Advertisment

Politics: ବିଜେପିରେ ମିଶିଲେ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ

ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରଥମେ ପ୍ରଫୁଲ ସାମଲଙ୍କ ବଡ଼ ପୁଅ ପ୍ରୟାସକାନ୍ତି ସାମଲ ଦଳରେ ମିଶିଥିଲେ। ପରେ ସାନପୁଅ ତଥା ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଏବଂ ପ୍ରଫୁଲ୍ଲଙ୍କ ଉଭଣୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଲା ନାୟକ ପଦ୍ମ ଧରିଥିଲେ।

samal

ପ୍ରୟାସକାନ୍ତି ସାମଲ

Advertisment

ଯାହାଙ୍କୁ ନବୀନ ପଟ୍ଟନାୟକ ଦେଇଥିଲେ ସଂଗଠନ ଦାୟିତ୍ୱ, ତାଙ୍କ ପରିବାର କରିଦେଲେ ଖେଳ। ବିଜେଡି ଛାଡ଼ି ପଦ୍ମ ଧରିଲେ ଭଦ୍ରକ ବିଜେଡିର ଭେଟେରାନ୍ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଉଭଣୀ।

Advertisment

ପ୍ରଥମେ ୪ ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡିବା ପରେ ଭଦ୍ରକ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ବିସ୍ଫୋରଣ ହୋଇଛି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରଥମେ ପ୍ରଫୁଲ ସାମଲଙ୍କ ବଡ଼ ପୁଅ ପ୍ରୟାସକାନ୍ତି ସାମଲ ଦଳରେ ମିଶିଥିଲେ। ପରେ ସାନପୁଅ ତଥା ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଏବଂ ପ୍ରଫୁଲ୍ଲଙ୍କ ଉଭଣୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଲା ନାୟକ ପଦ୍ମ ଧରିଥିଲେ। ଏମାନଙ୍କ ସହ ବିଜେଡି ଛାଡିଥିବା ବନ୍ତ, ଭଣ୍ଡାରିପୋଖରୀ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ଏବଂ ୩୦ ପଞ୍ଚାୟତର ସରପଞ୍ଚ, ୩୫ ସମିତି ସଭ୍ୟ, ୧୦୦ରୁ ଅଧିକ ୱାର୍ଡ ମେମ୍ବର ବି ବିଜେପିରେ ମିଶିଛନ୍ତି।

ପ୍ରୟାସକାନ୍ତି କହିଛନ୍ତି, ପୁରୁଣା ଜାଗାକୁ ଆସିଲା ଭଳି ଲାଗୁଛି। କାରଣ ବିଜେଡି-ବିଜେପି ମେଣ୍ଟ ଥିବା ବେଳେ ବିଜେପି ସହିତ କାମ କରିବାର ସୁଯୋଗ ମିଳିଥିଲା। ୫ ମାସ ତଳୁ ବିଜେଡିରୁ ଇସ୍ତଫା ଦେଇଥିଲି। ଏଇ ଦୁଇ ତିନି ଦିନ ତଳେ ନିଷ୍ପତ୍ତି ନେଲୁ ବିଜେପିରେ ମିଶିବାକୁ। ବାପାଙ୍କ ସହିତ ରାଜନୀତି ବିଷୟରେ କେବେ ଆଲୋଚନା କରେନି। ଆମକୁ ପାର୍ଟି ତରଫରୁ ଡାକି କେହି ବୁଝାଇ ନାହାନ୍ତି। ଯାହାକୁ ଯେଉଁ ଦଳର ଆଦର୍ଶ ଭଲ ଲାଗିବ, ସେ ସେହି ଦଳକୁ ଯିବ। ଏ ଦଳରେ ରହି ଲୋକଙ୍କ କାମ କରିବାର ସୁଯୋଗ ଅଧିକ ରହିଛି।    

Advertisment

ଗତ ସପ୍ତାହରେ ୪ ଜଣ ବ୍ଲକ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ଭଦ୍ରକ ଜିଲ୍ଲାରେ ବିଜେଡି ଦୁର୍ଗ ଭୁଶୁଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ ନବୀନ ଦଳ ଡିଆଁରେ ବ୍ରେକ ଲଗାଇବା ଓ ଭଦ୍ରକରେ ଦଳକୁ ସଂଗଠିତ କରିବା ଦାୟିତ୍ୱ ପ୍ରଫୁଲ୍ଲ ସାମଲଙ୍କୁ ଦେଇଥିଲେ। କିନ୍ତୁ ତାଙ୍କ ପରିବାର ବିଗାଡ଼ିଦେଲା ବିଜେଡିର ଖେଳ। ବାପା ଦଳ ସଜାଡିବାକୁ ବୈଠକ ଡାକୁଥିବା ବେଳେ ପୁଅ ପ୍ରୟାସକାନ୍ତି ୪ ବ୍ଲକର ଅଧିକାଂଶ ବିଜେଡି ନେତା ଓ କର୍ମୀଙ୍କୁ ନେଇ ବିଜେପି ଶିବିରକୁ ପଳାଇଲେ। ପ୍ରଫୁଲ୍ଲଙ୍କ ଦୁଇ ପୁଅ ଓ ଭଉଣୀଙ୍କୁ ନିଜ କ୍ୟାମ୍ପକୁ ଆଣି ଭଦ୍ରକ ରାଜନୀତିରେ ବଡ଼ ଧମାକା କରିଛି ବିଜେପି। ଏନେଇ ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ତାଙ୍କ ଉଭଣୀ ଉର୍ମିଳା ନାୟକ କହିଛନ୍ତି, ବିଜେଡି ଛାଡ଼ିବା ପରେ ତାଙ୍କ ସହ କେହି ଯୋଗାଯୋଗ କରି ନଥିଲେ। ଅନ୍ୟପଟେ ବିଜେଡି କହିଛି, ପୋକରା ବାଇଗଣକୁ ଗୋଟାଉଛି ବିଜେପି। କିଛି ପ୍ରଭାବ ପଡ଼ିବନି।

ଭଦ୍ରକ ଜିଲ୍ଲାରେ ଏବେ ବିଜେଡି ଖାତାରେ ଆଉ ରହିଲା ୩ଟି ବ୍ଲକ ଧାମନଗର, ଚାନ୍ଦବାଲି ଓ ତିହିଡି। ଦେଖିବା କଥା ନବୀନ ନିଜ ଘର ସଜାଡିବାକୁ ଆଗକୁ କ’ଣ ପଦକ୍ଷେପ ନେଉଛନ୍ତି। 

ରାଜ୍ୟରେ ବିଜେପି ସରକାର ଆସିବା ପରେ ପଞ୍ଚାୟତ ପ୍ରତିନିଧି ବିଜେପି ମୁହାଁ ହେବା ଟ୍ରେଣ୍ଡ ପାଲଟିଛି। କେବଳ ପଞ୍ଚାୟତ ପ୍ରତିନିଧି ନୁହେଁ, ବିଜେଡିର ୨ ଜଣ ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ବିଜେଡିକୁ ବାଏ ବାଏ କହିଥିଲେ। ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବି ବିଜେପିରେ ସାମିଲ ହୋଇଛନ୍ତି। ବିଜେଡିରେ ନେତୃତ୍ୱକୁ ନେଇ ଦ୍ୱନ୍ଦ୍ୱ ଭିତରେ ନେତା ଭବିଷ୍ୟତକୁ ନେଇ ଚିନ୍ତିତ। ଅଧିକରୁ ଅଧିକ ନେତା ବିଜେଡି ଛାଡ଼ିବା ପଛର ଏହା କାରଣ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe