ନବୀନ ଅସଲି ବିରାଡ଼ି ବୈଷ୍ଣବ: ବିଶ୍ୱଭୂଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣମାଧ୍ୟମରେ ଏବେ ବିଜେଡିର ମିଥ୍ୟା ବିଜ୍ଞାପନର ପରିମାଣ ବଢ଼ିବାରେ ଲାଗିଛି। ନିର୍ବାଚନ ପାଇଁ ଉଷ୍ମତା ବଢ଼ିବା ସହ ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି ବୋଲି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି, “ଖବରକାଗଜଗୁଡ଼ିକରେ ପୂରାପୃଷ୍ଠାର ବିଜ୍ଞାପନ ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କୁ ତାଙ୍କର ପରିବାର ବୋଲି କହୁଛନ୍ତି। ଲୋକଙ୍କ ପାଇଁ ସେ କୁଆଡ଼େ ଦିନ ରାତି […]

senior-bjp-leader-says-naveen-has-been-fooling-the-people-of-odisha

Manoranjan Sial
  • Published: Monday, 08 April 2019
  • Updated: 08 April 2019, 06:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣମାଧ୍ୟମରେ ଏବେ ବିଜେଡିର ମିଥ୍ୟା ବିଜ୍ଞାପନର ପରିମାଣ ବଢ଼ିବାରେ ଲାଗିଛି। ନିର୍ବାଚନ ପାଇଁ ଉଷ୍ମତା ବଢ଼ିବା ସହ ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି ବୋଲି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି, "ଖବରକାଗଜଗୁଡ଼ିକରେ ପୂରାପୃଷ୍ଠାର ବିଜ୍ଞାପନ ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କୁ ତାଙ୍କର ପରିବାର ବୋଲି କହୁଛନ୍ତି। ଲୋକଙ୍କ ପାଇଁ ସେ କୁଆଡ଼େ ଦିନ ରାତି କାମ କରି ଚାଲିଛନ୍ତି। ସେ ଏତେ କାର୍ଯ୍ୟ କରୁଛନ୍ତି ଯେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ଭାଷା ଓଡ଼ିଆରେ କଥା ପଦେ କହି ପାରୁନାହାନ୍ତି। ଦୀର୍ଘ ୨୨ ବର୍ଷ ହେଲା ରହିଲେଣି, ଓଡ଼ିଶାରେ ହେଲେ ଓଡ଼ିଆ ଭାଷା କାହିଁକି ଶିଖିପାରିଲେ ନାହିଁ" ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, "ଯିଏ ପ୍ରତାରଣା କରେ, ମିଛ କହି ଅନ୍ୟକୁ ଠକେ ଓ ଫାଇଦା ଉଠାଏ, ଲୋକେ ତାଙ୍କୁ ‘ବିରାଡ଼ି ବୈଷ୍ଣବ’ ବୋଲି କୁହନ୍ତି। ୧୯ ବର୍ଷ ଧରି ଓଡ଼ିଆ ଜାତିକୁ ନବୀନ ବାବୁ ଠକି ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ‘ବିରାଡ଼ି ବୈଷ୍ଣବ’ କହୁଛନ୍ତି। ବୋଧହୁଏ ଏହାର ଅର୍ଥ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି। ଓଡ଼ିଆ ଲୋକଙ୍କୁ ଠକି ଚାଲିଥିବା ମୁଖ୍ୟମନ୍ତ୍ରୀ ନିଜେ ବିରାଡ଼ି ବୈଷ୍ଣବ। ଟଙ୍କିକିଆ ଚାଉଳ ଉପରେ ମୁଖ୍ୟମନ୍ତ୍ରୀ ମିଛ କହିବାର ସୀମା ଟପିଗଲେଣି। ଲୋକମାନଙ୍କୁ ମିଛ କହି ଟଙ୍କିକିଆ ଚାଉଳ ରାଜ୍ୟ ସରକାର ଦେଉଥିବା କହି ନିର୍ବାଚନ ପରେ ନିର୍ବାଚନ ଜିତୁଛନ୍ତି। ଟଙ୍କିକିଆ ଚାଉଳ ଯୋଜନାରେ କେନ୍ଦ୍ର ସରକାର କିଲୋ ପିଛା ୨୯ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦିଅନ୍ତି। ମାତ୍ର ୨ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ସେ ଦେଉଥିବା କହିବା ହାସ୍ୟାସ୍ପଦା"

ବିଶ୍ୱଭୁଷଣ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନିଜକୁ ଜଣେ ସ୍ୱାଭିମାନୀ ଓଡ଼ିଆ ବୋଲି କହି ଗର୍ବ କରୁଥିଲାବେଳେ ଓଡ଼ିଆ ଜାତିର ଗର୍ବର ଗାଥାର କଥା କହୁଥିବା ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ କାହିଁକି ଜମି ଦେଲେନାହିଁ? ଓଡ଼ିଆ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପରେ କେଉଁ ଭୟରେ ମୁଖ୍ୟମନ୍ତ୍ରୀ ତା'କୁ ଖୋଲୁନାହାନ୍ତି, ତା'ର ଜବାବ ଦିଅନ୍ତୁ। ରାଜ୍ୟରେ ଚାଷୀର ସର୍ବନାଶ ହୋଇଛି। ଜମିକୁ ଜଳ ସେଚନ ସୁବିଧା ଦିଅଯାଇପାରିଲା ନାହିଁ। ଧାନର ଅଭାବ ବିକ୍ରି ହୋଇଛି। ଦୁର୍ନୀତିରେ ସରକାର ଉବୁଟୁବୁୁ, ନାରୀ ନିର୍ଯାତନା ଏବଂ ବଳାତ୍କାର ଘଟଣା ବଢିଚାଲିଛି। ବେକାରୀଙ୍କୁ ନିଯୁକ୍ତି ନାହିଁ। ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ। ଏହି ସରକାର ପ୍ରତି କ୍ଷେତ୍ରରେ ବ୍ୟର୍ଥ ହୋଇଛି।"

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପ୍ରତାରଣାର ବିରାଡ଼ି ବୈଷ୍ଣବ ସାଜି ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କୁ ଠକି ଚାଲିଛନ୍ତିା ଏହାର ଅନ୍ତ ହେବାକୁ ଯାଉଛି। ସାଢ଼େ ଚାରିକୋଟି ଓଡ଼ିଆ ଲୋକ ଏ ସରକାରକୁ ବଙ୍ଗୋପସାଗରରେ ନିଶ୍ଚିତ ସମାଧି ଦେବୋ

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story