Advertisment

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ, ବରିଷ୍ଠ ନେତା ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତାମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ତୈଳଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ଏହାସହିତ ତୁରନ୍ତ ଦର ହ୍ରାସ ପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି । ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମୀ ଓ ବରିଷ୍ଠ ନେତାମାନେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ, ବରିଷ୍ଠ ନେତା ସାମିଲ

congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତାମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ତୈଳଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ଏହାସହିତ ତୁରନ୍ତ ଦର ହ୍ରାସ ପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି ।

Advertisment

ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମୀ ଓ ବରିଷ୍ଠ ନେତାମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକଠାରେ ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ପ୍ରତିବାଦ ସଭାରେ ଦଳର ନେତାମାନେ କହିଥିଲେ ଯେ, ଏବେ ବିଶ୍ୱ ବଜାରରେ କଂଚା ତୈଳର ଦାମ ୪୦ ଡଲାରୁ ୩୭ ଡଲାରକୁ ଖସିଥିଲାବେଳେ ପେଟ୍ରୋଲ ଦାମ ୭୮ଟଙ୍କା ଏବଂ ଡିଜେଲର ଦାମ ୭୫ ଟଙ୍କାରେ ପହଂଚିଛି। ଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦାମ ପାଖାପାଖି ୭ଟଙ୍କାରୁ ୮ଟଙ୍କା ବୃଦ୍ଧି ଘଟିଛି। କରେନା ମହାମାରୀ ସମୟରେ ଲୋକଙ୍କ ପାଖରେ ରୋଜଗାର ନାହିଁ, ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସହ୍ୟ ହୋଇପଡ଼ିଥିଲାବେଳେ ଏଭଳି ଅହେତୁୁକ ଦରବୃଦ୍ଧି ବୋଝ ଉପରେ ନଳିତାବିଡ଼ା ସଦୃଶ। ବିଶେଷ କରି ଓଡ଼ିଶାର ଜନସାଧାରଣ ଏବେ ବଂଚିବା ପାଇଁ ସଂଗ୍ରାମ କରୁଛନ୍ତି ଓ ତାଙ୍କ ଉପରେ ଅଧିକରୁ ଅଧିକ ଆର୍ଥିକ ବୋଝ ଲଦିଦିଆ ଯିବା ଅତ୍ୟନ୍ତ ଦୁଃଖ ଏବଂ ଯନ୍ତ୍ରଣାଦାୟକ। ତେଣୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଯେଉଁ କର ଆଦାୟ କରୁଛନ୍ତି ତାହା ଅତିଶୀଘ୍ର କମ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଏହି ପ୍ରତିବାଦ ସଭାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନଗୋ, ଶିବାନନ୍ଦ ରାୟ, ଜ୍ଞାନଦେବ ବେଉରା, ବିପିନ ଦାସ, ଯଜେ୍ଞଶ୍ୱର ବାବୁ, ମନୋରଞ୍ଜନ ଦାଶ, ମାନସ ଆଚାର୍ଯ୍ୟ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ଜୟକୃଷ୍ଣ ମଲିଆ, ଲିଙ୍ଗରାଜ ସାହୁ, ବିଶ୍ୱଜିତ୍ ଦାସ, ହଳଧର ସେଠୀ, ନରେଶ ମହାନ୍ତି, ସୂର୍ଯ୍ୟନାରାୟଣ ପଣ୍ଡା, ମୋହନ ଜେନା, ଦେବୀ ପ୍ରସାଦ ବାହାଲିଆ, କହ୍ନେଇ ସେଠୀ, ଜ୍ୟୋତିଷ ସାହୁ, କୈଳାସ ସାହୁ, ଲୁଲୁ ମିଶ୍ର, ସୁବାଷ ପ୍ରଧାନ, ସଂକୁନା କହଁର, ପ୍ରଶାନ୍ତ ଶତପଥି, ଲୁଲୁ ଅହମ୍ମଦ, ଜମ୍ବେଶ୍ୱର ମଲ୍ଲିକ, ପ୍ରକାଶ ସାହୁ, ରାଜୀବ ମହାନ୍ତି,ଆଶୁତୋଷ ଲେଙ୍କା, ଦେବେନ୍ଦ୍ର ପ୍ରସାଦ ଦାସ, ଶୁଭମ ରାଉତ ପ୍ରମୁଖ ସାମିଲ ହୋଇଥିଲେ।

Advertisment