Advertisment

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତହେହ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ମନୀଷ ଅନୁରାଗଙ୍କ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ମନୀଷଙ୍କ ମୃତଦେହ ମିଳିଛି। ଗତ କାଲି ରାତିରୁ ଅନୁରାଗ ନିଖୋଜ ଥିଲେ। କିନ୍ତୁ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ପୁଅର ମୃତ୍ୟୁ ନେଇ ଖୋଦ୍ ନବୀନ ଦାସ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ନବୀନ ଦାସ କହିଛନ୍ତି, ପୁଅ ଗୁଡୁକୁ ସବୁଦିନ ପାଇଁ ହରାଇଲି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତହେହ ଉଦ୍ଧାର

Manish Anurag

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ମନୀଷ ଅନୁରାଗଙ୍କ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ମନୀଷଙ୍କ ମୃତଦେହ ମିଳିଛି। ଗତ କାଲି ରାତିରୁ ଅନୁରାଗ ନିଖୋଜ ଥିଲେ। କିନ୍ତୁ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ପୁଅର ମୃତ୍ୟୁ ନେଇ ଖୋଦ୍ ନବୀନ ଦାସ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

Advertisment

ନବୀନ ଦାସ କହିଛନ୍ତି, ପୁଅ ଗୁଡୁକୁ ସବୁଦିନ ପାଇଁ ହରାଇଲି। ପ୍ରଭୁ ମହାକାଳ ତାକୁ ଅପାର ଶାନ୍ତି ଦିଅନ୍ତୁ। ହତ ଭାଗା ବାପା। ତେବେ ଶ୍ରୀ ଦାସଙ୍କ ପୁଅର ମୃତ୍ୟୁ କେମିତି ଘଟିଲା, ତାକୁ ସନ୍ଦେହ ଉପୁଜିଛି।

ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଆଜି ସକାଳେ ଇନଫୋସିଟି ଥାନାରେ ମନୀଷଙ୍କ ନିଖୋଜ ହେବା ନେଇ ଅଭିଯୋଗ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ମୃତ ମନୀଷ ଶେଷଥର ଲାଗି ଇନଫୋସିଟି ଥାନା ଅଞ୍ଚଳରେ ଥିଲେ। ସେଠାରେ ଦୁଇ ଜଣ ଯୁବକଙ୍କ ସହିତ ସେ କାର୍ ଯୋଗେ ଆସିଥିବା ମନୀଷ ତାଙ୍କ ବାପାଙ୍କୁ ଫୋନ୍ କରି ଜଣାଇଥିଲେ। ହେଲେ ଆଜି ତାଙ୍କର ମୃତଦେହ ମିଳିଥିବା ନେଇ ଆମକୁ ଗାଁ ଲୋକେ ଖବର ଦେଇଛନ୍ତି। ଯାହା ପରେ ଆମେ ତଦନ୍ତ ଆରମ୍ଭ କରିଛୁ। ଏବେ ଦୁଇଟି ଯାକ ମାମଲାକୁ ମିଶାଇ ତଦନ୍ତ ଆରମ୍ଭ ହେବ। ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ସବୁ ସତ ସାମ୍ନାକୁ ଆସିବ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ କ୍ଲୁ ସଂଗ୍ରହ କରୁଥିବା ଡିସିପି କହିଛନ୍ତି।

Advertisment

ମୃତ ମନୀଷ ଅନୁରାଗ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଓଡ଼ିଆ ‘ନିର୍ଭୟ’ର ସମ୍ପାଦକ। ସେ ତାଙ୍କ ପୁଅର ନି‌ଖୋଜ ହେବା ନେଇ ରବିବାର ସକାଳେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ। ଶ୍ରୀଦାସଙ୍କ ଅଭିଯୋଗ କରିଥିଲେ ଯେ, ଗତକାଲି ରାତିରେ ତାଙ୍କ ପୁଅ ମନିଷ ଅନୁରାଗଙ୍କୁ ତାଙ୍କ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମାରପିଟ କରିଥିଲେ। ଏନେଇ ମନିଷ ଫୋନ କରି ସୂଚନା ଦେଇଥିଲେ। ପୁଅ ମଧ୍ୟ ‘ନିର୍ଭୟ’ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ। ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା ବୋଲି ଜଣାପଡ଼ିଛି।