

ଅଦ୍ୟତନ ହୋଇଛି
କାଲି ଜାଗର, ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ

Lingaraj Temple

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତାକାଲି ପାଳିତ ହେବ ଜାଗର ଯାତ୍ରା। ହେଲେ ଆଜି ରୋଷହୋମ ପରଠୁ ମହାପ୍ରଭୁ ଲିଙ୍ଗରାଜଙ୍କ  ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ। ମନ୍ଦିରର ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ୨ ପ୍ରମୁଖ ଦାବି ପୂରଣ ନେଇ ପ୍ରଶାସନ ତରଫରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ  ଏପରି ଅସହଯୋଗ କରାଯାଇଛି।

Advertisment

ରୋଷ, ହୋମ ପରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି। ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ସେବାୟତ।

ମୁଖ୍ୟତଃ ଶ୍ରାବଣୀ ଭାରର ମୂଲ୍ୟ ନିମନ୍ତେ ବଡ଼ୁନିଯୋଗ ଦାବି କରିଥିବା ବେଳେ ମନ୍ଦିରର ଶହ ଶହ ବର୍ଷର ପରମ୍ପରା କପିଳନାଥଙ୍କ ସହ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଭାଟ କରିବାକୁ ଦାବି ଜଣାଇଛି ବ୍ରାହ୍ମଣ ନିଯୋଗ। ଏହି ପରମ୍ପରା ଦୀର୍ଘ ବର୍ଷ ହେବ ପାଳିତ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି  ବ୍ରାହ୍ମଣ ନିଯୋଗ ।

Advertisment

ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ତରଫରୁ ୨ ଦିନ ତଳେ ଦେବୋତ୍ତର କମିଶନରଙ୍କୁ ଦାବି ଜଣାଯାଇଥିଲା। ହେଲେ କିଛି ସୁଫଳ ମିଳି ନ ଥିଲା। ଗତକାଲି ରାତି ସୁଦ୍ଧା ଦାବି ପୂରଣ ନ ହେଲେ ଜାଗର ପୂର୍ବ ଦିନରୁ ସମସ୍ତ ନୀତିକାନ୍ତିରେ ଅସହଯୋଗ କରିବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। ଏହାସତ୍ତ୍ୱେ ଦାବି ପୂରଣ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାନ ଯିବାରୁ ଆଜି ସକାଳୁ  ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ତରଫରୁ ଏପରି ପଦକ୍ଷେପ ନିଆଯାଇଛି।

ଅପରପକ୍ଷେ, କୋଭିଡ କଟକଣା ମଧ୍ୟରେ ଜାଗର ଯାତ୍ରା ପାଳନ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ବ୍ୟାରିକେଡ ନିର୍ମାଣ ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା, ପାର୍କିଂ ଆଦି ନିମନ୍ତେ ପ୍ରସ୍ତୁତି ସରିଲାଣି। ହେଲେ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ସେବାୟତ ନିଜ ଜିଦ୍‌ରେ ଅଟଳ ଥିବାରୁ ଆସନ୍ତାକାଲି ପ୍ରଭୁଙ୍କ ନୀତିକାନ୍ତି ପାଳନ ସହ ମହାଦୀପ ଠିକ୍‌ ସମୟରେ ଉଠିବା ନେଇ ଏବେଠୁ ଶଙ୍କା ଦେଖାଗଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe