Advertisment

ପୁଣି ବର ସାଜିବେ ଯୁବ ବିଜେଡି ସଭାପତି, ୱେଡିଂ ଡେଷ୍ଟିନେସନରେ ବାହାଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ(ବାପି) ନିଜ ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଜୁଲାଇ ୨ତାରିଖରେ ସେ ପାରମ୍ପରିକ ରୀତିନୀତିରେ ରାଜ୍ୟର ଏକ ପ୍ରସିଦ୍ଧ ୱେଡିଂ ଡେଷ୍ଟିନେସନରେ ବିବାହ କରିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲାର ଏକ ପ୍ରମୁଖ ୱେଡିଂ ଡେଷ୍ଟିନେସନରେ ଥିବା ଗୋଟିଏ ତାରକା ହୋଟେଲରେ ବିଧାୟକ ଶ୍ରୀ ରାୟଙ୍କ ବିବାହ ସମାରୋହ ଦୁଇଦିନ ଧରି ଚାଲିବ। ଉଭୟ ପରିବାରର […]

ଅଦ୍ୟତନ ହୋଇଛି
ପୁଣି ବର ସାଜିବେ ଯୁବ ବିଜେଡି ସଭାପତି, ୱେଡିଂ ଡେଷ୍ଟିନେସନରେ ବାହାଘର

Byomakesh Ray

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ(ବାପି) ନିଜ ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଜୁଲାଇ ୨ତାରିଖରେ ସେ ପାରମ୍ପରିକ ରୀତିନୀତିରେ ରାଜ୍ୟର ଏକ ପ୍ରସିଦ୍ଧ ୱେଡିଂ ଡେଷ୍ଟିନେସନରେ ବିବାହ କରିବେ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲାର ଏକ ପ୍ରମୁଖ ୱେଡିଂ ଡେଷ୍ଟିନେସନରେ ଥିବା ଗୋଟିଏ ତାରକା ହୋଟେଲରେ ବିଧାୟକ ଶ୍ରୀ ରାୟଙ୍କ ବିବାହ ସମାରୋହ ଦୁଇଦିନ ଧରି ଚାଲିବ। ଉଭୟ ପରିବାରର ସଦସ୍ୟ ଓ କିଛି ରାଜନେତାଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟକ୍ରମ ହେବ। ଜୁଲାଇ ୧ ଓ ୨ଦିନ ଧରି ବିବାହ ସମାରୋହ ପାଇଁ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ବୁକ୍ କରାଯାଇଛି। ଇତିମଧ୍ୟରେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି । ବିବାହ କାର୍ଯ୍ୟକ୍ରମକୁ ଯଥାସମ୍ଭବ ଗୁପ୍ତ ରଖାଯାଉଛି। ମାତ୍ର ବିବାହ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଶ୍ରୀ ରାୟ ନିଜର ଜଣେ ପୁରୁଣା ରାଜନୀତିକ ସହଯୋଗୀଙ୍କୁ ବିବାହ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଧାୟକ ଶ୍ରୀ ରାୟଙ୍କ ପ୍ରଥମ ପତ୍ନୀ ନିଳିମା ପ୍ରଧାନଙ୍କର ୨୦୨୦ ମସିହା ଫେବୃୟାରୀ ୩ତାରିଖରେ ମୃତ୍ୟୁ ଘଟିଥିଲା। ନିଜର ଦୀର୍ଘଦିନର ବାନ୍ଧବୀ ନିଳିମା ପ୍ରଧାନଙ୍କୁ ୨୦୧୪ ମସିହାରେ ଶ୍ରୀ ରାୟ ପ୍ରେମ ବିବାହ କରିଥିଲେ। ଶ୍ରୀ ରାୟ ଓ ନିଳିମାଙ୍କର ଏକମାତ୍ର କନ୍ୟା ଅଛି, ଯାହାର ବୟସ ଏବେ ୫ବର୍ଷ ବୋଲି ଜଣାପଡ଼ିଛି।

Advertisment
Byomkesh Ray Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe