Advertisment

ପୁଲିସ୍‌କୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ପୁଲିସ୍‌ ଏନ୍‌କାଉଣ୍ଟରରେ ନିହତ ହୋଇଛି ଜଣେ ସିନିୟର କ୍ୟାଡର ମାଓବାଦୀ। ଡିଜିପି ଅଭୟ ଦେଇଛନ୍ତି ଏହି ସୂଚନା। ଡିଜିପିଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦମପୁର ଥାନା ଅନ୍ତର୍ଗତ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୁଲିସ୍‌ର ଏକ ମିଳିତ ଟିମ୍‌ ଉପରକୁ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହା ପରେ ପୁଲିସ୍ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଏଥିରେ ଜଣେ ସିନିୟର କ୍ୟାଡର […]

ଅଦ୍ୟତନ ହୋଇଛି
ପୁଲିସ୍‌କୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ

DGP Abhaya

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ପୁଲିସ୍‌ ଏନ୍‌କାଉଣ୍ଟରରେ ନିହତ ହୋଇଛି ଜଣେ ସିନିୟର କ୍ୟାଡର ମାଓବାଦୀ। ଡିଜିପି ଅଭୟ ଦେଇଛନ୍ତି ଏହି ସୂଚନା।

Advertisment

ଡିଜିପିଙ୍କ ସୂଚନା ଅନୁଯାୟୀ, ବରଗଡ଼ଜିଲ୍ଲା ପଦମପୁର ଥାନା ଅନ୍ତର୍ଗତ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୁଲିସ୍‌ର ଏକ ମିଳିତ ଟିମ୍‌ ଉପରକୁ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହା ପରେ ପୁଲିସ୍ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଏଥିରେ ଜଣେ ସିନିୟର କ୍ୟାଡର ମାଓବାଦୀ ନିହତ ହୋଇଛି। ଘଟଣାସ୍ଥଳର ଗୋଟିଏ ଏକେ ୪୭ ବନ୍ଧୁକ ସହିତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ପୁଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଏହା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ ମାଓବାଦୀମାନଙ୍କୁ କହିଛନ୍ତି। ଡିଜିପି କହିଛନ୍ତି, ମାଓବାଦୀମାନେ ହିଂସାର ମାର୍ଗ ଛାଡ଼ି ଭାରତୀୟ ଗଣତନ୍ତ୍ରର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ସେମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଏକ ଉଦାର ଥଇଥାନ ନୀତି ରହିଛି ଓ ସେମାନେ ଏହାର ଉପଯୋଗ କରନ୍ତୁ।

Advertisment

ଆଇଜି (ଅପରେସନ) ଅମିତାଭ ଠାକୁର କହିଛନ୍ତି, ନିହତ ମାଓବାଦୀର ନାଁ ରବୀନ୍ଦ୍ର। ସେ DCM ରାଙ୍କର ଥିଲା। ତା’ ଉପରେ ୫ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା। ଏନ୍‌କାଉଣ୍ଟର ସ୍ଥଳରେ ୧୦ରୁ ୧୨ ମାଓବାଦୀ ଉପସ୍ଥିତ ଥିଲେ। ସେମାନେ ଛତିଶଗଡ଼ରୁ ବରଗଡ଼କୁ ପ୍ରବେଶ କରିଥିଲେ। ସୂଚନା ପାଇ ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ୩୦ ମିନିଟ ଧରି ଏନ୍‌କାଉଣ୍ଟର ଚାଲିଥିଲା ଓ ଏଥିରେ ରବୀନ୍ଦ୍ରର ମୃତ୍ୟୁ ଘଟିଥିଲା। ସଂପୃକ୍ତ ମାଓବାଦୀ ବରଗଡ଼-ବଲାଙ୍ଗୀର ମହାସମୁନ୍ଦ ଡିଭିଜନର। ଛତ୍ରଭଙ୍ଗ ଦେଇଥିବା ମାଓବାଦୀଙ୍କ ପିଛା କରାଯାଉଛି ବୋଲି ସେ କହିଛନ୍ତି।

Maoists Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe