ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ର ପ୍ରଭାବ ପ୍ରସିଦ୍ଧ ହରିରାଜପୁର ମେଳଣରେ ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ପୁରୀ ଜିଲ୍ଲା ପ୍ରଶାସନ ସେଠାରେ ୧୪୪ ଧାରା ଜାରି କରିଛି। ତୁରନ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଓଡ଼ିଶାର ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ହରିରାଜପୁର ମେଳଣକୁ ଅଧାରୁ ବନ୍ଦ କରିଦେଇଛନ୍ତି।
ଶନିବାରଠାରୁ ଆରମ୍ଭ ହୋଇଛି ହରିରାଜପୁର ମେଳଣ। ମଙ୍ଗଳବାର ସନ୍ଧ୍ୟା ବେଳେ ଠାକୁରଙ୍କ ମେଳଣ ହେବାର ଥିଲା। ପ୍ରଭୁଙ୍କ ଏହି ଯାତ୍ରା ଦେଖିବା ପାଇଁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ‘କରୋନା’ ପାଇଁ ଏହି ଯାତ୍ରାକୁ ଜିଲ୍ଲା ପ୍ରଶାସନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଠାକୁରଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ହେବ। କିନ୍ତୁ ସେଠାରେ ଦୋକାନ ବଜାର ବସିବନି କି ଶ୍ରଦ୍ଧାଳୁଙ୍କ ଭିଡ ଜମିବ ନାହିଁ। ଏହି ଖବର ପ୍ରଚାରିତ ହେବା ପରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ନିରାଶ ହୋଇ ଫେରି ଯାଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।