ojee
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ। ଚଳିତବର୍ଷ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଏଥିପାଇଁ ୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟ ବାହାରେ କୋଲକତା, ରାଞ୍ଚି ଓ ପାଟନାରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି।
ବିଟେକ୍, ବିଫାର୍ମା, ଏମବିଏ, ବିଟେକ୍ ଲାଟେରାଲ ଏଣ୍ଟ୍ରି,ଏମସିଏ, ଏମଟେକ୍, ଏମ୍ ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ପରୀକ୍ଷା ହେବ। ଆଜି ଓ ଆସନ୍ତାକାଲି ସହ ୭ ତାରିଖରେ ହେବ ସ୍ପେଶାଲ ଓଜେଇଇ କମ୍ପୁଟର ବେସ୍ଡ ଟେଷ୍ଟ। ମାଧ୍ୟମରେ ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/Exam-Cancel.jpg)