ବିଜୟଙ୍କ ସମାଲୋଚନାର ଏମିତି ଉତ୍ତର ରଖିଲେ ଗଜପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ଗଜପତି ମହାରାଜଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ‘‘ଗଜପତି ମହାରାଜ ଶସ୍ତାରେ ଖସିଯିବା ଉଚିତ ନୁହେଁ” ବୋଲି ସେ କହିଛନ୍ତି। ବିଜୟଙ୍କ ଏହି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ। ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ““୧୯୬୦ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁ ହେଲା। ରାଜ୍ୟ ସରକାର ଗଜପତିଙ୍କଠାରୁ ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ହାତକୁ ନେଲେ। ସେବେଠାରୁ ଶ୍ରୀମନ୍ଦିର ପ୍ରଶାସନିକ ଦାୟିତ୍ୱ […]

gajapati maharaj

gajapati maharaj

Rakesh Mallick
  • Published: Monday, 31 December 2018
  • Updated: 31 December 2018, 07:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ଗଜପତି ମହାରାଜଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ‘‘ଗଜପତି ମହାରାଜ ଶସ୍ତାରେ ଖସିଯିବା ଉଚିତ ନୁହେଁ” ବୋଲି ସେ କହିଛନ୍ତି।

ବିଜୟଙ୍କ ଏହି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ। ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ““୧୯୬୦ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁ ହେଲା। ରାଜ୍ୟ ସରକାର ଗଜପତିଙ୍କଠାରୁ ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ହାତକୁ ନେଲେ। ସେବେଠାରୁ ଶ୍ରୀମନ୍ଦିର ପ୍ରଶାସନିକ ଦାୟିତ୍ୱ ଗଜପତି ବହନ କରୁନାହାନ୍ତି। ରାଜ୍ୟ ସରକାର ସମସ୍ତ ପ୍ରଶାସନିକ ଦାୟିତ୍ୱ ବହନ କରିଆସୁଛନ୍ତି। ଦୈନନ୍ଦିନ ପ୍ରଶାସନିକ ଦାୟିତ୍ୱ ମୁଖ୍ୟ ପ୍ରଶାସକଙ୍କ ଉପରେ ପୂର୍ଣ୍ଣ ମାତ୍ରାରେ ନ୍ୟସ୍ତ।”

କାର୍ଯ୍ୟାଳୟ ପକ୍ଷରୁ ଆହୁରି କୁହାଯାଇଛି, “ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତିଙ୍କ ଦାୟିତ୍ୱ ବୈଠକରେ ଅଧ୍ୟକ୍ଷତା କରିବା। ଏହାବ୍ୟତୀତ ପରିଚାଳନା ନେଇ ଗଜପତିଙ୍କର ଅଧିକାର କି ଦାୟିତ୍ୱ ନାହିଁ। ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ପରମ୍ପରା ଅନୁସାରେ ସେବା କରନ୍ତି। ଆଦ୍ୟ ସେବକ ସେବାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱର କୌଣସି ଅଂଶ ନାହିଁ। ବାସ୍ତବ ସ୍ଥିତି ନେଇ ଗଜପତି ମହାରାଜା ବହୁବାର ସ୍ପଷ୍ଟୀକରଣ ଦେଇସାରିଛନ୍ତି। ସ୍ପଷ୍ଟୀକରଣ ସତ୍ତ୍ୱେ ଏଭଳି ଭ୍ରାନ୍ତ ଧାରଣା ଉପୁଜିବା ଅନୁଚିତ।”

ଆଜି ବିଜୟ ମହାପାତ୍ର କହିଥିଲେ, “ଗଜପତି ମହାରାଜ ଏକ ବିବୃତି ରଖିଛନ୍ତି। ଗଜପତି ମହାରାଜ ଭୁଲି ଯିବା ଉଚିତ ନୁହେଁ, ସେ ପରିଚାଳନା କମିଟିର ସଭାପତି। ଜଗନ୍ନାଥଙ୍କ ଆଦ୍ୟ ସେବକ। ତାଙ୍କୁ ସମସ୍ତେ ଭକ୍ତିର ସହ ସମ୍ମାନ କରନ୍ତି। ତାଙ୍କର ଦାୟିତ୍ୱ, ମନ୍ଦିରର ବ୍ୟବସ୍ଥା କିପରି ଶୃଙ୍ଖଳିତ ହେବ ଦେଖିବା। ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହେଁ। ତାଙ୍କ ଦାୟିତ୍ୱ ସେ ସମାପନ କରନ୍ତୁ ଓ ସରକାର ତାଙ୍କ ଦାୟିତ୍ୱ ସମାପନ କରନ୍ତୁ। ପୁରୀ ଘଟଣାକୁ ମାମୁଲି ଭାବେ ଉଭୟ ଗଜପତି ଏବଂ ସରକାର ନ ନିଅନ୍ତୁ।”

ସେ ଆହୁରି କହିଛନ୍ତି, “ଆସନ୍ତାକାଲିଠାରୁ ଆରମ୍ଭ କରି ଗୋଟିଏ ସପ୍ତାହ ପୁରୀରେ ପ୍ରଚୁର ଭିଡ଼ ହେବ। ଓଡ଼ିଶା ବାହାରର ବହୁତ ଭକ୍ତ ଆସୁଛନ୍ତି। ସମସ୍ତେ ଓଡ଼ିଶା ସମ୍ପର୍କରେ ଖରାପ ଧାରଣା ନେଇ ନଯାଆନ୍ତୁ। ଜଗନ୍ନାଥଙ୍କୁ ନେଇ ଓଡ଼ିଶାର ଯେଉଁ ପରିଚୟ ଅଛି, ସେ ବାତାବରଣ ନଷ୍ଟ ନହେଉ।”

ବିଜୟ ମହାପାତ୍ରଙ୍କ ସମାଲୋଚନା ପରେ ଗଜପତିଙ୍କ ସପକ୍ଷରେ ବାହାରିଛି ମୁକ୍ତିମଣ୍ଡପ ପଣ୍ଡିତସଭା। ମୁକ୍ତିମଣ୍ଡପ ପଣ୍ଡିତସଭା ଉପସଭାପତି ଅଶୋକ ମହାପାତ୍ର କହିଛନ୍ତି, “ବିଜୟ ମହାପାତ୍ର ଓଡ଼ିଶାର ଇତିହାସ ପଢ଼ିନାହାନ୍ତି। ଜଗନ୍ନାଥଙ୍କ ସମ୍ମାନ ରକ୍ଷା କରିବା ପାଇଁ ଗଜପତି ମହାରାଜଙ୍କ ପରିବାରର ଲୋକମାନେ କେତେ ଅବଦାନ ଦେଇଛନ୍ତି, ତାହା ଇତିହାସରେ ପଢ଼ିଥିଲେ ସେ (ବିଜୟ ମହାପାତ୍ର) ଏପରି କଥା କହିନଥାନ୍ତେ। କିଏ ଶସ୍ତା ମନ୍ତବ୍ୟ ଦିଅନ୍ତି ଓଡ଼ିଶା ଲୋକ ଭଲଭାବେ ଜାଣନ୍ତି।

ଗଜପତିଙ୍କ ପ୍ରତି ଆକ୍ଷେପକୁ ନେଇ ତୀବ୍ର ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗଜପତି ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ହୋଇଥିବାରୁ ତାଙ୍କ ବିରୋଧରେ ସମାଲୋଚନା ଠିକ୍ ନୁହେଁ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ସରକାର ସବୁ ଦାୟିତ୍ୱ ନେଇସାରିଲା ପରେ ଗଜପତିଙ୍କର ନିର୍ଦ୍ଦିଷ୍ଟ ଦାୟିତ୍ୱ କିଛି ନାହିଁ, ବରଂ ଶ୍ରୀମନ୍ଦିର ବିଶୃଙ୍ଖଳା ପାଇଁ ରାଜ୍ୟ ସରକାର ଦାୟୀ।”

ଏହା ମଧ୍ୟରେ ଶାସକ ଦଳ ମଧ୍ୟ ନିଜ ମତ ରଖିଛି। ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଯାହା ଘଟିଯାଇଛି, ଦୁଃଖଦାୟକ। ଜଗନ୍ନାଥଙ୍କ ସେବାରେ ବ୍ୟାଘାତକୁ ବରଦାସ୍ତ କରାଯିବନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story