Advertisment

ଜଗାକୁ ଛାଡ଼ି ଚାଲିଗଲା କାଳିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଉଳିଗଲା ସବୁ ଆଶା। ଶେଷରେ ଚାଲିଗଲେ କାଳିଆ। ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲେ ମଧ୍ୟ ଆଜି କାଳିଆ ସବୁଦିନ ପାଇଁ ଆଖି ବୁଝି ଦେଇଛନ୍ତି। ପ୍ରାୟ ୩ ବର୍ଷ ଧରି ଜୀବନ ସହ ସଂଗ୍ରାମ କରି ହାରିଯାଇଛି କାଳିଆ। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ କାଳିଆକୁ ବଞ୍ଚେଇବା ସମ୍ଭବ ହୋଇପାରିନି। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟା ୧୦ରେ ଏସ୍‌ସିବିରେ କାଳିଆର ମୃତ୍ୟୁ ଘଟିଛି। ଏନେଇ SCBର ଜରୁରିକାଳୀନ ଅଧିକାରୀ […]

ଅଦ୍ୟତନ ହୋଇଛି
ଜଗାକୁ ଛାଡ଼ି ଚାଲିଗଲା କାଳିଆ

jaggggg

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଉଳିଗଲା ସବୁ ଆଶା। ଶେଷରେ ଚାଲିଗଲେ କାଳିଆ। ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଥିଲେ ମଧ୍ୟ ଆଜି କାଳିଆ ସବୁଦିନ ପାଇଁ ଆଖି ବୁଝି ଦେଇଛନ୍ତି। ପ୍ରାୟ ୩ ବର୍ଷ ଧରି ଜୀବନ ସହ ସଂଗ୍ରାମ କରି ହାରିଯାଇଛି କାଳିଆ। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ କାଳିଆକୁ ବଞ୍ଚେଇବା ସମ୍ଭବ ହୋଇପାରିନି। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟା ୧୦ରେ ଏସ୍‌ସିବିରେ କାଳିଆର ମୃତ୍ୟୁ ଘଟିଛି। ଏନେଇ SCBର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ମିଲୁପଡ଼ା ଗାଁର ଭୂୟାଁ କଅଁରଙ୍କ ଦୁଇ ଶିଶୁ ଜଗା-କାଳିଆଙ୍କ ମୁଣ୍ଡ ଜନ୍ମରୁ ଯୋଡ଼ିହୋଇ ରହିଥିଲା। ଶିଶୁଙ୍କ ମାଆ-ବାପା ଦୁହେଁ ଗରିବ ଦିନ ମଜୁରିଆ। ଅର୍ଥ ଅଭାବରୁ ସେମାନେ ଦୁଇ ଶିଶୁଙ୍କ ଚିକିତ୍ସା କରି ନ ପାରି ହନ୍ତସନ୍ତ ହେଉଥିଲେ। ଏ ନେଇ ପ୍ରଥମେ ଓଟିଭିରେ ଖବର ପ୍ରକାଶ ପାଇଥିଲା। ପରେ ରାଜ୍ୟ ସରକାର ତତ୍ପର ହୋଇଥିଲେ। ଏଥି ସହ ଶିଶୁଙ୍କ ଚିକିତ୍ସା ପାଇଁ ସେମାନଙ୍କ ମାଆ ପୁଷ୍ପାଞ୍ଜଳି କଅଁର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କ ପରୀକ୍ଷା ନିରୀକ୍ଷା ପରେ ୨୦୧୭ରେ ସେମାନଙ୍କୁ ଏମ୍ସ ପଠାଯାଇଥିଲା। ନୂଆଦିଲ୍ଲୀସ୍ଥିତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ କୋଟି ଟଙ୍କା ମଞ୍ଜୁର କରିଥିଲେ।

publive-imageଦିଲ୍ଲୀ ଏମ୍‌ସ ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ୪୦ ଜଣିଆ ଡାକ୍ତରି ଟିମ୍‌ ଅପରେସନ କରିଥିଲେ। ଅପରେସନ ପରେ ପରସ୍ପରଠାରୁ ଅଲଗା ହୋଇଥିଲେ ଜଗା-କାଳିଆ। ପରବର୍ତ୍ତୀ ୪-୫ ଘଣ୍ଟା ଧରି ପ୍ଲାଷ୍ଟିକ୍ ସର୍ଜରୀ ଚାଲିଥିଲା। ୧୮ ଘଣ୍ଟାର ମାରାଥନ ଅସ୍ତ୍ରୋପଚାର ପରେ ଜଗା-କାଳିଆଙ୍କୁ ପୃଥକ୍ କରାଯାଇଥିଲା। ଏହି ପ୍ରକ୍ରିୟା ଅତି ଜଟିଳ ଓ ଚ୍ୟାଲେଞ୍ଜିଂ ଥିଲା ଅପରେଶନ ହେବା ପରେ ଦୁଇ ଭାଇ ଅଲଗା ହୋଇଥିଲେ। ହେଲେ କାଳିଆର ସ୍ୱସ୍ଥ୍ୟା ଅବସ୍ଥାରେ ଉନ୍ନତି ଘଟୁନଥିଲା। ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତରଳ ପଦାର୍ଥ ଖାଇବାକୁ ଦିଆଯାଉଥିଲା।
ଦୀର୍ଘ ଦୁଇ ବର୍ଷ ପରେ ୨୦୧୯ରେ ଦୁଇ ଭାଇଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୁଇ ଭାଇ ଏଠାରେ ପ୍ରାୟ ବର୍ଷେ ଧରି ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ଜଗା ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିଲା। ହେଲେ କାଳିଆର ସ୍ୱାସ୍ଥ୍ୟା ଅବସ୍ଥାରେ ଉନ୍ନତି ଘଟୁନଥିଲା। ତାଙ୍କୁ ମଝିରେ ମଝିରେ ଆଇସିୟୁରେ ରଖାଯାଉଥିଲା। ତେବେ ଗତ ଦୁଇ ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe