Advertisment

ପାଳିଆ ସେବାୟତଙ୍କୁ ମିଳିଲା ସ୍ନାନଯାତ୍ରା ପାସ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସ୍ନାନଯାତ୍ରା । ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି । କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା । ଏହା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ନିତିକାନ୍ତି ଶୃଙ୍ଖଳିତ କରାଯାଇ କାଲି ସକାଳ ସାଢେ ୭ଟାରୁ ଶ୍ରୀଜିଉଙ୍କଠାରେ ଜଳଲାଗି ପାଇଁ କରାଯାଇଛି  ବ୍ୟବସ୍ଥା । ସ୍ନାନ ଯାତ୍ରାରେ ଭାଗ ନେବାକୁ ଥିବା ୯୦ ଭାଗ […]

author-image
Niharika Rout
ଅଦ୍ୟତନ ହୋଇଛି
ପାଳିଆ ସେବାୟତଙ୍କୁ ମିଳିଲା ସ୍ନାନଯାତ୍ରା ପାସ୍‌

pruri

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସ୍ନାନଯାତ୍ରା । ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି । କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା ।

Advertisment

ଏହା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ନିତିକାନ୍ତି ଶୃଙ୍ଖଳିତ କରାଯାଇ କାଲି ସକାଳ ସାଢେ ୭ଟାରୁ ଶ୍ରୀଜିଉଙ୍କଠାରେ ଜଳଲାଗି ପାଇଁ କରାଯାଇଛି  ବ୍ୟବସ୍ଥା ।

ସ୍ନାନ ଯାତ୍ରାରେ ଭାଗ ନେବାକୁ ଥିବା ୯୦ ଭାଗ ସେବାୟତ ଓ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ ନେଗେଟିଭ ଆସିଛି  । ଅନ୍ୟପଟେ ସେବାୟତମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ମଧ୍ୟ ଜାରି ରହିଛି । ପାଳିଆ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସ୍ନାନ ପୂର୍ଣ୍ଣିମା ପାସ୍ । ଏହା ଗୋଟିଏ ଦିନ ପାଇଁ ଉଦ୍ଦିଷ୍ଟ ।

Advertisment

ରଥଯାତ୍ରା ପାଇଁ ନୂଆ ପାସ୍ ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସ୍ନାନ ପୂର୍ଣ୍ଣିମା ନେଇ ଗଜପତିଙ୍କ ସହ ଯୋଗାଯୋଗ କରାଯାଉଛି ହେଲେ ଏଯାବତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ସେପଟେ ଛେରାପହଁରା ନିତି ପାଇଁ ଗଜପତି ମନାକଲେ ତାଙ୍କର ପ୍ରତିନିଧି ମୁଦିରସ୍ତ ଛେରାପହଁରା ନିତି ସମାପନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି

ସୂଚନାଯୋଗ୍ୟ, ବିନା ଭକ୍ତରେ  ଆସନ୍ତା କାଲି ସକାଳୁ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେହବ । ଅପରାହ୍ନରେ ଗଜ ଲାଗି ବେଶ ପରେ ଆରମ୍ଭ ହେବ । ବାହୁଡ଼ା ପହଣ୍ଡି ପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ।

ତେବେ ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଲାଗୁ ହେବ ୧୪୪ ଧାରା। ଆଜି ରାତି ୧୦ଟାରୁ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ।  ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Snana Yatra 2021