ଆଜିଠୁ ସ୍ପେଶାଲ ଓଜେଇଇ, ୨୮ ହଜାର ପିଲା ଦେବେ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ। ଚଳିତବର୍ଷ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଏଥିପାଇଁ ୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟ ବାହାରେ କୋଲକତା, ରାଞ୍ଚି ଓ ପାଟନାରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି।

ବିଟେକ୍, ବିଫାର୍ମା, ଏମବିଏ,  ବିଟେକ୍ ଲାଟେରାଲ ଏଣ୍ଟ୍ରି,ଏମସିଏ, ଏମଟେକ୍, ଏମ୍‌ ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ପରୀକ୍ଷା ହେବ।  ଆଜି ଓ ଆସନ୍ତାକାଲି ସହ ୭ ତାରିଖରେ ହେବ ସ୍ପେଶାଲ ଓଜେଇଇ କମ୍ପୁଟର ବେସ୍‌ଡ ଟେଷ୍ଟ। ମାଧ୍ୟମରେ ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।