Advertisment

ଫରେଷ୍ଟରଙ୍କ ଦାମ୍ପତ୍ୟ କାହାଣୀ; ଧର୍ମ ପରିବର୍ତ୍ତନ କରାଇ ବାହାହେଲେ, ଘରୁ ତଡ଼ିଦେଲେ!

ନବରଙ୍ଗପୁର (ନବଘନ ବିଷୋୟୀ): ଜଙ୍ଗଲ ବିଭାଗର ଜଣେ ଅଧିକାରୀଙ୍କ ଜଙ୍ଗଲୀ ନୀତି। ପ୍ରଥମ ପତ୍ନୀ ଥାଇ ଜଣେ ହିନ୍ଦୁ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରାଇଥିଲେ। ଏପରିକି ତାଙ୍କୁ ବିବାହ (ନିକାହ) ମଧ୍ୟ କରିଥିଲେ। ନିକାହ ପରେ ପ୍ରଥମ ସ୍ତ୍ରୀଙ୍କ ସହ ମିଶି ତାଙ୍କୁ ନିର୍ଯାତନା ଦେଉଥିଲେ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ପାଖରେ ଅଭିଯୋଗ କରି ନିରାଶ ହୋଇଛନ୍ତି ପୀଡ଼ିତା। ଏନେଇ […]

author-image
Manoranjan Sial
ଫରେଷ୍ଟରଙ୍କ ଦାମ୍ପତ୍ୟ କାହାଣୀ; ଧର୍ମ ପରିବର୍ତ୍ତନ କରାଇ ବାହାହେଲେ, ଘରୁ ତଡ଼ିଦେଲେ!

serious-allegation-comes-against-Raighar-forester

ନବରଙ୍ଗପୁର (ନବଘନ ବିଷୋୟୀ): ଜଙ୍ଗଲ ବିଭାଗର ଜଣେ ଅଧିକାରୀଙ୍କ ଜଙ୍ଗଲୀ ନୀତି। ପ୍ରଥମ ପତ୍ନୀ ଥାଇ ଜଣେ ହିନ୍ଦୁ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରାଇଥିଲେ। ଏପରିକି ତାଙ୍କୁ ବିବାହ (ନିକାହ) ମଧ୍ୟ କରିଥିଲେ। ନିକାହ ପରେ ପ୍ରଥମ ସ୍ତ୍ରୀଙ୍କ ସହ ମିଶି ତାଙ୍କୁ ନିର୍ଯାତନା ଦେଉଥିଲେ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ପାଖରେ ଅଭିଯୋଗ କରି ନିରାଶ ହୋଇଛନ୍ତି ପୀଡ଼ିତା। ଏନେଇ ଖବର ପ୍ରକାଶ ପାଇଲା ପରେ ନବରଙ୍ଗପୁର ଜିଲ୍ଲା ବିଜେପି ରାଜ୍ୟ ସରକାରଙ୍କ ୫ଟି ନୀତି ଉପରେ ପ୍ରଶ୍ନ ଉଠାଇଛି।

Advertisment

ଅଭିଯୋଗରୁ ପ୍ରକାଶ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଅଞ୍ଚଳର ଜଣେ ହିନ୍ଦୁ ସ୍ୱାମୀ ପରିତ୍ୟକ୍ତା ମହିଳା ଜାନୀ(ଛଦ୍ମନାମ) ନିଜ ୭ ବର୍ଷର ପୁଅ ସହ ବାପ ଘରେ ରହୁଥିଲେ। ସେଠାରେ ତାଙ୍କ ଦେଖାହୁଏ ଏମ୍‌.ଡି. ଅବଦୁଲ ସମ୍ପଦଙ୍କ ସହିତ। ଅବଦୁଲ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘରର ଫରେଷ୍ଟର। କଥାବାର୍ତ୍ତା ପରେ ରାଇଘରରେ ଚାକିରି କରାଇଦେବା ବାହାନାରେ ଜାନୀ ଓ ତାଙ୍କ ପୁଅକୁ ଅବଦୁଲ୍‌ ସାଥୀରେ ନେଇଯାଇଥିଲେ।

ରାଇଘରରେ କିଛି ଦିନ ରହିବା ପରେ ଅବଦୁଲ୍‌ ନିଜର ପ୍ରଥମ ସ୍ତ୍ରୀଙ୍କୁ ତଲାକ‌୍‍ ଦେଇଥିବା କହି ଜାନୀଙ୍କୁ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ଛୋଟ ପୁଅର ଭବିଷ୍ୟତ ପାଇଁ ଜାନୀ ତାଙ୍କ କଥାରେ ରାଜି ହୋଇଥିଲେ। ପରେ ସେ ଜାନୀ ଓ ତାଙ୍କ ପୁଅକୁ ମୁସଲ୍‌ମାନ ଧର୍ମକୁ ଧର୍ମାନ୍ତର କରାଇଥିବା ଅଭିଯୋଗ ହୋଇଛି। ଆଉ ଧର୍ମାନ୍ତରୀକରଣ ପରେ ଜାନୀ ହେଲେ ବେଗମ୍‌ ଓ ପୁଅ ହେଲା ସଲିମ୍‌‍।

Advertisment

publive-imageନିକାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୋଟିଏ ଘରେ ରହୁଥିଲେ। ଏକଥା ଅବଦୁଲଙ୍କ ପ୍ରଥମ ପତ୍ନୀ ଜଣିପାରି ବିରୋଧ କରିଥିଲେ। ଏହା ପରେ ଜାନୀ ଓରଫ ବେଗମଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ପ୍ରଥମ ସ୍ତ୍ରୀ ସହ ମିଶି ଫରେଷ୍ଟର ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ। ଏପରିକି ମାରିଦେବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ବେଗମ୍‌ ଜାଣିପାରି ଘରୁ ପଳାଇ ଆସି ଅଗଷ୍ଟ ୧୩ ତାରିଖରେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଡାକି ରାଜିନାମା କରାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଫରେଷ୍ଟର ରାଜିନାମାକୁ ଖାତିର କରିନଥିଲେ। ପୁଣି ତାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା।

ଅଗଷ୍ଟ ୨୦ ତାରିଖରେ ରାଇଘରରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜାନୀ ନ୍ୟାୟ ପାଇଁ ଆବେଦନ କରିଥିଲେ। ଜିଲ୍ଲାପାଳ ଅଭିଯୋଗ ଶୁଣି ଫରେଷ୍ଟର ଅବଦୁଲ୍‌ଙ୍କୁ ଡାକି ତାଗିଦ କରିଥିଲେ। ଅବଦୁଲ୍‌ କ୍ଷତିପୂରଣ ଦେବା ସହିତ ଛୁଆକୁ ପାଠ ପଢ଼ାଇବ ବୋଲି କହିଥିଲା। ମାତ୍ର ଏଥିରୁ ଜାନୀକୁ କିଛି ଲାଭ ମିଳିନଥିଲା। ବରଂ ନିର୍ଯାତନା ବଢ଼ି ଯାଇଥିଲା। ଶେଷରେ ସବୁଆଡୁ ନିରାଶ ହୋଇ ଜାନୀ ନବରଙ୍ଗପୁର ଡିଏଫ୍‌ଓଙ୍କ ପାଖରେ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ଡିଏଫ୍‌ଓ ନଥିବାରୁ ସେଠାରୁ ତାଙ୍କୁ ନିରାଶ ହେବା ପଡ଼ିଥିଲା। ପରେ ସେ ଜିଲ୍ଲା ବିଜେପିରେ ଅଭିଯୋଗ କରିଥିଲେ।

ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଂପାଦିକା ଶର୍ମିଷ୍ଠା ଦେଓ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ୫ଟି’କୁ ସମାଲୋଚନା କରିଥିଲେ। ପୀଡ଼ିତାଙ୍କୁ ନ୍ୟାୟ ନମିଳିଲେ ରାଜ ରାସ୍ତାକୁ ବିଜେପି ଓହ୍ଲାଇବ ଧମକ ଦେଇଛି ବିଜେପି।