Advertisment

ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପତ୍ନୀ ଗିରଫ

ଭୁବନେଶ୍ୱର: ରାଉରକେଲାରେ ୯୦ ହଜାର ଟଙ୍କା ଠକେଇ ଅଭିଯୋଗରେ  ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପତ୍ନୀ ଜ୍ୟୋତିରାଣୀଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ କମିଶନରେଟ ପୋଲିସ ଗିରଫ କରିଛି। ରାଉରକେଲା ଏସଡିଜେଏମ୍ କୋର୍ଟଙ୍କ ଏନବିଡବ୍ଲୁ ବଳରେ ତାଙ୍କୁ ଗିରଫ କରାଯାଇଛି। ଜ୍ୟୋତିରାଣୀଙ୍କ ନାଁରେ  ୨୦୧୩  ମସିହାରେ  ରଘୁନାଥପାଲ୍ଲୀ  ଥାନାରେ  ୯୦ ଲକ୍ଷ  ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ତାଙ୍କୁ  ଗିରଫ କରିବା ଲାଗି ଜାମିନ ବିହୀନ ପରୱାନା ଜାରି କରିବାକୁ  ରଘୁନାଥପାଲ୍ଲୀ ପୋଲିସ୍  ଏସଡିଜେଏମଙ୍କ କୋର୍ଟରେ […]

ଅଦ୍ୟତନ ହୋଇଛି
ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପତ୍ନୀ ଗିରଫ

seesore

Advertisment

ଭୁବନେଶ୍ୱର: ରାଉରକେଲାରେ ୯୦ ହଜାର ଟଙ୍କା ଠକେଇ ଅଭିଯୋଗରେ  ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ପତ୍ନୀ ଜ୍ୟୋତିରାଣୀଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ କମିଶନରେଟ ପୋଲିସ ଗିରଫ କରିଛି। ରାଉରକେଲା ଏସଡିଜେଏମ୍ କୋର୍ଟଙ୍କ ଏନବିଡବ୍ଲୁ ବଳରେ ତାଙ୍କୁ ଗିରଫ କରାଯାଇଛି। ଜ୍ୟୋତିରାଣୀଙ୍କ ନାଁରେ  ୨୦୧୩  ମସିହାରେ  ରଘୁନାଥପାଲ୍ଲୀ  ଥାନାରେ  ୯୦ ଲକ୍ଷ  ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ତାଙ୍କୁ  ଗିରଫ କରିବା ଲାଗି ଜାମିନ ବିହୀନ ପରୱାନା ଜାରି କରିବାକୁ  ରଘୁନାଥପାଲ୍ଲୀ ପୋଲିସ୍  ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଏଥିପାଇଁ ଏନବିଡ୍ଲୁ ଜାରି କରିବା  ପରେ  ଏହାରି  ଆଧାରରେ  ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଜ୍ୟୋତିରାଣୀଙ୍କୁ ଗିରଫ କରାଯାଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe