Advertisment

ହରିରାଜପୁର ମେଳଣରେ ୧୪୪ ଧାରା ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ର ପ୍ରଭାବ ପ୍ରସିଦ୍ଧ ହରିରାଜପୁର ମେଳଣରେ ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ପୁରୀ ଜିଲ୍ଲା ପ୍ରଶାସନ ସେଠାରେ ୧୪୪ ଧାରା ଜାରି କରିଛି। ତୁରନ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଓଡ଼ିଶାର ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ହରିରାଜପୁର ମେଳଣକୁ ଅଧାରୁ ବନ୍ଦ କରିଦେଇଛନ୍ତି। ଶନିବାରଠାରୁ ଆରମ୍ଭ ହୋଇଛି ହରିରାଜପୁର ମେଳଣ। ମଙ୍ଗଳବାର ସନ୍ଧ୍ୟା ବେଳେ ଠାକୁରଙ୍କ ମେଳଣ ହେବାର ଥିଲା। ପ୍ରଭୁଙ୍କ ଏହି […]

ହରିରାଜପୁର ମେଳଣରେ ୧୪୪ ଧାରା ଜାରି

harirajpur.jpg7

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ର ପ୍ରଭାବ ପ୍ରସିଦ୍ଧ ହରିରାଜପୁର ମେଳଣରେ ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ପୁରୀ ଜିଲ୍ଲା ପ୍ରଶାସନ ସେଠାରେ ୧୪୪ ଧାରା ଜାରି କରିଛି। ତୁରନ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଓଡ଼ିଶାର ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ହରିରାଜପୁର ମେଳଣକୁ ଅଧାରୁ ବନ୍ଦ କରିଦେଇଛନ୍ତି।

Advertisment

publive-imageଶନିବାରଠାରୁ ଆରମ୍ଭ ହୋଇଛି ହରିରାଜପୁର ମେଳଣ। ମଙ୍ଗଳବାର ସନ୍ଧ୍ୟା ବେଳେ ଠାକୁରଙ୍କ ମେଳଣ ହେବାର ଥିଲା। ପ୍ରଭୁଙ୍କ ଏହି ଯାତ୍ରା ଦେଖିବା ପାଇଁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ‘କରୋନା’ ପାଇଁ ଏହି ଯାତ୍ରାକୁ ଜିଲ୍ଲା ପ୍ରଶାସନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଠାକୁରଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ହେବ। କିନ୍ତୁ ସେଠାରେ ଦୋକାନ ବଜାର ବସିବନି କି ଶ୍ରଦ୍ଧାଳୁଙ୍କ ଭିଡ ଜମିବ ନାହିଁ। ଏହି ଖବର ପ୍ରଚାରିତ ହେବା ପରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ନିରାଶ ହୋଇ ଫେରି ଯାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe