Advertisment

ଅଭିନେତ୍ରୀଙ୍କ ଅଭିଯୋଗ; ଶୋଇବାକୁ ଡାକୁଥିଲେ ବିଏମ୍‌ସି ଡେପୁଟି କମିଶନର

ଆଲ୍‌ବମ୍‌ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗେଶ୍ୱର। କହିଛନ୍ତି, ୨୦୦୦୦ ଟଙ୍କାରେ ରାତ୍ର ଯାପନ ପାଇଁ ସେ ବମିଖାଲ୍‌ ଅଞ୍ଚଳରେ ରହୁଥିବା ଜଣେ ଆଲ୍‌ବମ୍‌ ଅଭିନେତ୍ରୀଙ୍କ ସହିତ ପରିଚିତ କରାଇ ଥିଲେ।

ଅଦ୍ୟତନ ହୋଇଛି
BMC

BMC

Advertisment

ଆଲ୍‌ବମ୍‌ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ। ଆଲ୍‌ବମ୍‌ ଶୁଟିଂ ନାଁରେ ରାତି ରାତି ଗପୁଥିଲେ ଡେପୁଟି କମିଶନର। ସାଙ୍ଗରେ ଶୋଇବାକୁ ଡାକୁଥିଲେ। ମାତ୍ର ଏଥିରେ ରାଜି ନହେବାରୁ ଦୀର୍ଘ ଦୁଇ ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଆଲ୍‌ବମ୍‌ ଅଭିନେତ୍ରୀ। ଅନ୍ୟପକ୍ଷରେ ଡେପୁଟି କମିଶନର ଏପରି ଅଭିଯୋଗକୁ ଖଣ୍ଡନ କରିବା ସହିତ ଆଣିଛନ୍ତି ପାଲଟା ଅଭିଯୋଗ। ସେ କହିଛନ୍ତି ଯେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଅଭିନେତ୍ରୀ ଥରକେ ନେଉଥିଲେ ୨୦,୦୦୦ ଟଙ୍କା।

Advertisment

ପୂରା ଘଟଣା ଏମିତି। ଦିନେ ଆଲ୍‌ବମ୍‌ ଦୁନିଆରେ ବେଶ୍‌ ସକ୍ରିୟ ଥିବା ଅଭିନେତ୍ରୀ ମୀରା(ଛଦ୍ମନାମ) ଏବେ କିନ୍ତୁ ଭୁବନେଶ୍ୱରରେ କରିଛନ୍ତି ଏକ ସେଲୁନ୍‌। ତାହା ସହିତ ଛୋଟମୋଟ ଆଲ୍‌ବମ୍‌ ମଧ୍ୟ କରୁଛନ୍ତି। ମହାମାରୀ କୋଭିଡ୍‌ର ଦ୍ୱିତୀୟ ଲହରରେ ସେଲୁନ୍‌ରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କ ସହ ତାଙ୍କର ଦେଖା ହୋଇଥିଲା। କଥା ହେବା ଛଳରେ ଯୋଗେଶ୍ୱର ତାଙ୍କୁ ଆଲ୍‌ବମ୍‌ ତିଆରି କରିବାକୁ ପ୍ରସ୍ତାବ ଦେଇଥିଲେ। ଆଉ ସେଥିରେ ରାଜି ହୋଇଯାଇଥିଲେ ମୀରା। ସେଥିପାଇଁ ଡେପୁଟି କମିଶନର କିଛି ଟଙ୍କା ମଧ୍ୟ ଦେଇଥିଲେ। ଏହା ପରେ ମୀରା ଆଲ୍‌ବମ୍‌ ଶୁଟିଂ ଆରମ୍ଭ କରିଥିଲେ। 

ଅଭିଯୋଗ ଅନୁସାରେ ଆଲ୍‌ବମ୍‌ ଶୁଟିଂ ଭିତରେ ମୀରାଙ୍କ ଘରକୁ ନିୟମିତ ଯିବାଆସିବା କଲେ ଯୋଗେଶ୍ୱର। କିଛି ଦିନ ପରେ ଶାରୀରିକ ସମ୍ପର୍କ ରଖିବାକୁ ଯୋଗେଶ୍ୱର ତାଙ୍କୁ ପ୍ରସ୍ତାବ ଦେଇଥିଲେ। ଏପରିକି ବାହା ହୋଇ ପତ୍ନୀ କରିବାକୁ ଚାହୁଁଥିବା କହିଥିଲେ। ମାତ୍ର ଏଥିରେ ରାଜି ହୋଇନଥିଲେ ମୀରା। ସେ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଯୋଗେଶ୍ୱର ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ମୀରାଙ୍କ ସମ୍ପର୍କରେ ଅପପ୍ରଚାର ମଧ୍ୟ କରିଥିଲେ। 

Advertisment

ଅଭିଯୋଗ ଅନୁସାରେ ଦୀର୍ଘ ଦୁଇ ବର୍ଷ ଧରି ଯୋଗେଶ୍ୱର ନିର୍ଯାତନା ଦେଇ ଚାଲିଥିଲେ। ଆଜି କିନ୍ତୁ ସେ ସବୁ ସୀମା ଅତିକ୍ରମ କରିଥିଲେ। ଡେପୁଟି କମିଶନର ଜବରଦସ୍ତି ମୀରାଙ୍କ ଘରେ ପଶିଥିଲେ। ତାଙ୍କ ନିର୍ଯାତନା ଅସହ୍ୟ ହେବାରୁ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ପୀଡ଼ିତା କହିଛନ୍ତି।

ଆଲ୍‌ବମ୍‌ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗେଶ୍ୱର। ସେ କହିଛନ୍ତି, ୨୦୨୦ ମସିହାରେ ତାଙ୍କ ସହିତ ଦେଖା ହୋଇଥିଲା। ୨୦,୦୦୦ ଟଙ୍କାରେ ରାତ୍ର ଯାପନ ପାଇଁ ସେ ବମିଖାଲ୍‌ ଅଞ୍ଚଳରେ ରହୁଥିବା ଜଣେ ଆଲ୍‌ବମ୍‌ ଅଭିନେତ୍ରୀଙ୍କ ସହିତ ପରିଚିତ କରାଇ ଥିଲେ। ପରବର୍ତ୍ତୀ ସମୟରେ ସେ (ମୀରା) ୨୦,୦୦୦ ଟଙ୍କା ନେଇ କଲ୍‌ଗର୍ଲ ହେବାକୁ ଆସିଥିଲେ। ତା’ପରେ ସେ ତାଙ୍କ ଘରକୁ ଡାକିଥିଲେ। ଏଥିପାଇଁ ସେ ନିଜ ଘରର ଲୋକେସନ୍‌ ପଠାଇଥିଲେ। ତା’ପରେ ମୁଁ ତାଙ୍କ ଘରକୁ ଯାଉଥିଲି ବୋଲି ଯୋଗେଶ୍ୱର କହିଛନ୍ତି।

ଶାରୀରିକ ସମ୍ପର୍କ ରଖିବା ପାଇଁ ଆଲ୍‌ବମ୍‌ ଅଭିନେତ୍ରୀ ଜଣକ ଯୋଗେଶ୍ୱରଙ୍କୁ ଦୁଇ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ହେଲେ ସେ ଏଥିରେ ରାଜି ହୋଇନଥିଲେ। ପରବର୍ତ୍ତୀ ସମୟରେ ଦୁଇ ଲକ୍ଷ ଟଙ୍କା ଋଣ ଆକାରରେ ଯୋଗେଶ୍ୱର ଦେଇଥିଲେ। ତାହା ପୁଣି ନିଜ ଦରମାର ଟଙ୍କାରୁ କିସ୍ତି କିସ୍ତି କରି ଦେଇଥିଲେ। ଏମିତି ବିଭିନ୍ନ ବାହାନା କରି ସେ ପାଖାପାଖି ୪ ଲକ୍ଷ ଟଙ୍କା ନେଇଥିଲେ। ଯୋଗେଶ୍ୱର ଧାର ଉଧାର କରି ଦେଇଥିବା କହିଛନ୍ତି। ସେହି ଟଙ୍କା ମାଗିବାରୁ ଶାରୀରିକ ସମ୍ପର୍କ ରଖିବାକୁ ସେ(ମୀରା) କହିଥିଲେ। ମାତ୍ର ଏଥିରେ ଯୋଗେଶ୍ୱର ରାଜି ହୋଇନଥିଲେ। ପରେ ସେ ୨ରୁ ୩ ଜଣ ଗ୍ରାହକ ଯୋଗାଡ଼ କରିଦେଇଥିଲେ। ସମ୍ପୃକ୍ତ ଲୋକମାନେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଯୋଗେଶ୍ୱର ଅଭିଯୋଗ କରିଛନ୍ତି।

Bhubaneswar Bmc Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe