Advertisment

ଯୋଡ଼ାରେ ଜାରି ହେଲା ୧୪୪ ଧାରା

ଯୋଡ଼ା(ଦୀପକ କୁମାର ଶତପଥୀ): କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଜାରି ହୋଇଛି ୧୪୪ ଧାରା। ଆଜି ସନ୍ଧ୍ୟା ସାଢ଼େ ୫ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି। ଏହି ସମୟରେ ଗେଦେରିଂ ନହେବାକୁ ପରାମର୍ଶ ଦିଆଯାଇଛି। ରବିବାର ଥିଲା ରାମନବମୀ। ସେଥିପାଇଁ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକମାନେ ଝଣ୍ଡା ଧରି ୪ ନମ୍ୱର ୱାର୍ଡରେ ଥିବା ଶିବ ମନ୍ଦିରକୁ ଯିବା ପାଇଁ ଚାହୁଁଥିଲେ। କିନ୍ତୁ ପୁଲିସ୍‌ ଯିବାକୁ ଅନୁମତି […]

author-image
Manoranjan Sial
ଅଦ୍ୟତନ ହୋଇଛି
ଯୋଡ଼ାରେ ଜାରି ହେଲା ୧୪୪ ଧାରା

Joda

ଯୋଡ଼ା(ଦୀପକ କୁମାର ଶତପଥୀ): କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଜାରି ହୋଇଛି ୧୪୪ ଧାରା। ଆଜି ସନ୍ଧ୍ୟା ସାଢ଼େ ୫ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି। ଏହି ସମୟରେ ଗେଦେରିଂ ନହେବାକୁ ପରାମର୍ଶ ଦିଆଯାଇଛି।

Advertisment

ରବିବାର ଥିଲା ରାମନବମୀ। ସେଥିପାଇଁ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକମାନେ ଝଣ୍ଡା ଧରି ୪ ନମ୍ୱର ୱାର୍ଡରେ ଥିବା ଶିବ ମନ୍ଦିରକୁ ଯିବା ପାଇଁ ଚାହୁଁଥିଲେ। କିନ୍ତୁ ପୁଲିସ୍‌ ଯିବାକୁ ଅନୁମତି ଦେଇନଥିଲା। ଆଜି ସକାଳେ ପୁଣି ଥରେ ୫ ଜଣ ଯୁବକ ଝଣ୍ଡା ଧରି ମନ୍ଦିରକୁ ଯିବାକୁ ବାହାରିଥିଲେ।

ପୁଲିସ ସେମାନଙ୍କୁ ବାରଣ କରିଥିଲା। ଯାହାଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉତ୍ତ୍ୟକ୍ତ ଲୋକମାନେ ଷ୍ଟେଟ୍‌ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସି ଥିଲେ। ଅପରାହ୍ନରେ ପୁଣି ଥରେ ଝଣ୍ଡା ଧରି ସେମାନେ ମନ୍ଦିରକୁ ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ। ଉଭୟଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍‌ ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ମଧ୍ୟ ଉତ୍ତେଜନା ପ୍ରଶମିତ ହୋଇନଥିଲା। ବରଂ ଉତ୍ତେଜନା ବଢ଼ି ଥିଲା। ପ୍ରବଳ ଟେକା ପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଘଟଣାରେ କିଛି ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି।

Advertisment

ଖବର ପାଇଁ ଘଟଣାସ୍ଥଳରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମାହାପାତ୍ର, ଚମ୍ପୁଆ ଉପଜିଲ୍ଲପାଳ ପ୍ରତାପ ପ୍ରିତିମୟ, ବଡ଼ବିଲ ଏସଡିପିଓ ଆଲୋକ କୁମାର ପଟେଲ୍‌, ବଡ଼ବିଲ୍‌ ତହସିଲଦାର ପ୍ରମୁଖ ସେଠାରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ସୁରକ୍ଷା ସୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ୧୪୪ ଧାରା ଜାରି କରାଯାଇଛି।