Advertisment

ବିଜେଡିରେ ବରିଷ୍ଠଙ୍କୁ ଅଣଦେଖା, ନାଁକୁ ମାତ୍ର ଗଠନ ହୋଇଛି ଜୁମ୍ବୋ ଟିମ୍

ଭୁବନେଶ୍ୱର (ଓଡିଶା ରିପୋର୍ଟର): ବିଜେଡିରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଥିବା ନେଇ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଗତ ଜୁଲାଇରେ ପ୍ରଥମ ଥର ପଇଁ ବିଜେଡିରେ ବରିଷ୍ଠ ଉପସଭାପତି ପଦବୀ ସୃଷ୍ଟି କରାଯାଇ ୯ ଜଣ ବରିଷ୍ଠ ନେତାଙ୍କୁ ଥଇଥାନ କରାଯାଇଛି। ଅବଶ୍ୟ ଏହି ତାଲିକାକୁ ଏ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଅନୁମୋଦନ ପାଇଁ ପଠାଯାଇ ନାହିଁ। ବିଜେଡିର ସମ୍ବିଧାନ ଅନୁସାରେ, ଏହି ତାଲିକାକୁ କମିଶନ ଅନୁମୋଦନ କରିବେ ନା ନାହିଁ ସେନେଇ ମଧ୍ୟ […]

author-image
Pragnya Choudhury
ବିଜେଡିରେ ବରିଷ୍ଠଙ୍କୁ ଅଣଦେଖା, ନାଁକୁ ମାତ୍ର ଗଠନ ହୋଇଛି ଜୁମ୍ବୋ ଟିମ୍

bjd

ଭୁବନେଶ୍ୱର (ଓଡିଶା ରିପୋର୍ଟର): ବିଜେଡିରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଥିବା ନେଇ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଗତ ଜୁଲାଇରେ ପ୍ରଥମ ଥର ପଇଁ ବିଜେଡିରେ ବରିଷ୍ଠ ଉପସଭାପତି ପଦବୀ ସୃଷ୍ଟି କରାଯାଇ ୯ ଜଣ ବରିଷ୍ଠ ନେତାଙ୍କୁ ଥଇଥାନ କରାଯାଇଛି। ଅବଶ୍ୟ ଏହି ତାଲିକାକୁ ଏ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଅନୁମୋଦନ ପାଇଁ ପଠାଯାଇ ନାହିଁ।

Advertisment

ବିଜେଡିର ସମ୍ବିଧାନ ଅନୁସାରେ, ଏହି ତାଲିକାକୁ କମିଶନ ଅନୁମୋଦନ କରିବେ ନା ନାହିଁ ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏ ସବୁ ମଧ୍ୟରେ ବିଜୁ ଜନତା ଦଳର ୱେବସାଇଟରେ ଏହି ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କ ନାଁ ନାହିଁ। ଯଦି କେହି ଜଣେ ସର୍ଚ୍ଚ କରନ୍ତି ତା'ହେଲେ ନୋ ଡିଟେଲସ୍ ଫାଉଣ୍ଡ ବୋଲି ଲେଖାଯାଉଛି। ସେପଟେ କିନ୍ତୁ ତାଲିକାକୁ ଗଣମାଧ୍ୟମ ପାଇଁ ସାର୍ବଜନୀନ କରାଯାଇସରିଛି। ଏବେ ରାଜ୍ୟରେ ଦୁଇଦୁଇଟି ଉପନିର୍ବାଚନ ଅନୁଷ୍ଠିତ ହେବ। ଦଳର ପତିଆରା ପାଇଁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏହି ନିର୍ବାଚନ ଲାଗି ବରିଷ୍ଠଙ୍କୁ ଆଉ ଖୋଜାଯାଉ ନାହିଁ।

ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ଲାଗି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପର୍ଯ୍ୟବେକ୍ଷ‍କ ନିଯୁକ୍ତ କରାଯାଇଥିବା ବେଳେ ତିର୍ତ୍ତୋଲ ପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ ଦଆଯାଇଛି। ଦଳୀୟ କନ୍ଦଳ କାରଣରୁ ଏ ଯାଏଁ କିଏ ଏହି ଦୁଇ ଆସନରେ ପ୍ରାର୍ଥୀ ହେବେ ତାହା ସ୍ଥିର କରାଯାଇପାରୁ ନାହିଁ। ଏହି କାରଣକୁ ନେଇ ବିଜେଡିର ବରିଷ୍ଠ ନେତାଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଖୋଲାଖୋଲି କିନ୍ତୁ ଏକଥା କେହି କହୁନାହାନ୍ତି।

Advertisment

ଏକଦା ବିଜେଡିକୁ ପ୍ରତିଷ୍ଠା କରିଥିବା ଅନଙ୍ଗ ଉଦୟ ସିଂଦେଓ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଆଉ ଗୁରୁତ୍ୱ ଦେବା ପରି ଲାଗୁନାହିଁ। ରାଜ୍ୟସଭାରେ ପ୍ରସନ୍ନଙ୍କ ଭଳି ବରିଷ୍ଠ ନେତା ଥାଉଥାଉ ପ୍ରଥମ ଥର ସାଂସଦ ହୋଇଥିବା ସସ୍ମିତ ପାତ୍ରଙ୍କୁ ଉପାଧ୍ୟକ୍ଷ ପ୍ୟାନେଲ ଲାଗି ବିଜେଡି ସୁପାରିଶ କରିଛି। ପ୍ରସନ୍ନ ପାଟଶାଣୀ, ପ୍ରଫଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା ଏବଂ ବିମ୍ବାଧର କୁଅଁରଙ୍କୁ ବରିଷ୍ଠ ଉପସଭାପତି ନିଯୁକ୍ତ କରାଯାଇଛି। ହେଲେ ଏମାନଙ୍କ ରାଜନୈତିକ ଅଭି‍ଜ୍ଞତାର ଫାଇଦା ନବା ପାଇଁ ଦଳ ଆଉ ଚେଷ୍ଟା କରୁନାହିଁ।

ଅପରପକ୍ଷରେ ଏକ ନିର୍ଦ୍ଦିଷ୍ଟ କୋଟରୀ ବା ଗୋଷ୍ଠୀ ଏବେ ବିଜେଡିକୁ କଣ୍ଟ୍ରୋଲ କରୁଥିବା କଥା ଖୋଦ୍ ବିଜେଡି ଲୋକ ସ୍ୱୀକାର କରିଛନ୍ତି। ପୁରୁଣା ନେତା ଅପେକ୍ଷା ଆମଦାନୀ ନେତାଙ୍କୁ ଅଧିକ ଗୁରୁତ୍ୱ ଦଆଯାଉଥିବା ଆଲୋଚନା ହେଉଛି। ମଙ୍ଗଳା କିଷାନ, ଦେବୀ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ପାଢ଼ୀ, ପ୍ରମିଳା ମଲ୍ଲିକ, ବଦ୍ରୀ ନାରାୟଣ ପାତ୍ର ଏବଂ ପ୍ରଦୀପ କୁମାର ଅମାତଙ୍କୁ ମଧ୍ୟ ଉପସଭାପତି ଭାବରେ ନିଯୁକ୍ତି ମିଳିଛି। କିନ୍ତୁ ଦଳ ମଧ୍ୟରେ ଏହି ନେତାମାନଙ୍କ ସେତେଟା ଗୁରୁତ୍ୱ ଥିବା ଭଳି ମନେ କରାଯାଉ ନାହିଁ। ଏହି ନେତାମାନଙ୍କୁ ନିଯୁକ୍ତି ଦେବାର ଇତି ମଧ୍ୟରେ ପାଖାପାଖି ଚାରିମାସ ସମୟ ହୋଇଗଲାଣି। କୋଭିଡ୍ କଟକଣା ପାଇଁ ସଭାସମିତି ବାରଣ କରାଯାଇଛି ସତ, ହେଲେ ଗୋଟିଏ ବି ଭର୍ଚୁଆଲ ମିଟିଂରେ ଏମାନଙ୍କୁ ଦେଖିବାକୁ ମିଳୁନାହିଁ।

BjD Odisha Politics